ବାପା ଓ ଆମେ
ସୃଜନୀ… ଶରତ ଚନ୍ଦ୍ର ପଣ୍ଡା
ନଗୁଆଁ
ଦରକୁଣ୍ଡି
ଯାଜପୁର
ଶୁଣ ମୋର ଯେତେ କୁନି ଭାଇ ଆଉ
ଭଉଣୀ ଅଛ ସମସ୍ତେ,
ଆମ ସକାଳର ପ୍ରଥମ କାମଟି
ବାପାଙ୍କ ପାଦେ ନମସ୍ତେ ll
ବାପା ଆମ ପାଇଁ କେତେ ଦରକାର
ସେକଥା ତୁମେ ଜlଣ କି…?,,
ନବେ ବର୍ଷ ହେଉ ପୁଅକୁ ପଛକେ
ବାପା ବୋଲି ସେ ଡାକନ୍ତି ll
ପୁଅ ଅବା ଝିଅ ପାଏ ବାପାସ୍ନେହଁ
ବାପା ପରି କିଏ ହେବ,,
ସକାଳୁ ସକାଳୁ ଦିନକର ଧନ୍ଦା
ମନରେ ପକାଉ ଥିବ ll
ଏଇଟା କରିବୁ ସେଇଟା କରିବୁ
ବେଳ କଣ ଆସୁଅଛି,,
କର୍ମ ନ କରିଲେ ଲକ୍ଷ୍ମୀ ବିଗିଡ଼ିବେ
ସନ୍ତାନ ସୁଖରେ ରୁଚି ll
ପାଠ ମନ ଦେଇ ପଢ଼ିବୁ ଧନରେ
ହେବୁନି ଚଗଲା କେବେ,,
ପର ପିଲାଟିର ଖାତା ବହି ନଷ୍ଟ
କରିବୁନି ବବୁ ଲବେ ll
ଆସ କୁନା, ମୁନା, ଵାପିନା ଟୁକୁନା
ପିତା ମାତା ସମ୍ମାନିବl,,
ପିତା ମାତାଶିଷ ଥିଲେ ପୀତବାସ
ସାନିଧ୍ୟ ଆମେ ପାଇବା ll
ବାପା ପରା ଏକ ଅମୂଲ୍ୟ ସମ୍ପଦ
ଧରାର ଆଲୋକ ସିଏ,,
ବାପା ମାଆ ଶ୍ରଦ୍ଧା ଛୁଆ ପରେ ଥିଲେ
ବିଷ ବି ଅମୃତ ହୁଏ ll
ବାପାଙ୍କ ଆଶିଷ ଆମ ପରେ ଥିବ
ତାଙ୍କ ସେବା କରୁଥିବା,,
ପୁଅ ଝିଅ ହୋଇ ମନ ଭାଙ୍ଗିବlନି
ତାଙ୍କ ସେବା କରୁଥିବା ll
ଆସ ରେ ପିଲାଏ ଚଳନ୍ତି ପ୍ରତିମା
ଦେଖା ଶୁଣା କରୁଥିବା,,
ତାଙ୍କ ଆଶିଷ ଟି ଗିରି ଲଙ୍ଘିବାକୁ
ପାଦ ଧୂଳି ବୋଳି ହେବା ll
ବାପା ଆଉ ଆମେ ଗୋଟିଏ ଜଗତ
ଅଭିନ୍ନ ନୁହଁନ୍ତି କେବେ,,
ତାଙ୍କ ପରିଚୟ ଜୀବନ ନିଶ୍ଚୟଁ
ଥିବା ଯାଏଁ ଏହି ଭଵେ ll