ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶରତ ଚନ୍ଦ୍ର ପଣ୍ଡା ଙ୍କ କବିତା ବାପା ଓ ଆମେ

 ବାପା ଓ ଆମେ

ସୃଜନୀ… ଶରତ ଚନ୍ଦ୍ର ପଣ୍ଡା

ନଗୁଆଁ

ଦରକୁଣ୍ଡି

ଯାଜପୁର

 

ଶୁଣ ମୋର ଯେତେ କୁନି ଭାଇ ଆଉ

ଭଉଣୀ ଅଛ ସମସ୍ତେ,

ଆମ ସକାଳର ପ୍ରଥମ କାମଟି

ବାପାଙ୍କ ପାଦେ ନମସ୍ତେ ll

ବାପା ଆମ ପାଇଁ କେତେ ଦରକାର

ସେକଥା ତୁମେ ଜlଣ କି…?,,

ନବେ ବର୍ଷ ହେଉ ପୁଅକୁ ପଛକେ

ବାପା ବୋଲି ସେ ଡାକନ୍ତି ll

ପୁଅ ଅବା ଝିଅ ପାଏ ବାପାସ୍ନେହଁ

ବାପା ପରି କିଏ ହେବ,,

ସକାଳୁ ସକାଳୁ ଦିନକର ଧନ୍ଦା

ମନରେ ପକାଉ ଥିବ ll

ଏଇଟା କରିବୁ ସେଇଟା କରିବୁ

ବେଳ କଣ ଆସୁଅଛି,,

କର୍ମ ନ କରିଲେ ଲକ୍ଷ୍ମୀ ବିଗିଡ଼ିବେ

ସନ୍ତାନ ସୁଖରେ ରୁଚି ll

ପାଠ ମନ ଦେଇ ପଢ଼ିବୁ ଧନରେ

ହେବୁନି ଚଗଲା କେବେ,,

ପର ପିଲାଟିର ଖାତା ବହି ନଷ୍ଟ

କରିବୁନି ବବୁ ଲବେ ll

ଆସ କୁନା, ମୁନା, ଵାପିନା ଟୁକୁନା

ପିତା ମାତା ସମ୍ମାନିବl,,

ପିତା ମାତାଶିଷ ଥିଲେ ପୀତବାସ

ସାନିଧ୍ୟ ଆମେ ପାଇବା ll

ବାପା ପରା ଏକ ଅମୂଲ୍ୟ ସମ୍ପଦ

ଧରାର ଆଲୋକ ସିଏ,,

ବାପା ମାଆ ଶ୍ରଦ୍ଧା ଛୁଆ ପରେ ଥିଲେ

ବିଷ ବି ଅମୃତ ହୁଏ ll

ବାପାଙ୍କ ଆଶିଷ ଆମ ପରେ ଥିବ

ତାଙ୍କ ସେବା କରୁଥିବା,,

ପୁଅ ଝିଅ ହୋଇ ମନ ଭାଙ୍ଗିବlନି

ତାଙ୍କ ସେବା କରୁଥିବା ll

ଆସ ରେ ପିଲାଏ ଚଳନ୍ତି ପ୍ରତିମା

ଦେଖା ଶୁଣା କରୁଥିବା,,

ତାଙ୍କ ଆଶିଷ ଟି ଗିରି ଲଙ୍ଘିବାକୁ

ପାଦ ଧୂଳି ବୋଳି ହେବା ll

ବାପା ଆଉ ଆମେ ଗୋଟିଏ ଜଗତ

ଅଭିନ୍ନ ନୁହଁନ୍ତି କେବେ,,

ତାଙ୍କ ପରିଚୟ ଜୀବନ ନିଶ୍ଚୟଁ

ଥିବା ଯାଏଁ ଏହି ଭଵେ ll

Related posts

ସରକାରୀ ପ୍ରାଥମିକ ଶିକ୍ଷକ ଶିକ୍ଷା ପ୍ରତିଷ୍ଠାନ ରେ ଜାତୀୟ ବିଜ୍ଞାନ ଦିବସ

Sunil Chandra Nayak

ନିକୁଞ୍ଜ କୁମାର ଘୋଷ ଙ୍କ କବିତା ଅଗ୍ରପୂଜ୍ୟ ଗଣେଶ 

Sunil Chandra Nayak

ମହେନ୍ଦ୍ର ପାଇଲେ ଡ. ଏସ ଏନ ସୁଵାରାଓ ରାଷ୍ଟ୍ରୀୟ ଶାନ୍ତି ଓ ସଦଭାବନା ପୁରସ୍କାର

Sunil Chandra Nayak

Leave a Comment

error: Content is protected !!