ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଦ୍ୟାଧର ମହାନ୍ତ ଙ୍କ କବିତା ବାପା

ବାପା

ରଚନା -ଶ୍ରୀ ବିଦ୍ୟାଧର ମହାନ୍ତ
           ତମ୍ବାହରା, କେନ୍ଦୁଝର

 

ବାପା!ମୋ ବାପା

ତୁମେତ ମୋର ସରଗୁ ବଡ

         କୁହ ମଧୁର କଥା (0)

ମୋ’ପାଇଁ ତୁମେ ସ୍ୱର୍ଗ ଦେବତା 

       ମୋ’ପାଇଁ ଜଗନ୍ନାଥ

କେତେ କୋମଳ କେତେ ସୁନ୍ଦର

       କେତେ ସୁନ୍ଦର ହାତ |1|

 

କାମେ କଠୋର ଭାଷା ମଧୁର

        ହୃଦୟ ସ୍ନେହ ଭରା

ବିପଦ ହେଲେ ହୁଅନ୍ତି ଠିଆ

      ସେ ସାହାସାଥୀ ପରା |2|

 

ମୋ ବାପା ଥିଲେ ନାହିଁ ମୋ ଡର

         ଚାଲେ ସୁନା ସଂସାର

ବାପା ନ ଥିଲେ ନିମିଷେ ହୁଏ

        ଘରଟା ଛାରଖାର |3|

 

ଆମ ଘରର ବାପା ମାଲିକ

      ତାଙ୍କ ହକିମେ ଚଳେ

ଆମ ଘରର ସବୁ ବୁଝନ୍ତି

       ସରଗୁ ସୁଧା ଝରେ |4|

 

ବାପା ହାତରେ ପିଲାଏ ଆମେ

        ଧରୁ ନବୀନ ରୂପ

କଠିନ ହୋଇ ଗୋଲାପ ରୂପେ

      ଦେଖାନ୍ତିସେ ସ୍ୱରୂପ |5|

 

ବାପା ମାଆଙ୍କ ସ୍ନେହ ଆଦର

       ଅମୃତ ପରି ଲାଗେ

କରୁଣା ଭରା ସ୍ୱର୍ଗ ତ୍ରିଧାରା

    ସଦା ଆଶିଷ ମାଗେ |6|

 

ହୋଇଲେ ଦୁଷ୍ଟ କଠୋର ରୂପେ

         ଦେଖାନ୍ତି ଭଲ ବାଟ

ଅବାଧ୍ୟ ହେଲେ ସୁମାର୍ଗ ପାଇଁ

      ହାତେ ଧରନ୍ତି ଛାଟ |7|

 

ନ ଥିଲେ ଖାଦ୍ୟ ଆଣନ୍ତି ଖୋଜି

      ଆହାର ଦେଇ ମୁଖେ

ସୁନା ସଂସାରେ ରହନ୍ତି ବାପା

       ଆନନ୍ଦ ମନେ ସୁଖେ |8|

 

ମୋ’ବାପା ମୋତେ ପଢ଼ାନ୍ତି ପାଠ

      ସ୍କୁଲ କଲେଜ ନେଇ

ଯାବତ ଖର୍ଚ୍ଚ ବୁଝନ୍ତି ନିଜେ

      ସବୁ ଖରଚ ଦେଇ |9|

 

ସକାଳୁ ଉଠି ଖଟନ୍ତି ବିଲେ

       ଯୋଚି ବଳଦ ହଳ

ଭଳିକି ଭଳି ବିହନ ବୁଣି

       ବଢ଼ାନ୍ତି ଆମ ବଳ |10|

 

ସଭା ସମିତି ଗାଆଁର କଥା

       ବୁଝନ୍ତି ମୋହ ବାପା

ଭାର ମୁଣ୍ଡେଇ ମୁଣ୍ଡାନ୍ତି ପୁଣି   

       ଘର ସଂସାର ଚାପା |11|

 

ବନ୍ଧୁ ବାନ୍ଧବ ଛୁଆ ପିଲାଙ୍କ

       ସକଳ କଥା ଶୁଣି

ସବୁ ସମସ୍ୟା କରନ୍ତି ଦୂର

      ଆନନ୍ଦ ଧାରା ବୁଣି |12|

 

ଶୋଇ ନ ଶୋଇ ସକଳ କାମ

      କରନ୍ତି ଗୋଟି ଗୋଟି

ମାନ ସମ୍ମାନ ଜଗି ଚଳନ୍ତି

       ସୁନ୍ଦର କୋଟି କୋଟି |13|

 

ମୋବାପା ପରି ସଭିଙ୍କ ବାପା

      ଦୁଃଖ କଷଣ ସହି

ପିଲାଙ୍କ ଭାର ମୁଣ୍ଡାଇ ଥାନ୍ତି

       ଘର ସଂସାରେ ରହି |14|

 

ଆମ ଘରର ମୁରବି ବାପା

     ତାଙ୍କୁକୋଟି ପ୍ରଣାମ

ବାପାଙ୍କ ମନେ ନ ଦେବ ଦୁଃଖ

     ରଖିବ ଯଦି ନାମ |15|

********ସମାପ୍ତ ************

ଶ୍ରୀ ବିଦ୍ୟାଧର ମହାନ୍ତ

 

Related posts

କୋକସରା ବ୍ଲକ କାର୍ଯ୍ୟରତ ସାମ୍ବାଦିକ ଙ୍କୁ ବିଡ଼ିଓ ଙ୍କ  ସ୍ୱାମୀ ଜୀବନ ରୁ ମାରିବାକୁ ଧମକ, କୋକସରା ଥାନାରେ ଅଭିଯୋଗ କଲେ ସାମ୍ବାଦିକ

Sunil Chandra Nayak

ଢେ଼ଙ୍କାନାଳ ରେ ବାଜି ରାଉତ ଫୁଟବଲ୍ କପ୍ ମ୍ୟାଚ୍ ଉଦ୍ଘାଟିତ

Sunil Chandra Nayak

ଡାବୁଗାଁ ଦୁଗ୍ଧ ଶିତଳିକରଣ କେନ୍ଦ୍ର ଓମେନ୍ ଏକ୍ସଟେନସନ୍ ୱ।ର୍କରଙ୍କ ନାମରେ ଟଙ୍କା ହେର୍ ଫେର୍ ହୋଇଥିବା ଅଭିଜୋଗ

Sunil Chandra Nayak

Leave a Comment

error: Content is protected !!