ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସଚେତନତା ହିଁ ରୋକିବ ବାଲ୍ୟବିବାହ

ନବରଙ୍ଗପୁର ତା ୦୫.୦୯ .୧୦୨୨(ମନିସ୍) ବାଲ୍ୟବିବାହ ନିଷେଧ , ଶିଶୁ ଅପରାଧ , ଘରୋଇ ହିଂସା ଓ ଲିଙ୍ଗ ଭିତ୍ତିକ ହିଂସା ସଂକ୍ରାନ୍ତରେ ଲୋକଙ୍କୁ ସଚେତନ ଉଦ୍ଦେଶ୍ୟରେ ନବରଙ୍ଗପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ସଚେତନତା ରଥର ଶୁଭାରମ୍ଭ ହୋଇଛି । ଜିଲ୍ଲାର ବିଭିନ୍ନ ଗ୍ରାମରେ ସଚେତନତା କରିବା ଉଦ୍ଦେଶ୍ୟରେ ନବରଙ୍ଗପୁର ଜିଲ୍ଲାପାଳ ଡଃ କମଳ ଲୋଚନ ମିଶ୍ର ସବୁଜ ପତାକା ଦେଖାଇ ଏହି ସଚେତନତା ରଥର ପରିକ୍ରମା କାର୍ଯ୍ୟକୁ ଶୁଭାରମ୍ଭ କରିଥିଲେ । ସଚେତନତା ଅଭାବରୁ ବାଲ୍ୟ ବିବାହ ଭଳି କଳଙ୍କିତ ପ୍ରଥା ସମାଜରେ ରହିଛି । ଏହା ଦ୍ଵାରା ଶିଶୁ ମାନେ ନିଜ ମୌଳିକତା ହରାଉଛନ୍ତି । ପିତାମାତା ମାନେ ପରମ୍ପରା ନାମରେ ନାବାଳିକା ମାନଙ୍କୁ କମ ବୟସରେ ବିବାହ ବନ୍ଧନରେ ଛନ୍ଦି ଦେଉଛନ୍ତି । ପାଠ ପଢିବା ବୟସରେ ଘରସଂସାରରେ ଛନ୍ଦି ହୋଇ, ନିଜ ଅଧିକାର ରୁ ବଞ୍ଚିତ ହେବା ସହିତ ବିବାହ ଯୋଗ୍ୟ ବୟସ ପୂର୍ବରୁ ମାତୃତ୍ଵ ଲାଭ କରୁଛନ୍ତି । ସମାଜରେ ଚାଲିଥିବା ମହିଳା ହିଂସାକୁ ରୋକିବା ଓ ଶିଶୁଙ୍କ ସୁରକ୍ଷା , ଅଧିକାର ଏବଂ ଶିକ୍ଷା ଦିଗରେ ବ୍ୟାପକ ସଚେତନତା ଉଦ୍ଦେଶ୍ୟ ରେ ଏହି କାର୍ଯ୍ୟ କ୍ରମର ଲକ୍ଷ ରହିଛି ବୋଲି ଜିଲ୍ଲାପାଳ ମତବ୍ୟକ୍ତ କରିଛନ୍ତି । ସମଗ୍ର ନବରଙ୍ଗପୁର ଜିଲ୍ଲାକୁ ୨୦୩୦ ମସିହା ସୁଧା ବାଲ୍ୟବିବାହ ମୁକ୍ତ ଜିଲ୍ଲା ଭାବରେ ପରିଗଣିତ କରିବା ପାଇଁ ଅନ୍ଵେଷା ଅଭିଯାନ ମାଧ୍ୟମରେ ଜିଲ୍ଲା ସମାଜ କଲ୍ଯାଣ ବିଭାଗ , ଶିଶୁ ସୁରକ୍ଷା ୟୁନିଟି , ୟୁନିସେଫ ଓ ଆକ୍ସନଏଡ ସଂସ୍ଥା ର ମିଳିତ ପ୍ରୟାସ ରେ ଏକ ଯୋଜନା ବଦ୍ଧ କାର୍ଯ୍ୟକ୍ରମ ପ୍ରସ୍ତୁତି କରାଯାଇ ବାଲ୍ୟବିବାହ କୁ ବନ୍ଦ କରାଯାଇବା ନିମନ୍ତେ ପ୍ରୟାସ ଜାରି ରହିଛି । ଯେଉଁ ସବୁ ଗ୍ରାମ ଗୁଡିକରେ ସଚେତନ ରଥ ପହଞ୍ଚିବ ସେଠାରେ ଆଶା କର୍ମୀ ,ସ୍ଵୟଂସହାୟକ ଦଳର ସଭ୍ୟା ,ନିର୍ବାଚିତ ପଞ୍ଚାୟତ ପ୍ରତିନିଧି , ସମସ୍ତ ଜାତିସମାଜ ମୁଖ୍ଯ , କିଶୋରୀ ବାଳିକା ଓ ଗ୍ରାମର ଅନ୍ୟ ବ୍ୟକ୍ତି ମାନଙ୍କୁ ନେଇ ଅଙ୍ଗନବାଡି କର୍ମୀ ମାନେ ଏକ ସାଧାରଣ ସଚେତନ ବୈଠକ କରାଇବା ସହିତ ‘’ ବାଲ୍ୟ ବିବାହକୁ ନା କହିବା – ସ୍କୁଲ ଯିବାକୁ ହଁ କହିବା “ ଉପରେ ସାମୁହିକ ଶପଥ କରାଇବେ ନିମନ୍ତେ ପ୍ରଶାସନ ପକ୍ଷରୁ ସମସ୍ତ ଅଙ୍ଗନବାଡି କର୍ମୀ ଙ୍କୁ ନିର୍ଦେଶ ଦିଆ ଯାଇ ଥିବାର ବିଷୟରେ ଜିଲ୍ଲା ସମାଜ କଲ୍ଯାଣ ଅଧିକାରୀ ସ୍ଵର୍ଣ୍ଣଲତା ବିଶ୍ବାସ ସୂଚନା ପ୍ରଦାନ କରିଥିଲେ। ଜିଲ୍ଲା କାର୍ଯ୍ୟ।ଳୟ ପରିସର ମଧ୍ୟରେ ହୋଇ ଥିବା ଏହି ସଚେତନତା ରଥର ଉଦଘାଟନୀ ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ରତ୍ନାକର ସାହୁ, ଅଧୀକ୍ଷକ ଯନ୍ତ୍ରୀ ଗ୍ରାମ୍ୟ ନିର୍ମାଣ ନବରଙ୍ଗପୁର ରାଜେନ୍ଦ୍ର ପ୍ରସାଦ ଆଚାର୍ଯ୍ୟ, ନିର୍ବାହୀ ଯନ୍ତ୍ରୀ ଗ୍ରାମ୍ୟ ନିର୍ମାଣ ବିଭାଜନ ଉମରକୋଟ ଆନ୍ତୁନି କିଷାନ, ଅବକାରୀ ଅଧୀକ୍ଷକ ସନ୍ତୋଷ କୁମାର ଧଳ ସାମନ୍ତ, ଓଡିଶା ରାଜସ୍ଵ ଅମଲା ସଂଘ ରାଜ୍ୟ ସଭାପତି ତ୍ରିପତି ବାଲାଜୀ ସାହୁ,ଜିଲ୍ଲା ମତ୍ସ୍ୟ ଅଧିକାରୀ ଜୀ. ଜଗଦୀଶ ରାଓ, ଅଧୀକ୍ଷକ ଯନ୍ତ୍ରୀ ରାସ୍ତା ଓ ଗୃହ ନିର୍ମାଣ ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର,ଜିଲ୍ଲା ମଙ୍ଗଳ ଅଧିକାରୀ, ସ୍ମୃତି ରଞ୍ଜନ ସାମନ୍ତରାୟ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ସୁଧାଂଶୁ ପାତ୍ର, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁରେଶ ପଟ୍ଟନାୟକ, ଜିଲ୍ଲା ବେସାମରିକ ଯୋଗାଣ ଅଧିକାରୀ ସଞ୍ଜୀବ କୁମାର ସାହୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ହଳଧର ନିହାଲ ,ଆକ୍ସନଏଡ ର ଜିଲ୍ଲା ପରାମର୍ଶ ଦାତା ଫକିର ଚରଣ ରାଉତ, ସସ୍ମିତା ମହାନ୍ତି , ସୁଜିତ କୁମାର ସୁନା ,ବିଶ୍ଵଜିତ ମହାନ୍ତି, ଜ୍ୟୋତ୍ସ୍ନା ଚୌଧୁରୀ ,ୱାନଷ୍ଟପ କେନ୍ଦ୍ରର କର୍ମର କର୍ତ୍ତା ଓ ଅନ୍ୟଅଧିକାର ମାନେ ଉପସ୍ଥିତ ଥିଲେ ।

ନବରଙ୍ଗପୁର ଜିଲ୍ଲାରୁ ରବିନାରାୟଣ ମହାନ୍ତି ଙ୍କ ରିପୋର୍ଟ ମସୀହା ନିୟୁଜ୍।

Related posts

ଲିପ୍ସା ଛତ୍ରିଆ କୁ ଉଚ୍ଚ ଶିକ୍ଷା ପାଇଁ ସହଯୋଗର ହାତ ବଢ଼ାଇଲେ ସମାଜସେବୀ ବିଶ୍ୱନାଥ କର

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

ଲୁଣିବାହାଲ ରେ ସାପ୍ତାହିକ ହାଟ ର ଶୁଭାରମ୍ଭ

Sunil Chandra Nayak

Leave a Comment

error: Content is protected !!