ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କବିତା ସାହୁ ଙ୍କ କବିତା ପୁନର୍ଜନ୍ମ

ପୁନର୍ଜନ୍ମ

 

   କବିତା ସାହୁ    ଜୟପୁର 

 

କହରେ କାଳିଆ କି ତପ କରିଲି 

ପାଇଲି ମଣିଷ ଜନ୍ମ। 

ଯାହା କହିଥିଲି କରିବା ପାଇଁ ମୁଁ 

କରି ନାହିଁ କିଛି ଧନ।

ଏ ଜନ୍ମ ର ପାପ ସାଥିରେ ନେଉଛି 

ଆଉ ଦେବୁନି ତୁ ପୁନର୍ଜନ୍ମ। 

 

୨__ ଆତ୍ମା ପରମାତ୍ମା ହୋଇଲେ ମିଳନ 

        ମୋକ୍ଷ ପାଇଯାଏ ଜୀବ। 

        ପୁନର୍ଜନ୍ମ ତାର ହୁଏ ନାହିଁ ଆଉ 

        ବ୍ରହ୍ମେ ହୋଇ ଯାଏ ଲୀନ। 

 

୩___ ରଥରେ କାଳିଆ ବାମନ ବେଶରେ 

            ଯାଏ ସେ ଗୁଣ୍ଡିଚାଘର  ।

            ବାମନ ବେଶକୁ ଦର୍ଶନ କରିଲେ 

            ନୁହେଁ ପୁନର୍ଜନ୍ମ ମଣିଷର। 

 

୪____ଏ ମାୟା ସଂସାର ଲାଗିଲାଣି ବିଷ 

             ଲୋଡା ନାହିଁ ଆଉ କିଛି। 

         ଯାହା ପାପ ପୂର୍ଣ୍ଣ୍ଯ କରିଛି ଠାକୁର 

             ହିସାବ କରିବ ବସି।

           ଏତିକି ମିନତି ପାଦ ତଳେ ତୁମ 

              ଗୁହାରୀ ଶୁଣିବ ମୋର ।

           ପୁନର୍ଜନ୍ମ ଆଉ ଚାହୁଁ ନାହିଁ ମୁହିଁ 

                ମୁକ୍ତି ଦିଏ ଏହି ଥର।

 

Related posts

ଗୋବିନ୍ଦପୁର ଠାରେ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ସେବା କାର୍ଯ୍ୟକ୍ରମ

Sunil Chandra Nayak

ରାଇଘର ଅଞ୍ଚଳରେ ମାଓ ବେନର

Sunil Chandra Nayak

ଜୁନାଗଡ଼ ପୌର ଉପାଧ୍ୟକ୍ଷ୍ୟା ଭାବେ ହିମାଦ୍ରୀ ନାଏକ ନିର୍ଦ୍ୱନ୍ଦରେ ନିର୍ବାଚିତ

Sunil Chandra Nayak

Leave a Comment

error: Content is protected !!