ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଉମାକାନ୍ତ ଦାସ ଙ୍କ କବିତା ପୁତ୍ର

ପୁତ୍ର

ଉମାକାନ୍ତ ଦାସ

 

ପୁତ୍ର ଜନ୍ମ ନୁହେଁ କାନ୍ଧେ ନେବାପାଇଁ

ପିଣ୍ଡୁ ପ୍ରାଣ ଚାଲି ଗଲେ,

ଜୀବିତ ସମୟେ ପ୍ରାଣ ରହେ ନାହିଁ

ପିତୃ ବାକ୍ଯ ନ ପାଳିଲେ ।।

 

ପୁତ୍ର ଜନ୍ମ ନୁହେଁ ଜୁଇ ଜାଳିଦେଇ

ମୁଖେ ଅଗ୍ନି ଜାଳି ଦେଲେ,

ଏ ତୁଚ୍ଛ ଭାବନା କେବେ ନ ଭାବିବା

ପିତା ସ୍ବର୍ଗ ଚାଲିଗଲେ ।।

 

ପୁତ୍ର ଜନ୍ମ ନୁହେଁ ଏକାଦଶାହରେ,

ଭୂରି ଭୋଜନ ଖୋଇଲେ,

ବହୁ ଆଡମ୍ବରେ ଗ୍ରାମବାସୀ ମେଳେ

ଆନନ୍ଦ ଉଲ୍ଲାସ କଲେ ।।

 

ପୁତ୍ର ଜନ୍ମ ନୁହେଁ ଗୟା ପିଣ୍ଡ ଦେଇ

ପିତୃକୁଳ ଉଦ୍ଧରିଲେ ,

ଏ ସବୁ କରମେ କିବା ମୂଲ୍ୟ ମିଳେ

ବାର୍ଦ୍ଧକ୍ଯେ ସେବା ନ କଲେ ।।

 

ସୁପୁତ୍ର ସେ ହୁଏ ପିତୃ ସେବୁଥାଏ

ଭିକାରୀଟେ ହୋଇଥିଲେ,

ଭିକ୍ଷା ବୃତ୍ତି କରି କଷଣକୁ ସହି

ଅନ୍ତିମ ବିଦାୟ ଦେଲେ ।।

 

ଲାଲବାଗ,ଖାନନଗର, ମଙ୍ଗଳ ପୁର

 

Related posts

କେନ୍ଦ୍ରୀୟ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ “ମାଙ୍କଡ ଜୀବନ ରକ୍ଷା” ପାଇଁ ଅଭିନବ ଅନୁରୋଧ

Sunil Chandra Nayak

ବିଜୟ କୁମାର ଜେନା ଙ୍କ ସକାଳର ଜଣାଣ

କର୍ଲାମୁଣ୍ଡା ବ୍ଲକ ଆଦିବାସୀ ସଂଘ ଗଠିତ

Sunil Chandra Nayak

Leave a Comment

error: Content is protected !!