ଡାବୁଗାଁ, ୨୮/୯ ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ ଜିଲା ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗ ଦ୍ଵାରା ପରିଚାଳିତ ଡାବୁଗାଁ ସରକାରୀ ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ରାଷ୍ଟ୍ରୀୟ ପୋଷଣ ମାସ ଓ ସ୍ଵଚ୍ଛତା ପକ୍ଷ ବୁଧବାର ପାଳିତ ହୋଇଯାଇଛି |ପ୍ରଥମେ ବିଦ୍ୟାଳୟ ସଭାଗୃହରେ ଛାତ୍ରୀ ମାନଙ୍କ ଦ୍ଵାରା ବିଭିନ୍ନ ଖାଦ୍ୟ ସାମଗ୍ରୀ ସୁନ୍ଦର ଭାବେ ସଜାଇ ରଖିଥିଲେ | ପ୍ରଧାନ ଶିକ୍ଷକ ତଥା ଅଧ୍ୟକ୍ଷ ସୁକାନ୍ତ କୁମାର ସ୍ଵାଇଁ ଛାତ୍ରୀ ମାନଙ୍କୁ ପୋଷଣ ମାସ ପାଳନ ର ଉଦ୍ଦେଶ୍ୟ ଓ ବିଭିନ୍ନ ଖାଦ୍ୟସାର ସମ୍ବନ୍ଧରେ ବୁଝାଇଥିଲେ |ବିଜ୍ଞାନ ଶିକ୍ଷକ ମହେଶ୍ଵର ନାଥ ଶ୍ଵେତସାର, ସ୍ନେହସାର, ପୁଷ୍ଟିସାର, ଖଣିଜ ଲବଣ କେଉଁ ଖାଦ୍ୟରେ କେତେ ପରିମାଣର ଥାଏ ତାହା ବୁଝାଇଥିଲେ | ଛାତ୍ରୀ ମାନଙ୍କ ମଧ୍ୟରୁ ଚୁମୁକି ତନ୍ତୀ ଓ ସୀମା ନାୟକ ବିଭିନ୍ନ ଖାଦ୍ୟସାର ଅଭାବ ହେଲେ ଶରୀରର କଣ ଅସୁବିଧା ହୁଏ କହିବା ସହ ଆମ ଶରୀର ଗଠନରେ ବିଭିନ୍ନ ଖାଦ୍ୟର ଭୂମିକା ସମ୍ବନ୍ଧରେ କହିଥିଲେ | ପରେ କ୍ରିଡା ଶିକ୍ୟୟତ୍ରୀ ରଶ୍ମିରାଣୀ ପଣ୍ଡା ସ୍ଵଚ୍ଛତା ସମ୍ବନ୍ଧରେ ବୁଝାଇ ଘରଦ୍ଵାର, ପରିବେଶ ପରିଷ୍କାର ରହିଲେ କଣ ସୁଫଳ ମିଳେ ଛାତ୍ରୀ ମାନଙ୍କୁ ବୁଝାଇଥିଲେ | ସ୍ଵଚ୍ଛତା ପକ୍ଷ ସମ୍ବନ୍ଧରେ ଛାତ୍ରୀ ମାନଙ୍କ ମଧ୍ୟରେ ଭାଷଣ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା | ଏଥିରେ ପ୍ରଥମ, ଦିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରୀ ମାନଙ୍କୁ ପୁରସ୍କୃତ କରଯାଇଥିଲା | ଶେଷରେ ସମସ୍ତ ଶିକ୍ଷୟତ୍ରୀ,ଶିକ୍ଷକ ଓ ଛାତ୍ରୀ ମାନେ ବିଦ୍ୟାଳୟ ପରିବେଶ କୁ ସାଫା କରିଥିଲେ | ଏହି କାର୍ଯ୍ୟକ୍ରମରେ ସମସ୍ତ ୫୧୩ ଜଣ ଛାତ୍ରୀ ଅଂଶ ଗ୍ରହଣ କରିଥିଲେ |
ପ୍ରଜ୍ଞାରଞ୍ଜନ ପରିଡା, ଡାବୁଗାଁ