ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଚନ୍ଦାହାଣ୍ଡି ବ୍ଲକ ପ୍ରଶାସନ ପକ୍ଷରୁ “ସ୍ୱଚ୍ଛତା ହିଁ ସେବା”କାର୍ଯ୍ୟକ୍ରମ ଅନୁଷ୍ଠିତ

ଚନ୍ଦାହାଣ୍ଡି-28/9(ମ ନି ସ) ନବରଙ୍ଗପୁର ଜିଲ୍ଲା ଜଳ ଓ ପରିମଳ ମିଶନ ତଥା ଚନ୍ଦାହାଣ୍ଡି ବ୍ଲକ ପ୍ରଶାସନ ପକ୍ଷରୁ ଆଜାଦି କି ଅମୃତ ମହୋତ୍ସବ ପାଳନ ଅବସରରେ ଆଜି ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅବସରରେ ସ୍ୱଚ୍ଛତା ରଥର ଶୁଭାରମ୍ଭ ଅନୁଷ୍ଠିତ ହୋଇଯାଇଛି l ସ୍ୱଚ୍ଛତା ରଥକୁ ଶୁଭାରମ୍ଭ କରିଥିଲେ ବ୍ଲକ ଅଧକ୍ଷା ସୁମିତ୍ରା ପୂଜାରୀ, ଏବଂ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଧର୍ମରାଜ ମାଝୀ,ବେହେରାମୁଣ୍ଡା ସମିତି ସଭ୍ୟ ପୂର୍ଣ୍ଣଚନ୍ଦ୍ର ସୋରି,ସରପଞ୍ଚ କୃଷ୍ଣ ଜାନି, ଭଗବାନ ମାଝୀ, ଭାରପ୍ରାପ୍ତ ଜିପିଈଓ ସୂର୍ଯ୍ୟ ଭତ୍ରା,ଏପିଓ ସୁରେଶ ନାୟକ, ସହକାରି ଯନ୍ତ୍ରୀ ଥୟକୁମାର ପଟେଲ, କନିଷ୍ଠ ଯନ୍ତ୍ରୀ ରାଜୀବ ଲୋଚନ ଧଳ, ଅରବିନ୍ଦ ବେହେରା,କିରାଣୀ ରଞ୍ଜନ ବିଶ୍ୱାସ,ବ୍ଲକ ପରିମଳ ସଂଯୋଜକ,ଏବଂ ଯୁବ ସମାଜ ସେବୀ ତରୁଣ ଗୌଡ଼, ଲୋଚନ ନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ l ପ୍ରତେକ ଗ୍ରାମ ପଂଚାୟତ ସଫେଇ କରାଯାଇ ଆବର୍ଜନା ଓ ପ୍ଲାଷ୍ଟିକ ମୁକ୍ତ କରିବାକୁ ନିଷ୍ପତ୍ତି ନେଇଥିବାବେଳେ ପରବର୍ତୀ ସମୟରେ ପ୍ରତେକ ପଂଚାୟତର ରାଜସ୍ବ ଗ୍ରାମର ପ୍ରତେକ ୱାର୍ଡରେ ସ୍ୱଚ୍ଛତା ଅଭିଯାନ ସମ୍ପର୍କିତ ବାର୍ତ୍ତା ପ୍ରଚାର କରି ସଚେତନତା ସୃଷ୍ଟି କରିବା ସହ ସ୍ବେଛାସେବୀ, ସମାଜସେବୀ ଏବଂ ଗ୍ରାମର ଭଦ୍ରବ୍ୟକ୍ତି, ସରକାରୀ କର୍ମଚାରୀ, ସମସ୍ତଙ୍କୁ ନେଇ ଗ୍ରାମର ନଳକୂପ, ରାସ୍ତାଘାଟ,ସ୍କୁଲ ହୋତା, ଦୋକାନ,ମନ୍ଦିର ପ୍ରାଙ୍ଗଣରେ ଅଳିଆ ସଫେଇ କାର୍ଯ୍ୟକ୍ରମ କରାଯାଉଥିବା ସହ ଏଭଳି ପଂଚାୟତର ସବୁ ସ୍ଥାନକୁ ସ୍ୱଚ୍ଛ କରିବାକୁ ବାର୍ତ୍ତା ଦେବା ସହ ସଚେତନ ସୃଷ୍ଟି କରାଯାଉଥିବା ସହ ଏହି ଅଭିଯାନରେ ସମସ୍ତେ ସକ୍ରିୟ ସହଯୋଗ କରିବା ପାଇଁ ଆହ୍ୱାନ ଦିଆଯାଇଥିଲା l ଏହି କାର୍ଯ୍ୟକ୍ରମରେ ସଫଳ କରିବାକୁ ପ୍ରତେକ ସମିତି ସଭ୍ୟ,ସରପଞ୍ଚ,ଅଙ୍ଗନବାଡି କର୍ମୀ, ଆଶାଙ୍କ ସମେତ ଗ୍ରାମବାସୀ ଭଦ୍ରବ୍ୟକ୍ତି ବିଶେଷ ଉପସ୍ଥିତ ସହ ସମସ୍ତଙ୍କ ସହଯୋଗ ଚାହିଁଥିଲେ l

ଚନ୍ଦାହାଣ୍ଡି ରୁ ଦିଲୀପ ଦାସ ଙ୍କ ରିପୋର୍ଟ 

Related posts

ଅପର୍ତ୍ତି ସେଠୀ ଙ୍କ କବିତା ଗୁରୁଙ୍କୁ ବସାଇ ଆସନେ

Sunil Chandra Nayak

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା ହସ

Sunil Chandra Nayak

ଚଢ଼ା ଦରରେ ୟୁରିଆ ସାର ବିକ୍ରୀ

Sunil Chandra Nayak

Leave a Comment

error: Content is protected !!