ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବେଣୁଧର ସୂତାର ଙ୍କ କବିତା କଳ୍ପନାର କଳ୍ପଧାରା

କଳ୍ପନାର କଳ୍ପଧାରା

 

        ବେଣୁଧର ସୂତାର

 

କଳ୍ପନା ଗୋ ତୁମେ ମନ ଭୁବନର

ଅନ୍ତହୀନ ଅନୁପ୍ରାସ

ହୁଦୟ ଗଭୀର ଚିନ୍ତା ଚେତନାର

ଅସରନ୍ତି ଉପନ୍ୟାସ

ଭାଷା ଉପବନ ଲଳିତ ମୋହନ 

ଫଗୁଣର ମିଠା ହସ ।।

ମିଠା କଳ୍ପନାର ଭରା ଅନ୍ତଃସ୍ବର

ଭାବର ଲହରି ଛନ୍ଦ

ବହଳ ମନର ଭାବପ୍ରବଣର

ଭାବମୟ ଅନୁବନ୍ଧ

କଳ୍ପନା ବିଳାସ ମାଧୁର୍ଯ୍ୟ ପୀୟୂଷ

ଏମନର ଅଭିଳାଷ

    ଫଗୁଣର ମିଠା ହସ……….

ଶତ ଭାବନାର ଆବେଗ ଉଛ୍ବାସ

ମଗ୍ନ ଏଇ ମନ ତଳେ

ନିଃଶବ୍ଦ ଶବ୍ଦର ଭବ୍ୟ ସମାହାର

କଳ୍ପନାର ଅନ୍ତରାଳେ

ଭାବ ବ୍ୟଞ୍ଜନାର ମହକ ମଧୁର

ରସମୟ ରୂପନ୍ୟାସ

     ଫଗୁଣର ମିଠା ହସ…………

ଦିବ୍ୟ ଭାବମୟ ବିଭୋର ତନ୍ମୟ

ମାଦକିତ ସମ୍ମୋହନ

ମୁଗ୍ଧ ଅନୁଭବ ବିଭୂତି ବିଭବ

ସାରସ୍ବତ ଜ୍ଞାନାଞ୍ଜନ

ଲଲିତ ମଧୁର ମନୋଜ୍ଞ ଭାବର

ବିସ୍ତାରିତ ସୁଧାରସ

      ଫଗୁଣର ମିଠା ହସ………..

ପରିକଳ୍ପନାର ଅମିୟ ଆଧାର

ଭାବ ମନ୍ଦାକିନୀ ଝର

ଅନୁରାଗ ଭରା ସୁଧାକଳ୍ପ ଧାରା

ଭାଵ ମଧୁ ମୂର୍ଛନାର

ପ୍ରାଣପ୍ରାଚୁର୍ଯ୍ୟର ରସ ମାଧୁରୀରେ

କବିତା ର ଜୀବନ୍ୟାସ

       ମିଠା ଫଗୁଣର ହସ………..

ଭାବ ବିପଣିର ମଗ୍ନ ମାଧୁରିମା

ରସମୟ ରୂପସାର

ନବ ସୃଜନର ସୁଧା କଳ୍ପଧାର

ରମଣୀୟ ଇସ୍ତାହାର

ଦିବ୍ୟ ମନୋହର ଭାଷା ସଂପ୍ରୀତିର

କୀର୍ତ୍ତିମୟ ଇତିହାସ

ଭାଷା ଉପବନ ଲଳିତ ମୋହନ

       ଫଗୁଣର ମିଠାହସ ।।

 

କେଶଦୁରାପାଳ
କେନ୍ଦୁଝର

Related posts

ଦେଶ ସ୍ବାଧୀନତା ପାଇ ୭୩ବର୍ଷ ଅତିକ୍ରମ କରିସାରିଛି, ଆଜି ବି ଲୋକେ ଗମନାଗମନ ସୁବିଧାରୁ ବଞ୍ଚିତ

ଗାଁ କୁ ଫେରିଲେ ତେଲେଙ୍ଗାନା ଇଟାଭାଟିରେ ନିର୍ଯାତିତ ଦାଦନ ଶ୍ରମିକ

Sunil Chandra Nayak

ବିଜେଡ଼ି ଦଳ ପକ୍ଷରୁ ଜନସେବାରେ ଥଣ୍ଡା ପାନୀୟ ବଣ୍ଟନ

Leave a Comment

error: Content is protected !!