ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କବି ମୋହନ ଭଟ୍ଟ ପୂଣ୍ୟ ଉତ୍କଳ ଫାଉଣ୍ଡେସନରେ ସମ୍ମାନିତ

ନର୍ଲା (ମ.ନି.ସ) ଓଡ଼ିଶା ରାଜ୍ୟ ପରିବହନ କର୍ମଚାରୀ ସଂଘ କଳାହାଣ୍ଡିର ସମ୍ପାଦକ ତଥା କବି ମୋହନ କୁମାର ଭଟ୍ଟ ପୂଣ୍ୟ ଉତ୍କଳ ଫାଉଣ୍ଡେସନ ତରଫରୁ ସମ୍ମାନୀତ ହୋଇଛନ୍ତି। ଭୁବନେଶ୍ୱର ସ୍ଥିତ ଓଡ଼ିଶୀ ଗବେଷଣା କେନ୍ଦ୍ରରେ ପୂଣ୍ୟ ଉତ୍କଳ ଫାଉଣ୍ଡେସନ ପକ୍ଷରୁ ଅଷ୍ଟମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏଥିରେ ବିଭିନ୍ନ ପ୍ରତିଭାବାନ ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଏହି କ୍ରମରେ କଳାହାଣ୍ଡି ଜିଲ୍ଲା ନର୍ଲାର ବିଶିଷ୍ଟ କବି ମୋହନ କୁମାର ଭଟ୍ଟଙ୍କୁ ତାଙ୍କରି ଜନସଚେତନତା କବିତା ସୃଷ୍ଟି ସକାଶେ ଓ ସମାଜସେବା କ୍ଷେତ୍ରରେ ପ୍ରଶଂସନୀୟ କାର୍ଯ୍ୟ ପାଇଁ ଅନୁଷ୍ଠାନ ପକ୍ଷରୁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ମାନିତ କରାଯାଇଛି। ଅନୁଷ୍ଠାନର ଅଧ୍ୟକ୍ଷ ମନୋରଂଜନ ମହାପାତ୍ର, ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ, ସ୍ତମ୍ଭକାର ଶ୍ରୀରାମ ଦାସଙ୍କ ଉପସ୍ଥିତିରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉପେନ୍ଦ୍ର ନାଥ ବେହେରା, ମୁଖ୍ୟ ବକ୍ତା ତଥା କବି ପ୍ରବୀର କୁମାର ମହାନ୍ତି, ପୂର୍ବତନ ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ଗୋପବନ୍ଧୁ ନାୟକ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗ ଦେବା ସହ ବିଶିଷ୍ଟ ବ୍ୟକ୍ତି ମାନଙ୍କୁ ସମ୍ମାନୀତ କରିଥିଲେ।

ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି।

Related posts

ଖଲିଆକାନୀ ନିକଟସ୍ଥ ସୁକୁନିମୁଣ୍ଡା ପାଖରେ ମର୍ମନ୍ତୁଦ ସଡକ ଦୁର୍ଘଟଣା

Sunil Chandra Nayak

ମାନଝରି ଠାରେ ମହାଭାରତ ଯଜ୍ଞ ଅନୁଷ୍ଠିତ

Sunil Chandra Nayak

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ସାଗର

Leave a Comment

error: Content is protected !!