ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପୁଣି ଦାଦନ ଯନ୍ତ୍ରଣା

ଦାଦନ ଖଟିଯାଇ ଘଟିଛି ଅଘଟଣ
କ୍ରସରରେ କାମ କରି କଟିଲା ହାତ

ଥୁଆମୂଳ ରାମପୁର,୧୫|୪, ମ ନି ସ:  କ୍ରସରରେ କାମ କରୁଥିବା ସମୟରେ ଘଟିଛି ଅଘଟଣ।ଜଣେ ଦାଦନ ଶ୍ରମିକଙ୍କ କଟିଯାଇଛି ବାମ ହାତ। କାମଧନ୍ଦା କରି ଦି ପଇସା ଉପାର୍ଜନ ପାଇଁ ଦିନକୁ ଦିନ ଦାଦନ ସମସ୍ୟା ଉତ୍କଟ ରୂପ ଧାରଣ କରି ଚାଲିଥିବା ବେଳେ ପରିବାର ପ୍ରତିପୋଷଣର ବୋଝ ନେଇ ଦାଦନ ଖଟି ଯାଇଥିବା ଗରିବ ମଣିଷ ସେଇ ନିଜ ପରିବାର ଉପରେ ସାରା ଜୀବନ ବୋଝ ହେଇ ପଡି ରହୁଛି। କେତେବେଳେ ନିର୍ଯ୍ୟାତନାର ଶିକାର ହେବାକୁ ପଡୁଛି ତ ପୁଣି କେତେବେଳେ ବନ୍ଧକ ପଡି ରହିବାକୁ ପଡୁଛି।ଏପରିକି ବେଳେବେଳେ ବିଭିନ୍ନ ସମୟରେ ଅଘଟଣରେ ପଡି ଭିନ୍ନକ୍ଷମ ହୋଇ ଫେରୁଛି ତ ପୁଣି କେତେବେଳେ କେହି ଶବ ହୋଇ ଫେରୁଛି।କେହି କେହି ନିଖୋଜ ଅବସ୍ଥାରେ ରହିଯାଆନ୍ତି।ଯାହାର ଆସିବା ବାଟକୁ ସାରା ଜୀବନ ଅନାଇ ରହିଥାନ୍ତି ଅସହାୟ ପରିବାର।ଦାରିଦ୍ର୍ୟତାର କଷାଘାତରେ ବଞ୍ଚୁଥିବା ଗରିବ ମଣିଷ ପାଖରେ ଏସବୁ ବୁଝିବା ମାନସିକ ଯନ୍ତ୍ରଣା ସଦୃଶ ହୋଇଥାଏ।କଳାହାଣ୍ଡି ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଥୁଆମୂଳ ରାମପୁର ବ୍ଲକ ପାଡେପଦର ଗ୍ରାମ ପଞ୍ଚାୟତ ଅଧିନ ଦୁରେସ ପଦର ଗ୍ରାମର ମହେନ୍ଦ୍ର ମାଝୀ(୩୫) ପରିବାର ପାଳିବା ପାଇଁ କାମଧନ୍ଦା କରିବାକୁ ଗତ ତିନିମାସ ତଳେ ଗଞ୍ଜାମ ଜିଲ୍ଲା ଆସ୍କା ଥାନା ଅନ୍ତର୍ଗତ ଚାରି ମାଇଲି ଛକ ନିକଟରେ ଥିବା ଏକ କ୍ରସରକୁ ନିଜ ଗ୍ରାମର ବିଜୟ ନାଏକ ସହିତ କାମ କରିବାକୁ ଯାଇଥିଲା।ପ୍ରାପ୍ତ ସୂଚନା ମୁତାବକ ଏହି କ୍ରସରରେ ରାତ୍ର କାଳୀନ ସମୟରେ କାମ କରିବାର ଶେଷ ସମୟ ପୁର୍ବରୁ ଗୁରୁବାର ସକାଳ ୮ ଘଣ୍ଟା ସମୟରେ କ୍ରସରର ବେଲ୍ଟ ଲାଗିଯିବା ଫଳରେ ତାର ବାମ ହାତ ସମ୍ପୂର୍ଣ୍ଣ କଟିଯାଇଛି ଫଳରେ ଘଟଣା ସ୍ଥଳରେ ଗୁରୁତର ଅବସ୍ଥାରେ ଅଚେତ ହୋଇ ପଡିରହିଥିଲା ମହେନ୍ଦ୍ର। ଏଭଳି ଅଘଟଣ ଶୁଣି ବିଜୟ ନାଏକ ଘଟଣା ସ୍ଥଳରେ ପହଞ୍ଚି ଥିଲା।ପରେ ତୁରନ୍ତ ଆହତ ମହେନ୍ଦ୍ର କୁ ଆସ୍କା ମେଡିକାଲରେ ଭର୍ତ୍ତି କରାଯାଇଥିଲା।ପରେ ବ୍ରହ୍ମପୁର ବଡ ମେଡିକାଲକୁ ଚିକିତ୍ସା ପାଇଁ ନିଆ ଯାଇଛି। ବର୍ତ୍ତମାନ ତାର ଚିକିତ୍ସା ଚାଲିଥିବା ବେଳେ ହାତ ହରାଇ ଅସହାୟ ଅବସ୍ଥାରେ ପଡିରହିଛି ମହେନ୍ଦ୍ର। ଏଭଳି ଅନେକ ଘଟଣା ଦୁର୍ଘଟଣା ଘଟି ଚାଲିଥିଲେ ମଧ୍ୟ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ପ୍ରତିଦିନ ଶହଶହ ଦାଦନ ବାହାର ଜିଲ୍ଲା ବାହାର ରାଜ୍ୟକୁ ଦାଦନ ଶ୍ରମିକ ଭାବେ ଖଟିବାକୁ ଯାଉଛନ୍ତି।

Related posts

ଐତିହସିକ ପୋଡାଗଡ ରେ ନୁଆଖାଇ ଭେଟ୍ ଘାଟ୍

Sunil Chandra Nayak

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ

Sunil Chandra Nayak

ବ୍ଲକ ସ୍ତରୀୟ ଅନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!