ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସତ୍ୟରଞ୍ଜନ ସ୍ୱାଇଁ ଙ୍କ କବିତା ପୁରୁଣା ଦିନ 

      ପୁରୁଣା ଦିନ 

 

ହଜିତ ଗଲାଣି ସମୟ ସୁଅରେ

ପୁରୁଣା ଦିନର ସ୍ମୃତି 

ମନରେ ପଡ଼ିଲେ ଲାଗ ଇ ଯେମିତି

ସମୟ ଯାଇଛି ବିତି 

ହଜିତ ଗଲାଣି………………୧ 

 

ବର ଆସୁଥିଲା ପାଲିଙ୍କିରେ ବସି 

ଝିଅ ବିଦା ସବାରି ରେ

ତିନି ଓଳି ଖାଇ ବରଯାତ୍ରୀ ମାନେ 

ଫେରନ୍ତି ଝିଅ ସାଥିରେ

ଶୁଭେନାହିଁ  ଏବେ ବାହୁନା କାନ୍ଦଣା

ଛାଡି ଆସେ ସାଙ୍ଗ ସାଥି

ହଜିତ ଗଲାଣି………………୨ 

 

ନବବଧୂଟିର ମୁଣ୍ଡରେ ଓଢ଼ଣା 

ଲମ୍ବାକରି ଦିଏ ଟାଣି 

ଗୀତା ଭାଗବତ ମୁହଁରେ ମୁଖସ୍ଥ

ଗାଇ ନିଏ ମନ ଜିଣି

ସଞ୍ଜ ସକାଳରେ ଚଉଁରା ମୂଳରେ

ଦୀପ ଜାଳୁଥାଏ ନିତି 

ହଜିତ ଗଲାଣି ସମୟ ସୁଅରେ

ପୁରୁଣା ଦିନର ସ୍ମୃତି …………୩

 

ସତ୍ୟରଞ୍ଜନ ସ୍ୱାଇଁ

ଅବଦଲପୁର, ଯାଜପୁର

 

Related posts

କବିତା – ଉତ୍କଳେ ନାହିଁ ନେତା ଙ୍କ ପ୍ରୟୋଜନ

Sunil Chandra Nayak

ବିଶ୍ୱନାଥ କର ସିଡ ର କାର୍ଯ୍ୟକାରୀ ସଭାପତି ମନୋନୀତ

Sunil Chandra Nayak

ଶରତ ଚନ୍ଦ୍ର ପଣ୍ଡା ଙ୍କ କବିତା ଅକ୍ଷୟ ତୃତୀୟା 

Leave a Comment

error: Content is protected !!