ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସତ୍ୟରଞ୍ଜନ ସ୍ୱାଇଁ ଙ୍କ କବିତା ପୁରୁଣା ଦିନ 

      ପୁରୁଣା ଦିନ 

 

ହଜିତ ଗଲାଣି ସମୟ ସୁଅରେ

ପୁରୁଣା ଦିନର ସ୍ମୃତି 

ମନରେ ପଡ଼ିଲେ ଲାଗ ଇ ଯେମିତି

ସମୟ ଯାଇଛି ବିତି 

ହଜିତ ଗଲାଣି………………୧ 

 

ବର ଆସୁଥିଲା ପାଲିଙ୍କିରେ ବସି 

ଝିଅ ବିଦା ସବାରି ରେ

ତିନି ଓଳି ଖାଇ ବରଯାତ୍ରୀ ମାନେ 

ଫେରନ୍ତି ଝିଅ ସାଥିରେ

ଶୁଭେନାହିଁ  ଏବେ ବାହୁନା କାନ୍ଦଣା

ଛାଡି ଆସେ ସାଙ୍ଗ ସାଥି

ହଜିତ ଗଲାଣି………………୨ 

 

ନବବଧୂଟିର ମୁଣ୍ଡରେ ଓଢ଼ଣା 

ଲମ୍ବାକରି ଦିଏ ଟାଣି 

ଗୀତା ଭାଗବତ ମୁହଁରେ ମୁଖସ୍ଥ

ଗାଇ ନିଏ ମନ ଜିଣି

ସଞ୍ଜ ସକାଳରେ ଚଉଁରା ମୂଳରେ

ଦୀପ ଜାଳୁଥାଏ ନିତି 

ହଜିତ ଗଲାଣି ସମୟ ସୁଅରେ

ପୁରୁଣା ଦିନର ସ୍ମୃତି …………୩

 

ସତ୍ୟରଞ୍ଜନ ସ୍ୱାଇଁ

ଅବଦଲପୁର, ଯାଜପୁର

 

Related posts

ମାନଝରୀ ବିଦ୍ୟାଳୟ ଠାରେ ଅଷ୍ଟମ ଛାତ୍ରଛାତ୍ରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

Sunil Chandra Nayak

ଅପର୍ତ୍ତି ସେଠୀ ଙ୍କ କବିତା ତୁମେ କ’ଣ ସେଇ ବର୍ଷା?

Sunil Chandra Nayak

ମମତା ସାହୁ ଙ୍କ କବିତା ପ୍ରଗାଢ ପ୍ରେମ

Leave a Comment

error: Content is protected !!