ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଫ୍ରିଜ ଆମଦାନୀ ଉପରେ କଟକଣା ଲଗାଇବେ ସରକାର

ମେକ-ଇନ-ଇଣ୍ଡିଆ କାର୍ଯ୍ୟକ୍ରମ ଅଧିନରେ ଭାରତରେ ଉତ୍ପାଦନକୁ ଗୁରୁତ୍ବ ଦେଉଛନ୍ତି ସରକାର

ସରକାରଙ୍କ ଫ୍ରିଜ ଆମଦାନୀ ଉପରେ କଟକଣା ଲଗାଇବେ ସରକାର

 ଭାରତୀୟ ନିର୍ମାତାମାନଙ୍କୁ ପ୍ରେତ୍ସାହିତ କରିବାକୁ ବିଦେଶରୁ ଆମଦାନୀ ହେଉଥିବା ଫ୍ରିଜ ଉପରେ କଟକଣା ଜାରି କରିବାକୁ ଭାରତ ସରକାର ବିଚାର କରୁଛନ୍ତି । ସରକାରଙ୍କ ଏହି ପ୍ରସ୍ତାବ କାର୍ଯ୍ୟକାରୀ ହେଲେ ସାମସଙ୍ଗ ଓ ଏଲଜି ପରି କମ୍ପାନି ପ୍ରଭାବିତ ହୋଇପାରନ୍ତି । କାରଣ ଏହି ଦୁଇ କମ୍ପାନି କୋରିଆରୁ କେତେକ ହାଇ-ଏଣ୍ଡ୍ ଫ୍ରିଜ ଆମଦାନୀ କରନ୍ତି ।କୋରିଆ, ଜାପାନ ଆଦି କେତେକ ଦେଶ ସହ ଭାରତର ଫ୍ରି-ଟ୍ରେଡ ଚୁକ୍ତି ଥିବାରୁ ତାହାର ଫାଇଦା ନେଇ ଏଲଜି, ସାମସଙ୍ଗ ପରି କମ୍ପାନି  ଶସ୍ତାରେ ଆମଦାନୀ କରି ଭାରତୀୟ ବଜାରରେ ବିକ୍ରି କରୁଛନ୍ତି । କାରଣ ଏଫଟିଏ ଅନୁସାରେ ଦୁଇ ଦେଶ ମଧ୍ୟରେ ଶୁଳକମୁକ୍ତ କିମ୍ବା ସର୍ବନିମ୍ନ ଶୁଳକରେ ବାଣିଜ୍ୟ କାରବାର କରାଯାଉଛି ।ସରକାରଙ୍କ ମେକ-ଇନ-ଇଣ୍ଡିଆ କାର୍ଯ୍ୟକ୍ରମ ଅଧିନରେ ଭାରତରେ ଉତ୍ପାଦନକୁ ଗୁରୁତ୍ବ ଦିଆଯାଉଛି ।

ଏକ ଜାତୀୟ ସ୍ତରର ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ କେନ୍ଦ୍ର ସରକାର ଏକ ମାସ ମଧ୍ୟରେ ଏ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନେଇପାରନ୍ତି । ଏହି ପ୍ରସ୍ତାବିତ ନିଷ୍ପତ୍ତି ଅନୁସାରେ ସରକାର ଭାରତକୁ ଆମଦାନୀ କରୁଥିବା କମ୍ପାନିଙ୍କ ଉପେକ୍ଷା ଭାରତରେ ଉତ୍ପାଦନ କରୁଥିବା କମ୍ପାନିମାନଙ୍କୁ ପ୍ରେତ୍ସାହନ ଦେବେ ।

ଭାରତର ବାର୍ଷିକ ଫ୍ରିଜ ତିଆରି କ୍ଷମତା ୨୪ ନିୟୁତ ୟୁନିଟ ହୋଇଥିବାବେଳେ ଚାହିଦା ହେଉଛି ୧୫ ନିୟୁତ ୟୁନିଟ୍ । ଉଭୟ ସାମସଙ୍ଗ ଓ ଏଲଜିର ଭାରତରେ ଉତ୍ପାଦନ ପ୍ଲାଣ୍ଟ ରହିଛି । ଏହା ସତ୍ତ୍ବେ ସାମସଙ୍ଗ, ଏଲଜି ପରି କମ୍ପାନି ପ୍ରତିବର୍ଷ ହଜାର ହଜାର ଫ୍ରିଜ ଆମଦାନୀ କରନ୍ତି।

 ଏକ ଜାତୀୟ ସ୍ତରର ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ କେନ୍ଦ୍ର ସରକାର ଏକ ମାସ ମଧ୍ୟରେ ଏ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନେଇପାରନ୍ତି । ଏହି ପ୍ରସ୍ତାବିତ ନିଷ୍ପତ୍ତି ଅନୁସାରେ ସରକାର ଭାରତକୁ ଆମଦାନୀ କରୁଥିବା କମ୍ପାନିଙ୍କ ଉପେକ୍ଷା ଭାରତରେ ଉତ୍ପାଦନ କରୁଥିବା କମ୍ପାନିମାନଙ୍କୁ ପ୍ରେତ୍ସାହନ ଦେବେ । ଭାରତର ବାର୍ଷିକ ଫ୍ରିଜ ତିଆରି କ୍ଷମତା ୨୪ ନିୟୁତ ୟୁନିଟ ହୋଇଥିବାବେଳେ ଚାହିଦା ହେଉଛି ୧୫ ନିୟୁତ ୟୁନିଟ୍ । ଉଭୟ ସାମସଙ୍ଗ ଓ ଏଲଜିର ଭାରତରେ ଉତ୍ପାଦନ ପ୍ଲାଣ୍ଟ ରହିଛି । ଏହା ସତ୍ତ୍ବେ ସାମସଙ୍ଗ, ଏଲଜି ପରି କମ୍ପାନି ପ୍ରତିବର୍ଷ ହଜାର ହଜାର ଫ୍ରିଜ ଆମଦାନୀ କରନ୍ତି।

ଵିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ମହାମହିମ ରାଷ୍ଟ୍ରପତି ଙ୍କ ଶପଥ ପାଠ ମହୋତ୍ସଵକୁ ସ୍ମରଣୀୟ କରିବା ପାଇଁ ବିଦ୍ୟାଳୟ ମାନଙ୍କରେ ବିଭିନ୍ନ କାର୍ଜ୍ୟକ୍ରମ

Sunil Chandra Nayak

ରାଜ୍ୟସଭା ସାଂସଦ ସୁଜିତ କୁମାର ଙ୍କ ପୋଷ୍ୟ ସାଂସଦ ଆଦର୍ଶ ପଞ୍ଚାୟତ ଶଗଡା ଗସ୍ତ

Sunil Chandra Nayak

କୌଶଲ୍ୟା ଶିକ୍ଷା ପକ୍ଷରୁ ମହିଳା ଦିବସରେ ସଚେତନତା କଲେ ଛାତ୍ରଛାତ୍ରୀ

Sunil Chandra Nayak

Leave a Comment

error: Content is protected !!