ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମୋଦି ସରକାରଙ୍କ ୮ବର୍ଷ ପୂର୍ତ୍ତି ଅବସରରେ ଓବିସି ମୋର୍ଚ୍ଚା ସମାବେଶ

କର୍ଲାମୁଣ୍ଡା: କେନ୍ଦ୍ରରେ ମୋଦି ସରକାରଙ୍କର ଆଠ ବର୍ଷ ପୂର୍ତ୍ତି ଅବସରରେ କଳାହାଣ୍ଡି ଜିଲ୍ଲା ନର୍ଲା ବିଧାନସଭା ସ୍ତରିୟ କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଯୋରାଡବରା ମଣ୍ଡଳ ଖଲିଆପାଲି ଶୈବ ପିଠ ଠାରେ ଓବିସି ମୋର୍ଚ୍ଚା ସମାବେଶ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଓବିସି ମୋର୍ଚ୍ଚା ଜିଲ୍ଲା ସଭାପତି ପ୍ରଦୀପ କୁମାର ନାଏକଙ୍କ ନେତୃତ୍ବରେ ମୁଖ୍ୟ ଅତିଥି ଓବିସି ମୋର୍ଚା ରାଜ୍ୟ ଉପସଭାପତି ତଥା କଳାହାଣ୍ଡି ଓବିସି ମୋର୍ଚାର କଳାହାଣ୍ଡି ଜିଲ୍ଲା ପ୍ରଭାରୀ ରାମ ଚନ୍ଦ୍ର ବେହେରା, ପୂର୍ବତନ ଜିଲ୍ଲା ପରିଷଦ ଅଧକ୍ଷ୍ୟା ନମିତା ରାଣୀ ସାହୁ, ପୂର୍ବତନ ବିଧାୟକ କୁମର ମଣୀ ଶବର, ନର୍ଲା ସଂଯୋଜକ ଅନିରୁଦ୍ଧ ପଧାନ, ଜିଲ୍ଲା ଉପସଭାପତି ପ୍ରଶାନ୍ତ କୁମାର ସାହୁ, କୃଷକ ମୋର୍ଚା ରାଜ୍ୟକାରିଣୀ ସଦସ୍ୟ ଶ୍ରୀକାନ୍ତ ହୋତା, ଯୋରାଡବରା ମଣ୍ଡଳ ପ୍ରଭାରୀ ପଦ୍ମ ଲୋଚନ ମିଶ୍ର, ରାମପୁର ବ୍ଲକ ସାଂସଦ ପ୍ରତିନିଧି ଖୁସିରାମ ସାହୁ, ଦିବାକାର ବାଗ, କର୍ଲାମୁଣ୍ଡା ମଣ୍ଡଳ ଓବିସି ମୋର୍ଚା ସଭାପତି ପ୍ରଶାନ୍ତ ରଣା, ଯୋରାଡବରା ମଣ୍ଡଳ ଓବିସି ମୋର୍ଚା ସଭାପତି ଶିଶିର କୁମାର ସାହୁ, କୃଷକ ମୋର୍ଚା ଉପ ସଭାପତି ଦୟା ନିଧି ସାହୁ, ମଣ୍ଡଳ ସଭାପତି ଦଶରଥ ସାହୁ, ସଂଜୟ ଜୈନ,ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଶୁଭ୍ରାଂଶୁ ସାହୁ, ଓବିସି ମୋର୍ଚା ସଂଫାଦିକା ଜୟନ୍ତୀ ସାହୁ, ପ୍ରମୁଖ ମଞ୍ଚାସିନ ହୋଇ ପଛୁଆବର୍ଗ ଙ୍କ ପାଇଁ ହେଇଥିବା କେନ୍ଦ୍ରୀୟ କାର୍ଯ୍ଯକ୍ରମରେ ସେବା ସୁଶାସନ ଓ ଗରିବ କଲ୍ୟାଣ ପର୍ବ ଉପରେ ମତବ୍ୟକ୍ତ ରଖିଥିଲେ। ଏହି କାର୍ଯ୍ୟକ୍ରମରେ ଯୋରାଡବରା ମଣ୍ଡଳ ଯୁବ ମୋର୍ଚା ସଭାପତି ନବୀନ କିଶୋର ସାହୁ, ସଂପାଦକ ଗୋପି ସାହୁ, କର୍ଲାମୁଣ୍ଡା ମଣ୍ଡଳ ସଂପାଦକ ଲିଙ୍ଗରାଜ ସାହୁ, ଦିଲିପ ସାହୁ, ବରିଷ୍ଟ ବିଜେପି ନେତା ବିଘ୍ନରାଜ ସାହୁ, ନବୀନ କୁମାର ପଧାନ, କିର୍ତିଶ୍ଚନ୍ଦ୍ର ମାହାର, ନାରୀ ସଭାନତ୍ରି ପୁଷ୍ପାଞ୍ଜଳୀ ସାହୁ, ଡୋଲାମଣୀ ସାହୁ, ଡୋଲାମଣୀ ଭୋଇ ତଥା ଭାରତୀୟ ଜନତା ପାର୍ଟିର ବରିଷ୍ଟ କର୍ମକର୍ତା ଉପସ୍ଥିତ ଥିଲେ। ମଞ୍ଚ ପରିଚାଲନା ଗୋପିନାଥ ସାହୁ କରିଥିବା ବେଳେ ଶୁଭ୍ରାଶୁଂ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

କଳାହାଣ୍ଡି ଜିଲ୍ଲାର ଜିଲ୍ଳାପରିଷଦ –  ୧୩ ଗୋଟି ଜୋନରୁ ବିଜେଡି ୧୦ଟି ଆସନ ଓ ବିଜେପି ୩ଟି ଆସନରେ ଆଗରେ

Sunil Chandra Nayak

ଧର୍ମଗଡ ରେ ବ୍ରାହ୍ମଣ ସମାଜ ର ନୂଆଖାଇ ଭେଟଘାଟ

Sunil Chandra Nayak

ଅବିନାଶ ମହାପାତ୍ର ଙ୍କ କବିତା ତଥାପି ପାରୁନି ଭୁଲି 

Sunil Chandra Nayak

Leave a Comment

error: Content is protected !!