ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପ୍ରେମଶିଳା ବେହେରା ଙ୍କ କବିତା ଗୁରୁ

       ଗୁରୁ 

ଗୁରୁ ଅର୍ଥ ଭାରି ଗୁରୁ ଗରିୟାନ
          ଗୁରୁ ଦିଏ ଶୁଦ୍ଧ ଜ୍ଞାନ
ଗୁରୁ ପାଦ ତଳେ ପ୍ରଣମି କହୁଛି
          ଗୁରୁ ସର୍ବଶ୍ରେଷ୍ଠ ଜାଣ ।
ଗୁରୁ ଶିକ୍ଷା ଦିଏ ଲେଖିବା ପଢିବା
         ଗୁରୁ କରେ ସ୍ବଚ୍ଛ ମନ
ଗୁରୁ ବିନା ସିଦ୍ଧି ଗୁରୁ ବିନା ମୁକ୍ତି
        ହୋଇ ପାରିବନି ଜାଣ ।
ଗୁରୁ ହିଁ ଈଶ୍ବର ସର୍ବ ପ୍ରାଣଧାର
          ଗୁରୁ ବିନା ନାହିଁ ମୁକ୍ତି
ଗୁରୁ ଦିଏ ବୁଦ୍ଧି ଗୁରୁ କରେ ସିଦ୍ଧି
         ବଞ୍ଚି ବାରେ ଦିଏ ଶକ୍ତି ।
ଗୁରୁ ଅଟେ ମାତା ଗୁରୁ ଅଟେ ପିତା
         ଗୁରୁ ଅଟେ ଶିକ୍ଷା ଦାତା
ତାଙ୍କରି ଆଶିଷ ଥିଲେ ଏ ମସ୍ତକେ
         ହୋଇବା ଜଗତ ଜିତା ।
ଯିଏ ନେଇଥାଏ ଅନ୍ଧାରୁ ଆଲୋକେ
       ସେ ସିନା ଅଟଇ ଗୁରୁ
ମାତା ପିତା ଆଉ ଶିକ୍ଷାଦାତା ଗୁରୁ
       ପ୍ରଣାମ କରୁଛି ଦୂରୁ ।

ପ୍ରେମଶିଳା ବେହେରା

 ଭବାନୀପାଟଣା କଳାହାଣ୍ଡି

Related posts

ଆନ୍ତଃରାଜ୍ୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

Sunil Chandra Nayak

କାଙ୍ଗାଳୀ ଚରଣ ସେଠୀ ଙ୍କ କବିତା ରୂପସୀ ଋତୁପର୍ଣ୍ଣା

Sunil Chandra Nayak

ଘରୋଇ ଶିକ୍ଷାନୁଷ୍ଠାନକୁ ନେଇ ମାଓ ପୋଷ୍ଟର ଅଭିଭାବକଙ୍କ ଭିନ୍ନ ମତ

Leave a Comment

error: Content is protected !!