ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ଅବସରରେ ସଚେତନତା କାର୍ଯ୍ୟକ୍ରମ

 ତେନ୍ତୁଳିଖୁଣ୍ଟି ୧୧/୧୦/୨୨ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ଖାତିଗୁଡା ସ୍ଥିତ ଇନ୍ଦ୍ରାବତୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଆୟୋଜିତ ହୋଇଯାଇଛି। ଏଥିରେ ବିଦ୍ୟାଳୟ ର ଭାରପ୍ରାପ୍ତ ଅଧ୍ୟକ୍ଷ ସଭାପତିତ୍ୱ କରିଥିଲେ। ସ୍ୱାସ୍ଥ୍ୟ ଅଧିକାରୀ ସୌମ୍ୟ ରଞ୍ଜନ ଦାଶ କାର୍ଯ୍ୟକ୍ରମ ରେ ଯୋଗଦେଇ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳନ କାହିଁକି ପାଳନ କରାଯାଉଛି ବିଶେଷଭାବେ ଛାତ୍ର ଛାତ୍ରୀ ତଥା ଯୁବପିଢି ଙ୍କୁ ମାନସିକ ସ୍ୱାସ୍ଥ୍ୟ ବିଷୟରେ ସଚେତନତା ର ଅଵଶ୍ୟକତା ରହିଛି । ମାନସିକ ସ୍ୱାସ୍ଥ୍ୟ ମାନସିକ ରୋଗ ର ବିଭିନ୍ନ ଲକ୍ଷଣ ଓ କିପରି ତାର ଉପଯୁକ୍ତ ନିରାକରଣ କରାଯାଇ ପାରିବ ସେ ସମ୍ପର୍କରେ ଆଲୋକପାତ କରିଥିଲେ। ସଚେତନତା ର ଅବଗବ ହେତୁ ଲୋକେ ମାନସିକ ସ୍ୱାସ୍ଥ୍ୟ ପରୀକ୍ଷା କରିବାକୁ ଆଗଭର ହେଉ ନାଁହାନ୍ତି ବୋଲି ଏନ ସି ଅଭିନାଶ ମତ ରଖିଥିଲେ। ବି ପି ଏମ ରଂଜନ ମିଶ୍ର କାର୍ଯ୍ୟକ୍ରମ ସଂଯୋଜନା କରିବା ସହ ଛାତ୍ର ଛାତ୍ରୀ ଓ ଉପସ୍ଥିତ ଅତିଥି ଙ୍କୁ ଧନ୍ୟବାଦ ଦେଇଥିଲେ।

ଗୋବର୍ଦ୍ଧନ ସାହୁ,ତେନ୍ତୁଳିଖୁଣ୍ଟି

Related posts

ଡ଼ ଭୀମ ରାଓ ଆମ୍ବେଦକର ଙ୍କ 131 ତମ ଜନ୍ମ ବାର୍ଷିକ ପାଳିତ

Sunil Chandra Nayak

ଖଣ୍ଡିଡଙ୍ଗରିଗୁଡାରେ ବଡ଼ ଧରଣର ଡକାୟତି ଉଦ୍ୟମ ପଣ୍ଡ

Sunil Chandra Nayak

ପ୍ରାଥମିକ ଶିକ୍ଷା ହିଁ ସଫଳତାର ପ୍ରଥମ ମୂଳ ଭିତ୍ତିଭୂମି: ଅତନୁ ଭୌମିକ

Sunil Chandra Nayak

Leave a Comment

error: Content is protected !!