ଗୁରୁ
ଗୁରୁ ଆମ ଶ୍ରେଷ୍ଠ ଗୁରୁ ଆମ ଜ୍ୟେଷ୍ଠ
ଗୁରୁ ହିଁ ମାର୍ଗଦର୍ଶକ,
ଜ୍ଞାନ ଦକ୍ଷତାର ଔଜ୍ୱଲ୍ୟ ଭଣ୍ଡାର
ଗୁରୁ ପଥ ପଦର୍ଶକ l
ଜ୍ଞାନର ବାରିଧି ଆଦର୍ଶର ନିଧି
ସଂସ୍କାର ସଂସ୍କୃତି ଦେଇ,
ନୀତିଶିକ୍ଷା ଦାନେ ପ୍ରୀତ ହୋଇ ମନେ
ଗୁରୁ ନାମ ସଦା ପାଇ l
ବତୀ ପରି ନିଜେ ଚିରନ୍ତନ ଜଳି
ଜ୍ଞାନର ଆଲୋକ ଢାଳି,
ଚେତନାର ଶକ୍ତି ମନେ ଭରିଦେଇ
ଅଜ୍ଞାନ ଦିଅନ୍ତି ଟାଳି l
ଉତ୍ତମ ଚରିତ୍ର ଶୃଙ୍ଖଳିତ ଜ୍ଞାନ
ସ୍ନେହ ଶ୍ରଦ୍ଧା ବିତରଣ,
ପ୍ରେରଣା ଉତ୍ସାହ ଭବିଷ୍ୟତ ଦାନ
ଶୁଝିକି ପାରିବା ଋଣ l
ଗୁରୁ ମନ୍ଦାକିନୀ ପୂଣ୍ୟ ବୀଜ ବୁଣି
ପାପ ରାଶି ସବୁ ଧୋଇ,
ମନ ହୃଦୟକୁ ପବିତ୍ର କରନ୍ତି
ମଳୟ ପବନ ହୋଇ l
ଗୁରୁ ମାତା ପିତା ଗୁରୁ ଶିକ୍ଷା ଦାତା
ଗୁରୁ ଆମ ଦୀକ୍ଷା ଦାତା,
ଜଗତର ଗୁରୁ ପ୍ରଭୁ ଭଗବାନ
ସଂସାରର ମୁକ୍ତିଦାତା l
ହେ ମହାମହିମ ରଖିଗଲ ନାମ
ଶ୍ରେଷ୍ଠ ଗୁରୁ ତୁମେ ହୋଇ,
ହେ ପ୍ରଜ୍ଞା ପୁରୁଷ ରହିଗଲା ଯଶ
ବହୁ ସମ୍ମାନକୁ ପାଇ l
ଡ.ପ୍ରଶାନ୍ତ କୁମାର ଶତପଥୀ
ଛତ୍ରପୁର, ଗଞ୍ଜାମ