ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିକାଶର ବିକଳ ଚିତ୍ର, ଅଭିଶପ୍ତ ଗାଁ ନାଗୁପଡ଼ା..

ଗୋଟିଏ ପଟେ ନଈ, ଗୋଟିଏ ପଟେ ନାଳ ଆର ପଟେ କେନାଲ ଓ ଜଙ୍ଗଲ l ନଈ ସାଜିଛି ବାଧକ ବର୍ଷା ଦିନ ଆସିଲେ ଜଳ ବନ୍ଦୀ ଗାଁ ଲୋକେ l ଏ ହେଉଛି କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକ ନାଗୁପଡା ଗାଁ ର ବିକଳ ଚିତ୍ର। କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ନିର୍ବାଚନ ମଣ୍ଡଳୀ ଜୟପାଟଣା ବ୍ଳକ ପାଇକ କେନ୍ଦୁମୁଣ୍ଡି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ନାଗୁ ପଡା ଗାଁ l ଗାଁ ରେ ଭୋଟର ସଂଖ୍ୟା ପାଞ୍ଚ ଶହ ଏଵଂ ଜନସଂଖ୍ୟା ପାଖାପାଖି ଏକ ହଜାର l ଏହି ଗାଁ କୁ ଯିବାଆସିବା ପାଇଁ ରାସ୍ତା ନ ଥିବା ବେଳେ ଲୋକେ ବର୍ଷା ଦିନ ଆସିଲେ ବିପଦପୂର୍ଣ୍ଣ ଭାବେ ଛଞ୍ଚାଣ ନଈ ପାରି ହୋଇ ଯାଆନ୍ତି l

ପିଲାଙ୍କୁ ଶିକ୍ଷାଦାନ ପାଇଁ ଗାଁ ରେ ଅଙ୍ଗନୱାଡ଼ି କେନ୍ଦ୍ର, ସ୍କୁଲ ରହିଛି ହେଲେ ବର୍ଷା ଦିନ ଆସିଲେ ନଈ ରେ ବନ୍ୟା , ବନ୍ୟା ପାଣି ରେ ନଈ ପାରି ହୋଇ ଶିକ୍ଷକ ଛାତ୍ର ଛାତ୍ରୀ ସ୍କୁଲ ଯିବା ଅସମ୍ଭବ ଯୋଗୁଁ ବର୍ଷା ଦିନେ ସ୍କୁଲ ପ୍ରାୟ ବନ୍ଦ ରହେ ବୋଲି ଗ୍ରାମବାସୀ ଙ୍କ ଠାରୁ ପ୍ରକାଶ l କୌଣସି ଜରୁରୀ କାମ ଏପରିକି ହାଟ ବଜାର ଓ ମେଡିକାଲ,ସ୍କୁଲ ଯିବାକୁ ହେଲେ ଉଚ୍ଚୁଲା ପାଣିରେ ପାରି ହୋଇ ଯିବାକୁ ପଡେ l ଦୀର୍ଘ ଦିନ ହେବ ଛଞ୍ଚାଣ ନଦୀ ଉପରେ ପୋଲ ନିର୍ମାଣ ପାଇଁ ଦାବୀ ହୋଇ ଆସୁଛି ହେଲେ ଏଯାଏଁ ହୋଇ ପାରୁନାହିଁ l ଅନ୍ୟପଟେ ଏହି ନଦୀ ଉପରେ ଖୁବ୍ ଶୀଘ୍ର ପୋଲ ନିର୍ମାଣ ହେବ ଏଥିପାଇଁ ରାଜ୍ୟ ସରକାର ଅର୍ଥ ମଞ୍ଜୁର କରିସାରିଛନ୍ତି ବୋଲି ଲାଞ୍ଜିଗଡ ବିଧାୟକ ପ୍ରଦୀପ ଦିଶାରି ପ୍ରକାଶ କରିଛନ୍ତି l

ଗ୍ରାମାଞ୍ଚଳ ର ଉନ୍ନତି ପାଇଁ ସରକାର ଅନେକ ଯୋଜନା ହାତ କୁ ହାତକୁ ନେଉ ଥିବା ବେଳେ ତୁରନ୍ତ ଏହି ପୋଲ ନିର୍ମାଣ ହେଲେ ଏହି ଗାଁ ର ଲୋକେ ସମସ୍ତ ମୌଳିକ ସୁବିଧା ପାଇ ପାରିବେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ମହିଳା ଓ ଶିଶୁ ବିକାଶ ଏବଂ ମିଶନଶକ୍ତି ମନ୍ତ୍ରୀ ଶ୍ରୀମତୀ ବାସନ୍ତୀ ହେମ୍ବ୍ରେମ୍ ଙ୍କ କଳାହାଣ୍ଡି ଗସ୍ତ

Sunil Chandra Nayak

ତୃପ୍ତି ରାଣୀ ପାତ୍ର ଙ୍କ ସ୍ତୁତି ତୁମେ ମୋ ବନ୍ଧୁ ତୁମେ ମୋ ସଖା

Sunil Chandra Nayak

ବ୍ଲକ ସାମ୍ନାରେ ଜାତୀୟ କଂଗ୍ରେସର ବିକ୍ଷୋଭ ଓ ପ୍ରତିବାଦ ସଭା

Sunil Chandra Nayak

Leave a Comment

error: Content is protected !!