ଗୋଟିଏ ପଟେ ନଈ, ଗୋଟିଏ ପଟେ ନାଳ ଆର ପଟେ କେନାଲ ଓ ଜଙ୍ଗଲ l ନଈ ସାଜିଛି ବାଧକ ବର୍ଷା ଦିନ ଆସିଲେ ଜଳ ବନ୍ଦୀ ଗାଁ ଲୋକେ l ଏ ହେଉଛି କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକ ନାଗୁପଡା ଗାଁ ର ବିକଳ ଚିତ୍ର। କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ନିର୍ବାଚନ ମଣ୍ଡଳୀ ଜୟପାଟଣା ବ୍ଳକ ପାଇକ କେନ୍ଦୁମୁଣ୍ଡି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ନାଗୁ ପଡା ଗାଁ l ଗାଁ ରେ ଭୋଟର ସଂଖ୍ୟା ପାଞ୍ଚ ଶହ ଏଵଂ ଜନସଂଖ୍ୟା ପାଖାପାଖି ଏକ ହଜାର l ଏହି ଗାଁ କୁ ଯିବାଆସିବା ପାଇଁ ରାସ୍ତା ନ ଥିବା ବେଳେ ଲୋକେ ବର୍ଷା ଦିନ ଆସିଲେ ବିପଦପୂର୍ଣ୍ଣ ଭାବେ ଛଞ୍ଚାଣ ନଈ ପାରି ହୋଇ ଯାଆନ୍ତି l
ପିଲାଙ୍କୁ ଶିକ୍ଷାଦାନ ପାଇଁ ଗାଁ ରେ ଅଙ୍ଗନୱାଡ଼ି କେନ୍ଦ୍ର, ସ୍କୁଲ ରହିଛି ହେଲେ ବର୍ଷା ଦିନ ଆସିଲେ ନଈ ରେ ବନ୍ୟା , ବନ୍ୟା ପାଣି ରେ ନଈ ପାରି ହୋଇ ଶିକ୍ଷକ ଛାତ୍ର ଛାତ୍ରୀ ସ୍କୁଲ ଯିବା ଅସମ୍ଭବ ଯୋଗୁଁ ବର୍ଷା ଦିନେ ସ୍କୁଲ ପ୍ରାୟ ବନ୍ଦ ରହେ ବୋଲି ଗ୍ରାମବାସୀ ଙ୍କ ଠାରୁ ପ୍ରକାଶ l କୌଣସି ଜରୁରୀ କାମ ଏପରିକି ହାଟ ବଜାର ଓ ମେଡିକାଲ,ସ୍କୁଲ ଯିବାକୁ ହେଲେ ଉଚ୍ଚୁଲା ପାଣିରେ ପାରି ହୋଇ ଯିବାକୁ ପଡେ l ଦୀର୍ଘ ଦିନ ହେବ ଛଞ୍ଚାଣ ନଦୀ ଉପରେ ପୋଲ ନିର୍ମାଣ ପାଇଁ ଦାବୀ ହୋଇ ଆସୁଛି ହେଲେ ଏଯାଏଁ ହୋଇ ପାରୁନାହିଁ l ଅନ୍ୟପଟେ ଏହି ନଦୀ ଉପରେ ଖୁବ୍ ଶୀଘ୍ର ପୋଲ ନିର୍ମାଣ ହେବ ଏଥିପାଇଁ ରାଜ୍ୟ ସରକାର ଅର୍ଥ ମଞ୍ଜୁର କରିସାରିଛନ୍ତି ବୋଲି ଲାଞ୍ଜିଗଡ ବିଧାୟକ ପ୍ରଦୀପ ଦିଶାରି ପ୍ରକାଶ କରିଛନ୍ତି l
ଗ୍ରାମାଞ୍ଚଳ ର ଉନ୍ନତି ପାଇଁ ସରକାର ଅନେକ ଯୋଜନା ହାତ କୁ ହାତକୁ ନେଉ ଥିବା ବେଳେ ତୁରନ୍ତ ଏହି ପୋଲ ନିର୍ମାଣ ହେଲେ ଏହି ଗାଁ ର ଲୋକେ ସମସ୍ତ ମୌଳିକ ସୁବିଧା ପାଇ ପାରିବେ।
ବିଦ୍ୟାଧର ସାହୁଙ୍କ ରିପୋର୍ଟ…..