ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶ୍ରୀଜଗନ୍ନାଥ ଗ୍ରୁପ ଅଫ ଇନଷ୍ଟିଚ୍ୟୁସନର ସ୍ଵାଗତ ଓ ସମ୍ବର୍ଦ୍ଧନା ଦିବସ

ବାଲେଶ୍ଵର,୦୪/୯/୨୨- ବାଲେଶ୍ଵର ସହରରେ ଥିବା ଶ୍ରୀଜଗନ୍ନାଥ ଗ୍ରୁପ ଅଫ ଇନଷ୍ଟିଚ୍ୟୁସନର ସ୍ଵାଗତ ସମ୍ବର୍ଦ୍ଧନା ଦିବସ ପାଳିତ ହୋଇଯାଇଛି । ଶ୍ରୀଜଗନ୍ନାଥ ଗ୍ରୁପ ଅଫ ଇନଷ୍ଟିଚ୍ୟୁସନ ହେଉଛି ଏକ ଆବାସିକ ବିଦ୍ୟାଳୟ, ଯେଉଁଠି ୬ଷ୍ଠ ଶ୍ରେଣୀ ଠାରୁ ଆରମ୍ଭ କରି ଯୁକ୍ତ ୨ ବିଜ୍ଞାନ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢିବା ପାଇଁ ବ୍ୟବସ୍ଥା ରହିଛି। ଏହି ଶିକ୍ଷାନୁଷ୍ଠାନରେ ଦୈନିକ ବ୍ୟାୟାମ ସହିତ ଗୀତା ପାଠ କରାଯାଇଥାଏ ଏବଂ ଏହା ସହିତ ଏକ ସୁନ୍ଦର ଶୈକ୍ଷିକ ପରିବେଶ ମଧ୍ୟ ରହିଛି । ଏହି ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବରେ ବାଲେଶ୍ଵର ଡିଇଓ ବିଷ୍ଣୁ ଚରଣ ସୂତାର ମୁଖ୍ୟ ଅତିଥି ଓ ଦୈନିକ ସମାଜ ବାଲେଶ୍ଵର ସଂସ୍କରଣ ଜେନେରାଲ ମ୍ୟାନେଜର କୁଳମଣି ବାରିକ ମୁଖ୍ୟବକ୍ତା ଭାବେ ଯୋଗଦେଇ ନିଜର ବକ୍ତବ୍ୟ ରଖିଥିଲେ । ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଶ୍ରୀଜଗନ୍ନାଥ ଗ୍ରୁପ ଅଫ ଇନଷ୍ଟିଚ୍ୟୁସନର ଚେୟାରମ୍ୟାନ ଗଙ୍ଗାଧର ଜେନା, ସଦର ବ୍ଲକ ବିଇଓ ମିହିର କୁମାର ପ୍ରଧାନ, ଶ୍ରୀଜଗନ୍ନାଥ ଯୁକ୍ତ ୨ ବିଜ୍ଞାନ କଲେଜର ଅଧ୍ୟକ୍ଷ ଗଣେଶ କୁମାର ଜେନା, ଶ୍ରୀଜଗନ୍ନାଥ ଆବାସିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶେଖ ମୁସ୍ତାକ ଅଲ୍ଲୀ, ବରିଷ୍ଠ ଶିକ୍ଷକ ନିତ୍ୟାନନ୍ଦ ପାତ୍ର ପ୍ରମୁଖ ଯୋଗଦେଇ ଅନୁଷ୍ଠାନର ଉତ୍ତରୋତ୍ତର କାମନା କରିବା ସହିତ ନିଜ ନିଜର ବକ୍ତବ୍ୟ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଭାଗ ନେଇଥିଲେ । ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷା କର୍ମଚାରୀ ମାନେ କାର୍ଯ୍ୟକ୍ରମ ପରିଚାଳନାରେ ପୂର୍ଣ୍ଣ ସାହାଯ୍ୟ ଓ ସହଯୋଗ କରିଥିଲେ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ପକ୍ଷାଘାତ ଧର୍ମ ଦାଶ କୁ ଅଲ ଓଡ଼ିଶା ସିଡୁଲ କାଷ୍ଟ ପକ୍ଷରୁ ସହାୟତା

ଜନ ବସତି ମୁହାଁ ଚାଷଜମି ରେ ଲାଗିଥିବା ନିଆଁ, ଅଗ୍ନିଶମ କର୍ମଚାରୀ ଙ୍କ ନିଆଁ ଳିଭାଇବାକୁ ଉଦ୍ୟମ

Sunil Chandra Nayak

ସଡ଼କ ଦୁର୍ଘଟଣାରେ ବରିଷ୍ଠ ଫଟୋ ସାମ୍ବାଦିକ ଅଶୋକ ପଣ୍ଡାଙ୍କ ପରଲୋକ

Leave a Comment

error: Content is protected !!