ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୋଟିଆ ଆସୁଛନ୍ତି ପଦ୍ମଶ୍ରୀ ବାବା ବଳିଆ….

ଜଗନ୍ନାଥ ତତ୍ତ୍ୱ,ଜଗତ ଜଗନ୍ନାଥ ଉପରେ ସେ ତିନି ଦିନ ଧରି ପ୍ରବଚନ ଦେବେ

କୋଟିଆ ବାସୀଙ୍କ ହୃଦୟରେ ଓଡ଼ିଆ ଭାଷା ପ୍ରତି ମମତା ବଢାଇବା ବାବାଙ୍କ ମୁଖ୍ୟ ଲକ୍ଷ….

ପଦ୍ମଶ୍ରୀ ପୂଜ୍ୟ ପୂଜକ ବାବା ବଳିଆ ଆସନ୍ତା ଦୁଇ ତାରିଖ ଦିନ ଓଡ଼ିଶାର ସୀମାନ୍ତ ଗ୍ରାମ କୋଟିଆ କୁ ଯାଉଛନ୍ତି। 

ଜଗନ୍ନାଥ ତତ୍ତ୍ୱ,ଜଗତ ଜଗନ୍ନାଥ ଉପରେ ସେ ତିନି ଦିନ ଧରି ପ୍ରବଚନ ଦେବେ।ଆମେ ସ୍ୱାଭିମାନ ଓଡ଼ିଆ।ଆମ ଓଡ଼ିଶା ମାତୃଭୂମି ପ୍ରତି ସମସ୍ତ ଙ୍କର ଭଲପାଇବା ରହିବା ଆବଶ୍ୟକ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ପଦ୍ମଶ୍ରୀ ବାବା ବଳିଆ ପ୍ରକାଶ କରିଛନ୍ତି।

ସୂଚନାଯୋଗ୍ୟ ଯେ,ସୀମାନ୍ତବର୍ତ୍ତୀ ଗ୍ରାମ କୋଟିଆ ଉପରେ ଆନ୍ଦ୍ର ପ୍ରଦେଶର ଅଯଥା ହସ୍ତକ୍ଷେପ ଚାରିଆଡେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଥିବା ବେଳେ କୋଟିଆ ବାସୀଙ୍କ ହୃଦୟରେ ଓଡ଼ିଆ ଭାଷା ପ୍ରତି ମମତା ବଢାଇବା ନେଇ ସେଠାକୁ ବାବା ବଳିଆ ଆସୁଥିବା ନେଇ ସୀମାନ୍ତବାସୀ ତଥା ଜଗନ୍ନାଥ ପ୍ରେମୀ ମହଲରେ ଉତ୍କଣ୍ଠା ପ୍ରକାଶ ପାଇଛି।

“ମୁଲ ଲାଗିଥାରେ ମୁଲିଆ, ତୋ ମୁଲ ବୁଡିବ ନାହିଁ ।” ପରମ ପୂଜ୍ୟ ଗୁରୁଦେବ ଙ୍କ ଏହି କଥା କେଇପଦ ଅନନ୍ତ ବଳିଆ ପରିବାର ର ପ୍ରେରଣା ର ଏକ ବିରାଟ ଉତ୍ସ । ପୂଜ୍ୟ ଗୁରୁଦେବ କୁହନ୍ତି ଫଳ ଆଶା କରନାହିଁ କର୍ମ କରି ଚାଲ ଫଳ ଆପେ ଆପେ ମିଳିବ । ଯାହା ଆଜି ପ୍ରତି ଫଳନ ହୋଇଛି । ପରମ ପୂଜ୍ୟ ଗୁରୁଦେବ ପୂଜ୍ୟ ପୂଜକ ବାବା ବଳିଆ ଭାରତ ସରକାରଙ୍କ ଦ୍ୱାରା ” ପଦ୍ମଶ୍ରୀ ” ଉପାଧି ରେ ସମ୍ମାନୀତ ହୋଇଛନ୍ତି। ପୂଜ୍ୟ ଗୁରୁଦେବ ଙ୍କ ସମାଜ ସେବା କ୍ଷେତ୍ରରେ ସଂସ୍କାର ଆଣିବା ପାଇଁ ବୃକ୍ଷ ଲଗାଅ ପରିବେଶ ବଞ୍ଚାଅ,ଗୋ ହତ୍ୟା ସହିତ ଜୀବ ହତ୍ୟା ବନ୍ଦ ହେଉ,ନିଶା ମଦାକ ଛାଡ଼ି ଦେଶ ଗଢ,ପତିହରା ମାଆ ସମାଜ ପାଇଁ ଘୃଣ୍ୟ ନୁହେଁ,ଗରିବ ପିଲାମାନଙ୍କୁ ପାଠ ପଢାଇବା ଭଳି ଅନେକ ସମାଜ କଲ୍ୟାଣ କାର୍ଯ୍ୟ ବାବା ଙ୍କ ଦ୍ଵାରା ହାତକୁ ନିଆଯାଇଛି।

ପୁନଶ୍ଚ ଗୀତାମନିଷୀ ପରମହଂସ ଶ୍ରୀମଦ ପଦ୍ମଶ୍ରୀ ବାବା ବଳିଆ ବିଗତ ୫୦ବର୍ଷରୁ ଉର୍ଦ୍ଧ୍ବ କାଳ ଧରି ସମଗ୍ର ଓଡିଶା ତଥା ଭାରତବର୍ଷରେ ଯେଉଁ ଗୀତା ପ୍ରଚାର ଓ ପ୍ରସାରର ଆନ୍ଦୋଳନ ସୃଷ୍ଟି କରିଥିଲେ, ତାହାର ବାର୍ତ୍ତାବାହକ ରୂପେ ବର୍ତ୍ତମାନ ଇଣ୍ଟରନ୍ୟାସନାଲ ଗୀତା ମିଶନ ଓଡିଶା ସମେତ ଭାରତର ବିଭିନ୍ନ ପ୍ରାନ୍ତରେ କାର୍ଯ୍ୟକ୍ରମ କରିଚାଲିଛି।

ପଦ୍ମଶ୍ରୀ ବାବା ବଳିଆ ସଂପ୍ରତି ଦକ୍ଷିଣ ଭାରତର ବିଭିନ୍ନ ଅଞ୍ଚଳ ଗ୍ରସ୍ତ କରି ବିଭିନ୍ନ ଧାର୍ମିକ ସହରରେ ଜଗନ୍ନାଥ ତତ୍ତ୍ୱ,ଜଗତ ଜଗନ୍ନାଥ ବାର୍ତ୍ତା ପ୍ରଚାର କରି ଏବେ କୋଟିଆ ଅଭିମୁଖେ ବାହାରିଛନ୍ତି।

ଵିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ସାତ ମାଇଲି ଠାରେ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଅନୁଷ୍ଠିତ 

Sunil Chandra Nayak

ନଳିନୀ ପ୍ରଭା ମିଶ୍ର ଙ୍କ କବିତା ନିଲୋତ୍ପଳ।

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

Leave a Comment

error: Content is protected !!