ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କଳାହାଣ୍ଡି ଜନବାଦି ଲୋକମଞ୍ଚ ପକ୍ଷ ରୁ ଆଲୋଚନା ଚକ୍ର

ଜୁନାଗଡ ୩୦/୦୬ (ମ ନି ସ) ଜୁନାଗଡ ସହର ସ୍ଥିତ ସଂସ୍କୃତି ଭବନ ଠାରେ ନବଗଠିତ କଳାହାଣ୍ଡି ଜନବାଦି ଲୋକମଞ୍ଚ ପକ୍ଷ ରୁ କଳାହାଣ୍ଡି ର ପ୍ରାକୃତିକ ସୋନ୍ଦର୍ୟ୍ଯ ଜଳ,ଜଙ୍ଗଲ, ତଥା ଖଣ୍ଡୁଆଲ ମାଳି ପର୍ବତ ମାଳା ର ସୁରକ୍ଷା ନେଇ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଏହି ସମ୍ମିଳନୀ ରେ ସଂଗଠନର ଆବାହକ ଦାମୋଦର ବେହେରା ସଭାପତିତ୍ବ କରିଥିଲେ। ଆଦିବାସୀ ମହାସଂଘ ର କଳାହାଣ୍ଡି ଜିଲ୍ଲା ଉପଦେଷ୍ଟା କୃଷ୍ଣ ଚନ୍ଦ୍ର ଭୋଇ, ଉପେନ୍ଦ୍ର ଦ୍ରାବିଡ, ସତ୍ୟ ମାହାର, କ୍ରାନ୍ତି କାରି ସଙ୍ଗୀତଜ୍ଞ ରାଜ କିଶୋର ସୁନାନି, କର୍ଲାପାଟ ସରପଞ୍ଚ ବିଶ୍ଵ ନାଥ ମାଝୀ, ସୁରେଶ ସଂଗ୍ରାମ, ଆଜାଦ ସ୍ଵାତୀ, ସୁରେଶ ସଂଗ୍ରାମ, ବରିଷ୍ଠ ଆଇନଜିବୀ ପୂର୍ଣ୍ଣ ଚନ୍ଦ୍ର ପ୍ରଧାନ, ଅଖିଳ ଭାରତ ଛାତ୍ର ସଙ୍ଘ ଜିଲ୍ଲା ସଭାପତି ରାଜାରାମ ଡଙ୍ଗରି, ଅଖିଳ ଭାରତ ଯୁବ ସଙ୍ଘ ଜିଲ୍ଲା ସମ୍ପାଦକ ସଞ୍ଜୟ ଶୁନାନି,ଲକ୍ଷ୍ମଣ ରଣବୀର,ଜୁନାଗଡ ବଣିକ ସଂଘ ସଂପାଦକ ପ୍ରଭାତ ଦାସ, ଦୂର୍ଯ୍ୟ ମାଝୀ ପ୍ରମୁଖ ବିଭିନ୍ନ ସଂଘଠନ ରୁ ମଞ୍ଚାସିନ ଥିଲେ ଏବଂ ମୁଖ୍ୟ ବକ୍ତା ଭାବରେ କାର୍ତ୍ତିକ ମାଝୀ, ବ୍ରିଟିଶ କୁମାର, ଲଦ ସିକ୍କା ବକ୍ତବ୍ୟ ପ୍ରଦାନ କରିଥିଲେ।ସେହିପରି ଅତିଥି ବକ୍ତା ଭାବରେ ଲିଙ୍ଗରାଜ ଆଜାଦ, ଲେଖକ ଏବଂ ମାନବାଧିକାର କର୍ମୀ ନିଗମ, ମିଥ୍ୟା ମକଦ୍ଦମା ବିରୋଧି ଅଭିଯାନ ଆବାହକ ନରେନ୍ଦ୍ର ମହାନ୍ତି, ନିସାନ ସମ୍ପାଦକ କବି ଲେନିନ କୁମାର, ସାମାଜିକ କର୍ମୀ ଶ୍ରୀମନ୍ତ ମହାନ୍ତି ଅଂଶଗ୍ରହଣ କରି ନିଜର ମତାମତ ରଖିଥିଲେ। ଆଗାମୀ ଦିନରେ ଜନଆନ୍ଦୋଳନ କୁ ବଳିଷ୍ଟ କରିବା ସହ ବୁଦ୍ଧିଜୀବୀ ଏବଂ ସଚେତନ ନାଗରିକ ମାନଙ୍କୁ ଆନ୍ଦୋଳନ ସହ ଯୋଡିବା ପାଈଁ ଏହି ଆଲୋଚନା ଚକ୍ର ରେ ନିଷ୍ପତ୍ତି ନିଆଗଲା ।

ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ 

Related posts

ନୀଳ ମାଧବ ସିଂ ଦେଓ ଙ୍କ ନେତୃତ୍ୱ ରେ ରାଜ୍ୟସଭା ସାଂସଦ ସୁଜିତକୁମାର ସେଟ ଙ୍କୁ ଭେଟିଲେ ବିଶ୍ୱ ଶାନ୍ତି ସଂଗଠନ ସଦସ୍ୟ

Sunil Chandra Nayak

ଯୁବକର ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

କୋକସରା କୃଷି ସମବାୟ ସଭାପତି ଙ୍କ ଦାୟିତ୍ୱ ଗ୍ରହଣ

Sunil Chandra Nayak

Leave a Comment

error: Content is protected !!