ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଲଡୁଗାଁ ଠାରେ ଡେଙ୍ଗୁ ନିରାକରଣ ଉପରେ ସଚେତନତା କର୍ମଶାଳା ଅନୁଷ୍ଠିତ

କୋକସରା,୩୦/୬-( ମ ନି ସ )  କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଲଡୁଗାଁ ରେ ୨୦୧୮ ମସିହାରେ ଡେଙ୍ଗୁ ଜ୍ୱର ର ପ୍ରାଦୁର୍ଭାବ ଦେଖିବାକୁ ମିଳିଥିଲା। ଶତାଧିକ ଲୋକ ଡେଙ୍ଗୁ ରେ ଆକ୍ରାନ୍ତ ହୋଇଥିଲେ। ଆଗକୁ ବର୍ଷା ଦିନ ଆସୁଥିବା ବେଳେ ଡେଙ୍ଗୁ ଭୁତାଣୁ ସଂକ୍ରମଣ ହେବାର ଆଶଙ୍କା କୁ ପ୍ରତିହତ କରିବା ପାଇଁ ଗୁରବାର କୋକସରା ବ୍ଲକ ଲଡୁଗାଁ ପଞ୍ଚାୟତ ସଭାଗୃହରେ ଡେଙ୍ଗୁ ନିରାକରଣ ଉପରେ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସରକାରଙ୍କ ଜାତୀୟ ସ୍ୱାସ୍ଥ୍ୟ ମିଶନ ପକ୍ଷରୁ ଆୟୋଜିତ କର୍ମଶାଳାରେ କୋକସରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡ଼. ତତ୍ୱଦର୍ଶୀ ଦାସ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ଚିଦାନନ୍ଦ ପଣ୍ଡା ସ୍ୱାଗତ ଅଭିଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଧର୍ମଗଡ ବିଧାୟକ ମୌଷଧି ବାଗ ଯୋଗଦେଇ ଡେଙ୍ଗୁ ନ ବ୍ୟାପିବା ପାଇଁ ସଚେତନତା ହିଁ ଆମର ସୁରକ୍ଷା ବୋଲି କହିଥିଲେ । ସମ୍ମାନିତ ଅତିଥି ରୂପେ କୋକସରା ବିଡ଼ିଓ ମନୀଷା ଦାସ, ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ର ଏ.ଡି.ପି.ଏଚ.ଓ ଡ଼.ରଞ୍ଜନ ମିତ୍ର, ଅତିରିକ୍ତ ତହସିଲଦାର କମାଳାସନ ରଥ, ଲଡୁଗାଁ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼.ରଜତ ସୋମ୍ୟ ଅନୁରାଗ, ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ, ଲଡୁଗାଁ ସରପଞ୍ଚ ନକୁଳ ନାଏକ, ଜିପିଇଓ ନାରାୟଣ ଭୋଇ ପ୍ରମୁଖ ଉପସ୍ଥିତ ରହି ଡେଙ୍ଗୁ ରୋଗ ନିରାକରଣ ଉପରେ ସଚେତନତା ବାର୍ତ୍ତା ଦେବାସହ କେମିତି ଡେଙ୍ଗୁରୁ ସୁରକ୍ଷା ରହିବା ସେ ନେଇ ମତ ଉପସ୍ଥାପନ କରିଥିଲେ। କର୍ମଶାଳାରେ ଲଡୁଗାଁ ଶିଳ୍ପାନୁଷ୍ଠାନ ଓ ରାଇସ ମିଲ ମାଲିକ ଙ୍କ ସମେତ ଅଙ୍ଗନବାଡି ଓ ଆଶା କର୍ମି ଓ ସଚେତନ ନାଗରିକ ଉପସ୍ଥିତ ରହିଥିଲେ। କର୍ମଶାଳା କୁ ଜିଲ୍ଲା ଭି.ବି.ଡି ପରାମର୍ଶଦାତା ସନ୍ତୋଷ ବାଗ ପରିଚାଳନା କରିଥିବା ବେଳେ କୋକସରା ଭି.ବି.ଡି.ଟି. ଏସ. ଦୁଷ୍ମନ୍ତ ରାଉତ, ଫାର୍ମାସିଷ୍ଟ ବିଶ୍ୱ ମୋହନ ବେହେରା, ପୁରୁଷ ସ୍ୱାସ୍ଥ୍ୟ କର୍ମି କେତନ ପାତ୍ର, ଶ୍ରବଣ କୁମାର ପାଢୀ, ମହିଳା ସ୍ୱାସ୍ଥ୍ୟ କର୍ମି ପୁଷ୍ପଳତା ଦୋରା ପ୍ରମୁଖ କର୍ମଚାରୀ ସହଯୋଗ କରିଥିଲେ।

Related posts

ଦଣ୍ଡ ଉତ୍ସବ ପାଇଁ ଦେବଭୂମି ପାଲଟିଛି ଇନ୍ଦିପୁର

Sunil Chandra Nayak

ବାଲେଶ୍ବର – ଝଡତୋଫାନରେ ଗଛପଡି ରାସ୍ତା ଅବରୋଧ, ଭାଙ୍ଗିଲା ଘର

Sunil Chandra Nayak

ଅଷ୍ଟପ୍ରହରୀ ନିମନ୍ତେ ପ୍ରସ୍ତୁତି ବୈଠକ , ଚଳିତ ବର୍ଷ କଳାହାଣ୍ଡିରୁ ଆସିବେ କୀର୍ତନ ଦଳ 

Sunil Chandra Nayak

Leave a Comment

error: Content is protected !!