ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ଉପଲକ୍ଷେ ଓଡିଆ ଭାଷା ବିକାଶ ମଞ୍ଚର ଶ୍ରଦ୍ଧାଞ୍ଜଳି

ରାଉରକେଲା/ ସହରର ପ୍ରଗତିଶୀଳ ସାହିତ୍ୟନୁଷ୍ଠାନ ଓଡିଆ ଭାଷା ବିକାଶ ମଞ୍ଚ ପକ୍ଷରୁ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଙ୍କ ୧୪୫ତମ ଜୟନ୍ତୀ ଉପଲକ୍ଷେ ଆମ୍ବାଗାନ ନିକଟସ୍ଥ ପଣ୍ଡିତଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ଯ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ମଂଚର ସାଧାରଣ ସଂପାଦକ ଆର୍ତ୍ତତ୍ରାଣ ମହାପାତ୍ରଙ୍କ ଆବାହକତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସଭାପତି ଶିକ୍ଷାବିତ ପ୍ରଶାନ୍ତ କୁମାର ପତି, ସାମାଜିକ କର୍ମୀ ପଶୁପତିନାଥ ଚାଟାର୍ଜୀ, ଅଶୋକ ପଟ୍ଟନାୟକ,ଡଃ ସୁମନ ଦତ୍ତ, କାଶୀନାଥ ନନ୍ଦୀ,ପ୍ରଫୁଲ୍ଲ ସାମଲ, ସଂଜୀବ କୁମାର ଭୋଇ, ଅରବିନ୍ଦ ପାତ୍ର ପ୍ରମୁଖ ଉପସ୍ଥିତ ଗୋପବନ୍ଧୁ ଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ଯ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଘଏହି ଅବସରରେ ସଭାପତି ଶ୍ରୀ ପତି,ଶ୍ରୀ ଚାଟାର୍ଜୀ,ଡଃ ଦତ୍ତ,ଶ୍ରୀ ନନ୍ଦୀ ପଣ୍ଡିତଙ୍କ ସଂପର୍କରେ ଆଲୋଚନା କରିଥିଲେ । ଶେଷରେ ସଂପାଦକ ଶ୍ରୀ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଛାତ୍ରୀଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ , ଅଭିଯୁକ୍ତ ଗିରଫ

Sunil Chandra Nayak

ଦୁର୍ନୀତି ନିବାରଣ ସପ୍ତାହ ପାଳିତ

Sunil Chandra Nayak

ଅପର୍ତ୍ତି ସେଠୀ ଙ୍କ କବିତା ଏଇ ଆମ ଶେଷ ଦେଖା

Sunil Chandra Nayak

Leave a Comment

error: Content is protected !!