ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ଉପଲକ୍ଷେ ଓଡିଆ ଭାଷା ବିକାଶ ମଞ୍ଚର ଶ୍ରଦ୍ଧାଞ୍ଜଳି

ରାଉରକେଲା/ ସହରର ପ୍ରଗତିଶୀଳ ସାହିତ୍ୟନୁଷ୍ଠାନ ଓଡିଆ ଭାଷା ବିକାଶ ମଞ୍ଚ ପକ୍ଷରୁ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଙ୍କ ୧୪୫ତମ ଜୟନ୍ତୀ ଉପଲକ୍ଷେ ଆମ୍ବାଗାନ ନିକଟସ୍ଥ ପଣ୍ଡିତଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ଯ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ମଂଚର ସାଧାରଣ ସଂପାଦକ ଆର୍ତ୍ତତ୍ରାଣ ମହାପାତ୍ରଙ୍କ ଆବାହକତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସଭାପତି ଶିକ୍ଷାବିତ ପ୍ରଶାନ୍ତ କୁମାର ପତି, ସାମାଜିକ କର୍ମୀ ପଶୁପତିନାଥ ଚାଟାର୍ଜୀ, ଅଶୋକ ପଟ୍ଟନାୟକ,ଡଃ ସୁମନ ଦତ୍ତ, କାଶୀନାଥ ନନ୍ଦୀ,ପ୍ରଫୁଲ୍ଲ ସାମଲ, ସଂଜୀବ କୁମାର ଭୋଇ, ଅରବିନ୍ଦ ପାତ୍ର ପ୍ରମୁଖ ଉପସ୍ଥିତ ଗୋପବନ୍ଧୁ ଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ଯ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଘଏହି ଅବସରରେ ସଭାପତି ଶ୍ରୀ ପତି,ଶ୍ରୀ ଚାଟାର୍ଜୀ,ଡଃ ଦତ୍ତ,ଶ୍ରୀ ନନ୍ଦୀ ପଣ୍ଡିତଙ୍କ ସଂପର୍କରେ ଆଲୋଚନା କରିଥିଲେ । ଶେଷରେ ସଂପାଦକ ଶ୍ରୀ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ବିଶ୍ୱନାଥ କର ସିଡ ର କାର୍ଯ୍ୟକାରୀ ସଭାପତି ମନୋନୀତ

Sunil Chandra Nayak

ଯୁବକଙ୍କ ଆତ୍ମହତ୍ଯା ଅଭିଯୋଗ

Sunil Chandra Nayak

ଧର୍ମରାଜ ପ୍ରଧାନ ଙ୍କ କବିତା ତମାଖୁ ସେବନ କରିବା ବର୍ଜନ

Leave a Comment

error: Content is protected !!