ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କଲ୍ୟାଣୀ କଳା କେନ୍ଦ୍ରର ଆଇ କାନ ଡ୍ୟାନ୍ସ ଅନୁଷ୍ଠିତ

ରାଉରକେଲା/ ସହରର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ କଲ୍ୟାଣୀ କଳା କେନ୍ଦ୍ର ଓ ଲୟନ୍ସ କ୍ଲବ ରାଉରକେଲା ଗ୍ରେଟର ର ମିଳିତ ଆନୁକୂଲ୍ୟରେ ସିଭିକ ସେଣ୍ଟର୍ ଠାରେ ଆଇ କ୍ୟାନ ଡ୍ୟାନ୍ସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅନିଲ ମଲ୍ଲିକଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆରଏସପିର ବରିଷ୍ଠ ଅଧିକାରୀ ଆର କେ ମୁଦୁଲି, ଆରଏସପି ମହାପ୍ରବନ୍ଧକ ବିଜୟ କୁମାର ରାଉତ, ଅନ୍ୟତମ ଅଧିକାରୀ ସନ୍ତୋଷ କୁମାର ପୋଲାକୀ, ଡାକ୍ତର କିରଣ ମିଶ୍ର, ଲାୟନ ରେଣୁ ବାଙ୍ଗଲ,ଲାୟନ ରମେଶ ଚନ୍ଦ୍ର ସେଠୀ, ଲାୟନ ଲଲାଟେନ୍ଦୁ ଚୌଧୁରୀ, ସିନେ ଅଭିନେତ୍ରୀ ଇଶା ବେବର୍ତ୍ତା ଓ ଅଭିନେତ୍ରୀ ପ୍ରତିଭା ଦାସ ପ୍ରମୁଖ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହ ପ୍ରଶଂସା କରିଥିଲେ । ଅତିଥି ମାନେ କହିଥିଲେ ଯେ ଏଭଳି କାର୍ଯ୍ୟକ୍ରମ ଅନ୍ୟମାନଙ୍କୁ ପ୍ରୋତ୍ସାହିତ କରିବ। ଯେଉଁ ମାନଙ୍କ ପାଖରେ କଳା ପ୍ରତିଭା ଅଛି ସେମାନେ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଉପକୃତ ହେବେ । ପ୍ରାରମ୍ଭରେ ଲାୟନ ଶ୍ରୀ ସେଠୀ ସ୍ବାଗତ ଭାଷଣ ରଖିଥିବା ବେଳେ କଲ୍ୟାଣୀ କଳା କେନ୍ଦ୍ରର ଉପସଭାପତି ହିମାଦ୍ରୀ ପଟ୍ଟନାୟକ କାର୍ଯ୍ୟକ୍ରମ ଆଭିମୁଖ୍ଯ ସଂପର୍କରେ ବକ୍ତବ୍ଯ ରଖିଥିଲେ । ପ୍ରାରମ୍ଭରେ ଲାଠିକଟା ର ରାଧାକୃଷ୍ଣ ଦୃଷ୍ଟିହୀନ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ସ୍ବାଗତ ସଂଗୀତ ଗାନ କରିଥିଲେ । ପରେ ସହରର ବିଭିନ୍ନ ଦୃଷ୍ଟି ବାଧିତ, ଦିବ୍ୟାଙ୍ଗ ଅନୁଷ୍ଠାନର କଳାକାରମାନେ ନୃତ୍ୟ ପରିବେଷଣ କରିଥିଲେ । ସେମାନଙ୍କୁ ପ୍ରୋତ୍ସାହିତ କରିବାପାଇଁ ପୁରସ୍କୃତ କରାଯାଇଥିଲା । କଳା କେନ୍ଦ୍ରର ମୁଖ୍ୟ ଦେବେନ୍ଦ୍ର ପଲେଇଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ । ଶେଷରେ ଶ୍ରୀ ପଲେଇ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସହରର ବହୁ ସଂଖ୍ୟାରେ ଦର୍ଶକ ଉପଭୋଗ କରିବା ସହ ଦିବ୍ୟାଙ୍ଗ ମାନଙ୍କୁ ଉତ୍ସାହିତ କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଓଡ଼ିଶା ଷ୍ଟେଟ ବ୍ରିଗେଡ ବିଦ୍ୟାଳୟ ରେ ଯୋଗ ଦିବସ

Sunil Chandra Nayak

ଓଡିଶା କୃଷି ଓ ବୈଷୟିକ ବିଶ୍ୱ ବିଦ୍ୟାଳୟ ଚିପିଲିମା ର ସାହିତ୍ୟ ସମାଜରେ ବିଭିନ୍ନ ପ୍ରତିଯୋଗିତା

ନୂଆଁଖାଇ ସଯବାଜରେ ଚଳଚଞ୍ଚଳ ଗାଁ ଠୁଁ ସହର

Sunil Chandra Nayak

Leave a Comment

error: Content is protected !!