ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଏସ ଓ ଜି ର ସର୍ଚ୍ଚ ଅପରେସନ ରେ ମାଓବାଦୀ ଙ୍କ ଛତ୍ରଭଙ୍ଗ , ମାଓ ସାମଗ୍ରୀ ଓ କ୍ୟାମ୍ପ ଠାବ 

ଭବାନୀପାଟଣା – ୧୦/୧୨ – (ମ.ନି.ସ) :- କଳାହାଣ୍ଡି ରିଜର୍ଭ ଫରେଷ୍ଟ ରେ ନକ୍ସଲ କ୍ଯାମ୍ଫ ଠାବକୁ ନେଇ କଳାହାଣ୍ଡି ଏସପିଙ୍କ ସାମ୍ବାଦିକ ସମ୍ମିଳନୀରେ  ପ୍ରକାଶ କରିଛନ୍ତି, କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଳକ ବିଜେପୁର ପୋଲିସ ଷ୍ଟେସନ ଅଧିନରେ ଥିବା ପହରାପଦର ଆରଏଫରେ ସଶସ୍ତ୍ର ସିପିଆଇ ମାଓବାଦୀ ଗୋଷ୍ଠୀର ଗତିବିଧି ବିଷୟରେ ଏକ ନିର୍ଭର ଯୋଗ୍ଯ ସୂଚନା ଉପରେ ଆଧାର କରି ସିପିଆଇ (ମାଓବାଦୀ)ଙ୍କୁ ଧରିବା ପାଇଁ ଏକ ଏସଓଜି ଦଳକୁ ନିୟୋଜିତ କରି ଗତ ୯/୧୨/୨୦୨୨ ତାରିଖରେ ଆଣ୍ଟି – ମାଓବାଦୀ ଅପରେସନ୍ କରାଯାଇଥିଲା। ତେବେ କାଞ୍ଚନ ମୁଇ ଗାଁ ନିକଟରେ ଅପରେସନ୍ ସମୟରେ ଅପରେସନ୍ ଟିମ୍ ଦ୍ବାରା ନକ୍ସଲ କ୍ଯାମ୍ପ ଉପରେ ଚଡାଉ କରାଗଲା। ଘଞ୍ଚ ଜଙ୍ଗଲ ଓ ଦୁର୍ଗମ ଅଞ୍ଚଳ ହୋଇଥିବାରୁ ଏହାର ସୁଯୋଗ ନେଇ ମାଓବାଦୀ ମାନେ ସୁରକ୍ଷା ବାହିନୀ ଙ୍କୁ ଦେଖି ଛତ୍ରଭଙ୍ଗ ଦେଇ ପଳାୟନ କରିଥିଲେ। ଏହା ପରେ ସୁରକ୍ଷା କର୍ମୀ ନକ୍ସଲ କ୍ଯାମ୍ଫ ଉପରେ ଚଡାଉ କରିଥିଲେ। ଏହି କ୍ଯାମ୍ଫ ରେ ମାଓବାଦୀ ଙ୍କ ବ୍ଯବହାର କରୁଥିବା ଗୋଟିଏ କିଟ୍ ବ୍ଯାଗ, ୧ ହଲ ମାଓ ପୋଷାକ, ସିଭିଲ୍ କପଡା, ଆଇ ଇ ଡି ୨, ୧୫ ମିଟର ତାର, ଡିଟୋନେଟର ୯ ,କମ୍ବଳ, ଔଷଧ, ଟିଫିନ କ୍ଯାରେଜ୍, ବାସନକୁସନ, ପ୍ଳାଷ୍ଟିକ ପାଣି ପାତ୍ର, ପ୍ଳାଷ୍ଟିକ ବାଲଟି, ନାଇଲନ ବେଲ୍ଟ, ମାଓ ପୋଷ୍ଟର,ଓ ଔଷଧ ଉଦ୍ଧାର କରିଥିବା ଏସପି ପ୍ରକାଶ କରିଥିଲେ।

କିଶନ ଶର୍ମା, ଭବାନୀ ପାଟଣା 

Related posts

ବର୍ଷକୁ ୨୦ ଲକ୍ଷରୁ ଅଧିକ ଜମା କଲେ ପାନ୍, ଆଧାର ବାଧ୍ୟତାମୂଳକ

Sunil Chandra Nayak

ଗଜଲକ୍ଷ୍ମୀ ପୂଜାରେ ଯୋଗ ଦେଲେ ବିଧାୟକ

Sunil Chandra Nayak

ବଜ୍ରପାତରେ ମହିଳା ଗୁରୁତର ମେଡିକାଲରେ ଭର୍ତ୍ତୀ

Sunil Chandra Nayak

Leave a Comment

error: Content is protected !!