ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବଣ ଜଙ୍ଗଲ ଘେରା କେରପାଇ ଅଂଚଳ ର ପୁଅ   ରଘୁପତି ନାଏକ ଡିୟୁଇଟି ପରୀକ୍ଷାରେ ଅଲ ଇଣ୍ତିଆ ରେଙ୍କ୍ ରେ ୧୦୬ ନମ୍ବର 

ଥୁଆମୂଳ ରାମପୁର : ୧୦/୧୨ – (ମ.ନି.ସ) :- କଳାହାଣ୍ଡି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଅଂଚଳ ଥୁଆମୂଳ ରାମପୁର ବ୍ଳକ କେରପାଇ ଗ୍ରାମପଞ୍ଚାୟତ କାଚେଲେଖା ଗ୍ରାମର ଶ୍ରୀ ରଘୁପତି ନାଏକ ପିତା ଶ୍ରୀ ତ୍ରିନାଥ ନାଏକ,ମାତା ଶ୍ରୀମତୀ ରମାକାନ୍ତି ନାଏକ। ଚଳିତ ବର୍ଷ ୨୦୨୨ ଡିୟୁଇଟି ଦିଲ୍ଲୀ ବିଶ୍ବ ବିଦ୍ୟାଳୟ ରୁ ଅଲ ଇଣ୍ତିଆ ରେଙ୍କ ୧୦୬ ଏବଂ ଏସସି ବର୍ଗରେ ୧୬ ସ୍ଥାନ ରଖି ଉର୍ତ୍ତିଣ୍ଣ ହୋଇଛନ୍ତି। ଏଣୁ ସେ ଦିଲ୍ଲୀ ବିଶ୍ବ ବିଦ୍ୟାଳୟରେ ଦର୍ଶନ ଶାସ୍ତ୍ର ରେ  ପିଜି କରିବା ପାଇଁ ଆଗ୍ରହୀ ତାଙ୍କ ପାଇଁ ଦିଲ୍ଲୀ ବିଶ୍ବ ବିଦ୍ୟାଳୟ ହିଁ ଉପଯୋଗୀ ହେବା ଭାବୁଛନ୍ତି। ଦିଲ୍ଲୀ ବିଶ୍ଵବିଦ୍ୟାଳୟ କ୍ଯାମ୍ପସ ହିଁ ତାଙ୍କ ପାଇଁ ସୁଯୋଗ ରହିଅଛି ସେଠାରେ ୟୁପିଏସସି, (ସିଏସସି) ଆଇଏଏସ୍ ଭଳି ବିଭିନ୍ନ ବିଷୟରେ ପଢିବା ଓ ପରୀକ୍ଷା ଦେବା ଭଲ ପରିବେଶ ତାଙ୍କୁ ଖୋରାକ୍ ଯୋଗାଇବା ନେଇ ଆଗ୍ରହୀ ଥିବା ଜଣାଯାଏ। ଏହି ପରୀକ୍ଷା ଅକ୍ଟୋବର ୧୬ ତାରିଖରେ ହୋଇଥିଲା। ଏବଂ ଏହାର ପରୀକ୍ଷା ଫଳ ପ୍ରଥମ ଚୟନ ଡିସେମ୍ବର ୧ ତାରିଖରେ ବାହାରିଛି। ପ୍ରଥମ ଥର ପାଇଁ ଥୁଆମୂଳ ରାମପୁର ବ୍ଳକ ର ଆଇଆଇଟି ଜାମ – ୨୦୧୯ ପରୀକ୍ଷାରେ ସଫଳତା ପ୍ରାୟ କରିଥିଲେ। ଓପିଏସସି (ସିଏସଇ) – ୨୦୨୦ Prelims ରେ ଉର୍ତ୍ତିଣ୍ଣ ହୋଇଥିଲେ। କିନ୍ତୁ ପ୍ରଥମ ପ୍ରୟାସ ରେ ଇନଟେରଭ୍ଯୁ ମୁଖ୍ୟ ପରୀକ୍ଷାରେ ବିଫଳତାର ସମ୍ମୁଖୀନ ହୋଇଥିଲେ। ରଘୁପତି ନାଏକ ସରକାରୀ ଜୁନିୟର ମହାବିଦ୍ୟାଳୟ ଭବାନୀପାଟଣା ରେ ଯୁକ୍ତ ୨ ଅଧ୍ଯୟନ ଶେଷ ପରେ ଏସକେସିଜି ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ଵୟଂ ଶାସିତ ମହାବିଦ୍ୟାଳୟ ପାରଳାଖେମୁଣ୍ଡି ରେ ଯୁକ୍ତ ୩ ଶେଷ କରିଥିଲେ। ତାଙ୍କର ପାଠପଢା ନିଜ ଗାଁ କାଚେଲେଖା ସ୍ଥିତ ଡିପିଇପି ବିଦ୍ଯାଳୟରୁ ହିଁ ଆରମ୍ଭ କରି ଆଜି ଦିଲ୍ଲୀ ବିଶ୍ବ ବିଦ୍ୟାଳୟରେ ପହଞ୍ଚିବା ଯାଏଁ କଠିନ ପରିଶ୍ରମ ସହିତ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ଥୁଆମୂଳ ରାମପୁର ବ୍ଳକ ଯାହାକି ଏହି ଦୁର୍ଗମ ଅଞ୍ଚଳ ବଣପାହାଡ ଘେରା କାଚେଲେଖା ଗ୍ରାମ ପାଇଁ ରଘୁପତି ନାଏକ ପଛୁଆ ବର୍ଗରେ ଥାଇ ମଧ୍ୟ କେରପାଇ ଗ୍ରାମପଞ୍ଚାୟତ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି ସେନେଇ ଗାଁ କାଚେଲେଖା ତଥା କେରପାଇ ଗ୍ରାମପଞ୍ଚାୟତ ଅଞ୍ଚଳର ଲୋକେ ଗର୍ବ ଅନୁଭବ କରିଛନ୍ତି।

ଥୁଆମୂଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ଧର୍ମଗଡ ସହର ରେ ହେବ ବାଇ ପାସ ରୋଡ ! କ୍ରମବର୍ଦ୍ଧିଶୁ ଟ୍ରାଫିକ ସମସ୍ୟା ର ହେବ ସମାଧାନ

Sunil Chandra Nayak

ଶରତ ଚନ୍ଦ୍ର ପଣ୍ଡା ଙ୍କ କବିତା ସନ୍ଦେହ

Sunil Chandra Nayak

ବେଣୁଧର ସୂତାର ଙ୍କ କବିତା ଭାବ କଳ୍ପରେ କବି

Sunil Chandra Nayak

Leave a Comment

error: Content is protected !!