ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ବିଦାୟ ସମ୍ବର୍ଦ୍ଧନା

ନର୍ଲା (ମନିସ) ନର୍ଲା ବ୍ଳକ ଭୀମକେଲା ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାପୀଠର ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କୁ ନବମ ଶ୍ରେଣୀ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ଉପସ୍ଥିତରେ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି। ବିଦ୍ୟାଳୟ ପ୍ରଧାନ ଶିକ୍ଷକ ମଧୁସୂଦନ ଦାଶଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଦାୟୀ ଛାତ୍ର ଛାତ୍ରୀମାନେ ସେମାନଙ୍କ ଅନୁଭୂତି ବର୍ଣ୍ଣନା କରି ଶିକ୍ଷକଙ୍କ ଠାରୁ ଆଶିଷ ଭିକ୍ଷା କରିଥିଲେ। ଉପସ୍ଥିତ ଶିକ୍ଷକଗଣ ଛାତ୍ର ଛାତ୍ରୀମାନଙ୍କ ଉତ୍ତରୋତ୍ତର ଉନ୍ନତି କାମନା କରିବା ସହ ଅଧ୍ୟବସାୟୀ ହୋଇ ଲକ୍ଷ ପଥରେ ଅଗ୍ରସର ହେବାକୁ ପରାମର୍ଶ ଦେଇଥିଲେ। ଏହି ଅବସରରେ ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କ ତରଫରୁ ଏକ ସୁଦୃଶ୍ୟ ଗଣପତିଙ୍କ ତୈଳ ଚିତ୍ର ବିଦ୍ୟାଳୟକୁ ପ୍ରଦାନ କରିଥିଲେ। ଶେଷରେ ଏକ ସାମୁହିକ ଫଟୋଚିତ୍ର କାର୍ଯ୍ୟକ୍ରମ ସହ ସଭାର ସମାପନ ହୋଇଥିଲା।

ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି।

Related posts

ଧାନବିଲ ଫାଟି ମେଲାହେଲଣି_ ମୁଣ୍ଡରେ ହାତ ଦେଇ ବସିଛି ଚାଷୀ

Sunil Chandra Nayak

ପିଡ଼ିଏସଚାଉଳ ଯୋଗାଣଗାଡି ଭାରସାମ୍ୟ ହରାଇବାରୁ ପଞ୍ଚାୟତ ଫାଟକ ନଷ୍ଟ

Sunil Chandra Nayak

ଦେବାଶିଷ ମିଶ୍ର ଙ୍କ କବିତା ପରୀଟିଏ

Leave a Comment

error: Content is protected !!