ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କେନ୍ଦ୍ର ମନ୍ତ୍ରୀ ପ୍ରଫେସର ଏସ ପି ସିଂ ବଘେଲ ସାମ୍ବାଦିକ ସମ୍ମିଳନୀ

ନୁଆପଡା ଜିଲ୍ଲା କୁ ଦୁଇ ଦିନିଆ ଗସ୍ତରେ ଆସିଥିବା କେନ୍ଦ୍ର ଆଇନ ଏବଂ ନ୍ୟାୟ ମନ୍ତ୍ରୀ ପ୍ରଫେସର ଏସ ପି ସିଂ ବଘେଲ ଆସି ଜିଲ୍ଲା ସଦଭାବନା ସଭାଗୃହରେ ସମ୍ବାଦିକଙ୍କୁ ସମ୍ବୋଧନ କରିଥିଲେ। ଆକାଂକ୍ଷା ଜିଲ୍ଲାର ବିକାଶ ପାଇଁ ୧୧ କୋଟି ଟଙ୍କାର ଅର୍ଥ ରହି ଥିବା ବେଳେ ନୀତି ଆୟୋଗ ଦ୍ବାରା ଜିଲ୍ଲା ସ୍ବାସ୍ଥ୍ୟ ଏବଂ ଶିକ୍ଷା ପ୍ରତି ଗୁରୁତ୍ବ ଦେବା ନେଇ ନିର୍ଦ୍ଧେଶ ରହିଥିଲା। ନୂଆପଡା ଜିଲ୍ଲାରେ ଶିକ୍ଷା ପ୍ରତି ଅଧିକ ଅର୍ଥ ଖର୍ଚ୍ଚ ହୋଇଅଛି। ଏହି ଅର୍ଥରେ ଭିତ୍ତିଭୂମି ରେ ଖର୍ଚ୍ଚ ନ କରି ସ୍କୁଲ ରେ ଅତ୍ୟାଧୁନିକ ଶିକ୍ଷା ପ୍ରଣାଳୀର ପ୍ରୟୋଗ,ସ୍ମାର୍ଟ କ୍ଳାସ,ଶିକ୍ଷକ ଶିକ୍ଷୟତ୍ରୀ, ଏବଂ କ୍ରୀଡା କ୍ଷେତ୍ରରେ ଖର୍ଚ୍ଚ କରିବାକୁ ବ୍ୟବସ୍ଥା ରହିଅଛି ବୋଲି ମନ୍ତ୍ରି କହିଥିଲେ। ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଲକ୍ଷ୍ମୀ ବଗର୍ତ୍ତି ଙ୍କ କବିତା କମଳିନୀ

Sunil Chandra Nayak

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା।ଆଜିର ସୁବିଚାର

ସାହିତ୍ୟ ଏକାଡେମୀ ଓ ପ୍ରାଣକୃଷ୍ଣ ଫାଉଣ୍ଡେସନ ଟ୍ରଷ୍ଟ ତରଫରୁ ” ଉତ୍ତର ଓଡ଼ିଶାର ଲୋକ ଭାଷା ” ସାହିତ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!