ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଭାରତୀୟ ସଂସ୍କୃତ ସାହିତ୍ୟ ଶୀର୍ଷକରେ ଆଲୋଚନା ଚକ୍ର

ଭବାନୀ ପାଟଣା –: ଭାଷାର ଜନନୀ ସଂସ୍କୃତ | ସବୁ ଭାଷା ସହ ସଂସ୍କୃତର ସମ୍ପର୍କ ରହିଛି | ବିଶ୍ୱର ପ୍ରଥମ କବିତା ‘ମା ନିଷାଦ ପ୍ରତିଷ୍ଠା…’ବାଲ୍ମୀକି ସଂସ୍କୃତରେ ଲେଖିଥିଲେ | ସବୁଠୁ ଶୁଦ୍ଧ ଓ ବୈଜ୍ଞାନିକ ସିଦ୍ଧ ଭାଷା ହିଁ ସଂସ୍କୃତ | ସମସ୍ତଙ୍କୁ ଏକତା ସୂତ୍ରରେ ବାନ୍ଧିପାରେ ସଂସ୍କୃତ | କଳାହାଣ୍ଡି ଲେଖକ କଳା ପରିଷଦ ପ୍ରଯୋଜିତ ତ୍ରୟ ମାସିକ ଆଲୋଚନା ଚକ୍ର “ଭାରତୀୟ ସଂସ୍କୃତ ସାହିତ୍ୟ” ଉପରେ ନିଜ ବକ୍ତବ୍ୟରେ ବିଶିଷ୍ଟ ସଂସ୍କୃତ ବିଦ୍ୱାନ ଡ. ହରେକୃଷ୍ଣ ମେହେର ଏଭଳି ମତବ୍ୟକ୍ତ କରିଥିଲେ | ପରିଷଦ ସଭାଗୃହରେ ଉମେଶ ଚନ୍ଦ୍ର ପଣ୍ଡାଙ୍କ ସଭାପତିତ୍ୱରେ ପ୍ରଥମେ ମା ବାଗଦେବୀଙ୍କଠାରେ ଦୀପ ପ୍ରଜ୍ବଳନ ସହ କାର୍ଯ୍ୟକ୍ରମାରମ୍ଭ ହୋଇଥିଲା | ସମ୍ପାଦକ ଭବନାଥ ରାୟଗୁରୁ ପରିଚୟ ଓ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ | ଏଥିରେ କଳାହାଣ୍ଡି ବିଶ୍ୱ ବିଦ୍ୟାଳୟ ଓ ସରକାରୀ ମହିଳା ମହାବିଦ୍ୟାଳୟର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ତଥା ସଂସ୍କୃତ ସାହିତ୍ୟ ଵିଭାଗର ବହୁ ବିଦ୍ୟାର୍ଥୀଙ୍କ ସହ ଡ. ଦାଶରଥି ଆଚାର୍ଯ୍ୟ, ଗୁରୁ ପ୍ରଭାସ ଚନ୍ଦ୍ର ମିଶ୍ର, ଭୀମସେନ ସାହୁ, ଡ. ଦୀନବନ୍ଧୁ ସାହୁ,ଡ. ପଦ୍ମଲୋଚନ ଭୁଏ,ରୂପ କେଶରୀ ଦଳେଇ, ସୁଧାଂଶୁ ଶେଖର ନେଗୀ, ଡ. ସୁନୀତି ମୁଣ୍ଡ, କଳ୍ପନା ରଥ. ଆନନ୍ଦିନୀ ପାତ୍ର, ଶେଷଦେବ ମିଶ୍ର, ସନ୍ତୋଷ ରଥ, ସନ୍ତୋଷ ଶତପଥୀ, ସୀମାଞ୍ଚଳ ମିଶ୍ର,ଅଧ୍ୟାପିକା ମୟୂରୀ ପଣ୍ଡା ପ୍ରମୁଖ ଭାଗନେଇଥିଲେ | ଏଥିରେ ସର୍ବଶ୍ରୀ ସୁରେନ୍ଦ୍ର ପ୍ରସାଦ ନେଗୀ,ଗୋପାଳ ସାହୁ,ସୌରଭ ମହାପାତ୍ର, ରମେଶ ସେନାପତି, ଆଲୋକ ସାହୁ ପ୍ରମୁଖ ସହଯୋଗ କରିଥିଲେ | ବିରଞ୍ଚି ନାରାୟଣ ମୁଣ୍ଡ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ କୋଷାଧ୍ୟକ୍ଷ୍ ଭାଗିରଥି ବେହେରା ଧନ୍ୟବାଦ ଅର୍ପଣ କରିଥିଲେ |

କିଶନ ଶର୍ମା, ଭବାନୀ ପାଟଣା 

Related posts

ମୁଣ୍ଡରା ଗୁଡା ସ୍କୁଲରେ ଗୁରୁ ଦିବସ ପାଳିତ

Sunil Chandra Nayak

ବିଦ୍ୟାଳୟରେ ଶିକ୍ଷାଦାନର ଅବ୍ୟବସ୍ଥା:ଛାତ୍ର ଛାତ୍ରୀଙ୍କ ଭବିଷ୍ଯତ ଅନ୍ଧାର                         

Sunil Chandra Nayak

ଜଗଜ୍ଜୀବନ ସା ଙ୍କ କବିତା ମଣିଷ

Leave a Comment

error: Content is protected !!