ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମଞ୍ଚା ଗାଁ ବେଡା ପଦର ସଂଯୋଗକାରୀ ବ୍ରିଜ ପାର୍ଶ୍ଵରେ ବିରାଟ ଗର୍ତ୍ତ

 ତେନ୍ତୁଳିଖୁଣ୍ଟି ୧୯/୧୧/୨୨ -ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ମଞ୍ଚା ଗାଁ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ସହ ବେଡା ପଦର ଗ୍ରାମ କୁ ସଂଯୋଗ କରିବା ପାଇଁ ପ୍ରଧାନ ମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ରେ ରାସ୍ତା ଓ ଛୋଟିଆ ବ୍ରିଜ ଟିଏ ନିର୍ମିତ ହୋଇଥିଲା। ଉକ୍ତ କାର୍ଯ୍ୟ 2013 ରେ ଆରମ୍ଭ ହୋଇଥିବା ବେଳେ ଶେଷ ହେଲା ବେଳକୁ 2017 ହୋଇ ଯାଇଥିଲା। ପ୍ରଧାନ ମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ରେ ରାସ୍ତା ନିର୍ମାଣ ରେ ଗୋଟିଏ ଗ୍ୟାରେଣ୍ଟି ପିରିୟଡ଼ ଥାଏ। ବେଡାପଦର ଠୁଁ ମଞ୍ଚା ଗାଁ ରାସ୍ତା ର ଗ୍ୟାରେଣ୍ଟି ପିରିୟଡ଼ ସରି ଯାଇଛି। ବର୍ତ୍ତମାନ ରାସ୍ତା କିମ୍ବା ଉକ୍ତ ବ୍ରିଜ ର ମରାମତି ଠିକା ନେଇଥିବା ଏଜେନ୍ସି ବା ଠିକାଦାର କରିବ ନାହିଁ। ଟେଣ୍ଡର ହୋଇ କାମ ଆରମ୍ଭ ମଧ୍ୟରେ ଗଳା ରାସ୍ତା ବାହାର କରି ସମୟ ଗଡାଈ ଠିକାଦାର ନିଜ ଦାୟିତ୍ବରୁ ମୁକ୍ତ ହୋଇଯାଇଛି। ବର୍ତ୍ତମାନ ଉକ୍ତ ରାସ୍ତା ଓ ବ୍ରିଜ କୁ ସଂଯୋଗ କାରୀ ଆପ୍ରୋଚିଂ ରୋଡ଼ ରେ ଏକ ବିରାଟ ଗର୍ତ୍ତ ସୃଷ୍ଟି ହୋଇଛି। ବର୍ତ୍ତମାନ ଗାଡି ଯିବା ଆସିବା ତଥା ଏକା ସାଙ୍ଗରେ ଦୁଇଟି ଗାଡି ଉକ୍ତ ବ୍ରିଜ ଅତିକ୍ରମ କରି ହେଉନି। ଉକ୍ତ ରାସ୍ତା ରେ ଯିବାବେଳେ ଆପ୍ରୋଚିଂ ରୋଡ଼ ଆହୁରି ଭୂସ୍ଖଳନ ହେବା ସମ୍ଭାବନା କୁ ଏଡାଇ ହେବନି। ଏଣୁ ଏହା ମରାମତି କରି ବିପଦମୁକ୍ତ କରିବା ପାଇଁ ବିଭାଗୀୟ ଅଧିକାରୀ ପଦକ୍ଷେପ ନେବା ଜରୁରୀ। ନିକଟରେ ପୋଡପଲ୍ଲା ଜଗନ୍ନାଥ ପୁର ରାସ୍ତା କାମ ଦେଖିବାକୁ ଆସିଥିବା କନିଷ୍ଠ ଯନ୍ତ୍ରୀ ସ୍ଥାନୀୟ ଟ୍ରାକ୍ଟର ଚାଳକ ଙ୍କୁ ବୋଲଡ଼ର ପକାଇ ଗର୍ତ୍ତ ପ୍ୟାକିଙ୍ଗ ପାଇଁ କହିଥିଲେ କିନ୍ତୁ ସେ କହିବା ପରିମାଣ ଠୁଁ ଅଧିକ ବୋଲଡ଼ର ଓ ମାଟି ଆବଶ୍ୟକ ଥିବାରୁ କନିଷ୍ଠ ଯନ୍ତ୍ରୀ ଙ୍କ ଉପସ୍ଥିତି ରେ ହିଁ ପ୍ୟାକିଙ୍ଗ କରିବେ ବୋଲି କହି କାମ କରୁ ନାହାଁନ୍ତି ବୋଲି ସୂତ୍ରରୁ ପ୍ରକାଶ। ତେନ୍ତୁଳିଖୁଣ୍ଟି ବ୍ଲକ ର ଗ୍ରାମ୍ୟ ଉନ୍ନୟନ ବିଭାଗ ଦାୟିତ୍ୱ ରେ ଥିବା କନିଷ୍ଠ ଯନ୍ତ୍ରୀ ରାଜେଶ ରୋଷନ ଙ୍କୁ ପଚାରିବାରୁ କହିଲେ ଆବଶ୍ୟକ ଖର୍ଚ୍ଚ ଅଟକଳ କରି ପଠାଯାଇଛି, ସ୍ୱୀକୃତି ପାଇଲେ ଟେଣ୍ଡର ହେବ ଏବଂ କାମ ହେବ। ବେଡା ପଦର ଗ୍ରାମବାସୀ କୌଣସି ଦୂର୍ଘଟଣା କି ଅଘଟଣ ହେବା ପୂର୍ବରୁ ତୁରନ୍ତ ଏହି ବ୍ରିଜ ରେ ଚଳାଚଳ ବିପଦ ଶୂ ନ୍ୟ କରିବାକୁ ଦାବୀ କରିଛନ୍ତି।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ଛାତ୍ର ମୁଣ୍ଡ ରକ୍ତାକ୍ତ ଘଟଣା ରେ ଶିକ୍ଷୟତ୍ରୀ ସସ୍ପେଣ୍ଡ

Sunil Chandra Nayak

ଜୁନାଗଡ଼ ଠାରେ ଜିଲ୍ଲା ସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଉଦଯାପିତ

Sunil Chandra Nayak

ଜଗାଇରେ ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ଜନ୍ମ ଜୟନ୍ତୀ ପାଳିତ

Leave a Comment

error: Content is protected !!