ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆହାତ କୁଟୁରା ଉଦ୍ଧାର , ଚିକିତ୍ସା ପରେ ଜଙ୍ଗଲ ରେ ଛାଡି ଦିଆ ଯିବ

ରୁପ୍ରା, : କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଭୀମକେଲା ଗ୍ରାମ ପଞ୍ଚାୟତ ଅଧିନ ପଲସାପଡା ଗ୍ରାମକୁ ଆଜି ସକାଳୁ ଏକ ଜଙ୍ଗଲୀ ଅଣ୍ଡିରା କୁଟୁରା ଆସିଥିବା ବେଳେ ଉକ୍ତ ଗ୍ରାମର ସୁମନ୍ତ ସେଠୀ ତାଙ୍କୁ ଉଦ୍ଧାର କରି ନିଜଘରେ ରଖିଥିବା ବେଳେ ଏହି ଖବର ସ୍ଥାନୀୟ ସାମ୍ବାଦିକ ଅଜୟ ସେନାପତି ଜାଣିବା ପରେ ରୁପ୍ରାରୋଡ ଫରେଷ୍ଟର ବିଶ୍ୱଜିତ ଠାକୁରଙ୍କୁ ଅବଗତ କରାଇଥିଲେ, ସଙ୍ଗେସଙ୍ଗେ ଫରେଷ୍ଟର ଶ୍ରୀ ଠାକୁର ଫରେଷ୍ଟ ଗାର୍ଡ୍ ତପନ ବେହେରାଙ୍କୁ ପଲସାପଡା ଗ୍ରାମକୁ ପଠାଇଥିଲେ । ଉଦ୍ଧାର ହୋଇଥିବା କୁଟୁରାର ମୁଣ୍ଡ ଓ ଦେହର କିଛି ଯାଗାରେ ଖଣ୍ଡିଆ ହୋଇଥିବା ଦେଖିବାକୁ ମିଳିଛି । କୁକୁର ପଲ ଦୌଡାଇବାରୁ କୁଟୁରାଟି ଗ୍ରାମ ଭିତରକୁ ପଶି ଆସିଥିବା ଗ୍ରାମବାସୀ କହିଛନ୍ତି । ତେବେ ଉଦ୍ଧାର ହୋଇଥିବା କୁଟୁରାର ଚିକିତ୍ସା ନିମନ୍ତେ ପଶୁ ଚିକିତ୍ସିକ ଆସୁଥିବା ଜଣାପଡିଛି । ରେଞ୍ଜ୍ ଅଫିସର ଦୀନବନ୍ଧୁ ମେହେର୍ ଙ୍କ ମତାମତ କ୍ରମେ ଫରେଷ୍ଟ୍ ଗାର୍ଡ୍ ତପନ ବେହେରା କହିଲେ କୁଟୁରାର ଚିକିତ୍ସା ହେଲା ପରେ ଉଦ୍ଧାର ହୋଇଥିବା କୁଟୁରାକୁ ଜଙ୍ଗଲରେ ଛାଡି ଦିଆଯିବ । ସୂଚନାଥାଉକି ଦୁଇଦିନ ପୂର୍ବରୁ ଏକ ହରିଣ ମ.ରାମପୁର ରେଞ୍ଜ୍ ଅଧିନରେ ଉଦ୍ଧାର ହୋଇଥିଲେ ମଧ୍ୟ ହରିଣର ମୃତ୍ୟୁ ହୋଇଯିବାପରେ ଗାତ ଖୋଳି ପୋତି ଦିଆଯାଇଥିଲା ।

  ରୁପ୍ରା ରୁ ପ୍ରଦୀପ ସେନାପତି ଙ୍କ ରିପୋର୍ଟ।

Related posts

ପ୍ରତିମା ଶତପଥି ଙ୍କ କବିତା ମାଆ ଦାରିଦ୍ର୍ୟ ଭଞ୍ଜନୀ

Sunil Chandra Nayak

ବାଳିକା ଉଚ୍ଚ ବିଦ୍ୟାଳୟରେ ବନ ମହୋତ୍ସବ ପାଳିତ

ପିଲାଙ୍କୁ ସ୍କୁଲରେ ଜଗିବ ସିସି କ୍ୟାମେରା….

Sunil Chandra Nayak

Leave a Comment

error: Content is protected !!