ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଚନ୍ଦ୍ରକଳା ଦେବୀ ଙ୍କ କବିତା ଦୀପାବଳୀ

   ଦୀପାବଳୀ

          ରାଗ-ଚୋଖି 

     ଚନ୍ଦ୍ରକଳା ଦେବୀ

ଧରାରୁ ଗଲା ଶରତ ହେମନ୍ତ ହେଲା ପ୍ରବେଶ
ଆସଇଯେ ମହାପୂଣ୍ୟ କାର୍ତ୍ତିକ ମାସ
ପାହାନ୍ତରୁ ସ୍ନାନ ସାରି ମନ୍ଦିରେ ଗମନ୍ତି ପୁଣି
ଭଗବାନଙ୍କ ଉପରେ ରଖି ବିଶ୍ୱାସ
ଆନନ୍ଦେ କରନ୍ତି ପୂଜନ,
କାର୍ତ୍ତିକ ମାସର ପ୍ରତିଦିନ ପାବନ ||
ଆଜି ଶୁଭ ଦୀପାବଳୀ ଧରା ପଡୁଛି ଉଛୁଳି
ଘରେ ଘରେ ପିଠାପଣା ଜଳେ ଦୀପାଳି
ଭୂମିଠାରୁ ଭୂମାଯାଏଁ ଆନନ୍ଦେ ମଗନ ହୁଏ 
ପୂର୍ବ ପୁରୁଷଙ୍କୁ ଡାକନ୍ତି ଦୀପ ଜାଳି
ଅମାରେ ଆସନ୍ତି ସେମାନେ,
ଆଲୋକ ଦେଖିଣ ଯା’ନ୍ତି ସରଗ ଧାମେ ||
ରାମଚନ୍ଦ୍ର ବନବାସ ଏହି ଦିନ ହେଲା ଅନ୍ତ
ପ୍ରତ୍ୟାବର୍ତ୍ତନ କରିଲେ ପ୍ରଭୁ ଶ୍ରୀରାମ
ସଙ୍ଗତେ ସୀତା ଲକ୍ଷ୍ମଣ ହୋଇ ଆନନ୍ଦିତ ମନ
ଅଯୋଧ୍ୟାର ଅଭିମୁଖେ କଲ ଗମନ
ଆନନ୍ଦିତ ଅଯୋଧ୍ୟା ବାସୀ,
ପ୍ରଦୀପ ଜଳାଇକଲେ ତାହାଙ୍କୁ ଖୁସି ||
ମାଆ କାଳୀଙ୍କର ପୂଜା ମଣ୍ଡପେ ହୁଅନ୍ତି ସଜ୍ଜା
ଗଳାରେଯେ ମୁଣ୍ଡମାଳ ହସ୍ତେ ତ୍ରିଶୂଳ
ଲହଲହ ଜିହ୍ୱା ମାଲୋ ଉଗ୍ରମୂର୍ତ୍ତି ଭୟଙ୍କର
ନାନା ବା6ଦ୍ୟ ପ୍ରକମ୍ପିତ ମହୀ ମଣ୍ଡଳ
ଅସୁରୀୟ ଭାବର ନାଶ,
ମାଆଙ୍କର ଆବିର୍ଭାବେ ଧରା ଉଶ୍ୱାସ ||

    ବନ୍ଧୁଗାଁ,କୋରାପୁଟ

Related posts

ଆଦର୍ଶ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ନେଇ ଛାତ୍ର ଛାତ୍ରୀ ଙ୍କ ଧର୍ମଘଟ

Sunil Chandra Nayak

ବେଣୁଧର ସୂତାର ଙ୍କ କବିତା ମମତାର ମଧୁମତୀ 

କୈଳାସ ଚ଼ନ୍ଦ୍ର ପାଢ଼ୀ  ଙ୍କ କବିତା ।। ମାଟିର ସ୍ବର୍ଗ ।।

Sunil Chandra Nayak

Leave a Comment

error: Content is protected !!