ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନିଖିଳ ଭାରତ ସମବାୟ ସପ୍ତାହ ପାଳିତ

ନୂଆପଡା, ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ଡୁଆଝର ଗ୍ରାମ ସ୍ଥିତ ପ୍ରାଥମିକ କୃଷକ ସମବାୟ ସମିତି ଠାରେ ୬୯ ତମ ନିଖିଳ ଭାରତ ସମବାୟ ସପ୍ତାହ ପାଳିତ ହୋଇଯାଇଛି  । ସମବାୟ ସମିତିର ସଭାପତି ଯୁବରାଜ ଜଗତଙ୍କ ସଭାପତିତ୍ବରେ ଅନୁଷ୍ଠିତ ନିଖିଳ ଭାରତ ସମବାୟ ସପ୍ତାହରେ ମୁଖ୍ୟ ଅତିଥି ଭାବରେ ଖଡ଼ିଆଳ ବିଧାୟକ ଅଧୀରାଜ ମୋହନ ପାଣିଗ୍ରାହୀ ଯୋଗଦାନ କରି ସମବାୟ ସମିତି ପାଳନର ଉଦେଶ୍ୟ ସମ୍ପର୍କରେ ମତ ରଖିଥିଲେ ।ମୁଖ୍ୟବକ୍ତା ଭାବରେ ଏଆରସିଏସ ଉମାଶଙ୍କର ଦାସ , ବକ୍ତା ଭାବରେ ବିସିସି ବ୍ୟାଙ୍କ ମ୍ୟାନେଜର ସୁମିତ କୁମାର  ଅଗ୍ରୱାଲ ,ସମ୍ମାନିତ ଅତିଥି ଭାବରେ ଖଡ଼ିଆଳ ବ୍ଲକ ଅଧକ୍ଷା ପୁଷ୍ପାଞ୍ଜଳି ନନ୍ଦ ଓ ବିଧାୟକ ପ୍ରତିନିଧି ଅକ୍ଷୟ ନନ୍ଦ ପ୍ରମୁଖ ଯୋଗଦାନ କରିଥିଲେ  । ଶନିବାର ଦିନର କାର୍ଯ୍ୟକ୍ରମ ରେ  ନଅ ଗୋଟି  ପଂଚାୟତ ର ସରପଞ୍ଚ ଓ ସମିତି ସଦସ୍ୟ, ମିଶନ ଶକ୍ତି ର ମହିଳାଙ୍କ ସମେତ ଶତାଧିକ ବୁଦ୍ଧିଜୀବୀ ଚାଷୀ ଯୋଗଦାନ କରିଥିଲେ ।ଏହି  କାର୍ଯ୍ୟକ୍ରମ ରେ ପୂର୍ବ ତନ ସଭାପତି ଜିତେନ୍ଦ୍ର ସିଂ ବାରିକ ,ପରିଶର ସରାଫ ,ରାଜେନ୍ଦ୍ର ସିଂ ବାରିକ ,ପୂର୍ଣ୍ଣମୀ ସରାଫ ,ଦୁଲୁପ ମାଝୀ ,ହେମନ୍ତ ମାଝୀ ,ଭାଗିରଥି ମାଝୀ ,ରାମେ ମେହେର ,କେନ୍ଦୁପାଟି ସରପଞ୍ଚ ଚନ୍ଦ୍ର କୁମାର ଷଣ୍ଢ ,ଲାଞ୍ଜି ସରପଞ୍ଚ ବୈଧେହି ମାଝି ପ୍ରମୁଖ ଉପସ୍ଥିତ ଥିଲେ ।ଶେଷରେ ସମିତି ସଭାପତି ଯୁବରାଜ ଜଗତ ଧନ୍ୟବାଦ ଅର୍ପଣ କରିଥିଲେ ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଝରାଡିହି କନ୍ୟାଶ୍ରମରେ ବହୁବିଧ ସମସ୍ୟା ନେଇ ମାସା ଆର୍ମି ତରଫରୁ ରାଇରଙ୍ଗପୁର ଆଇଟିଡିଏ ପ୍ରଶାସକଙ୍କୁ ଲିଖିତ ଦାବିପତ୍ର

Sunil Chandra Nayak

ରାଜକୋଟ୍ ର ମୁରବି ଠାରେ ଓଡ଼ିଆ ଦାଦନ ଶ୍ରମିକଙ୍କ ମୃତ୍ୟୁ ଘଟଣା, ପରିବାର ବର୍ଗଙ୍କୁ ଅନୁକମ୍ପାମୂଳକ ସହାୟତା ପ୍ରଦାନ ପାଇଁ ଗ୍ରାମବାସୀଙ୍କ ଦାବୀ

Sunil Chandra Nayak

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ସ୍ମୁତି

Sunil Chandra Nayak

Leave a Comment

error: Content is protected !!