ଧର୍ମଗଡ:୧୯/୧୧/୨୨: ଆଜି ରାଜ୍ୟ ମିଳିତ ପ୍ରାଥମିକ ଶିକ୍ଷକ ମହା ସଙ୍ଘ (ନୂତନ ପେନସନ ଯୋଜନାଭୁକ୍ତ ) ର ଡାକରା ରେ ଧର୍ମଗଡ଼ ବ୍ଲକର ନୂତନ ପେନସନ ଯୋଜନା ଭୁକ୍ତ ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ରାଜ ରାସ୍ତା କୁ ଓହ୍ଲାଇ ଛନ୍ତି । ବ୍ଲକ ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ ର ସଭାପତି ମାର୍କଣ୍ଡ ନାଗ ଓ ସମ୍ପାଦକ ଗିରିଧାରୀ ସାହୁ ଙ୍କ ନେତୃତ୍ୱରେ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଏକ ବିଶାଳ ଶୋଭାଯାତ୍ରା ମା ଭଣ୍ଡାର ଘରଣୀ ମନ୍ଦିର ରୁ ବାହାରି ଧର୍ମଗଡ଼ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆସିଥିଲେ l ସେଠାରେ ଏକ ପ୍ରତିବାଦ ସଭା ଆୟୋଜନ କରାଯାଇ ୩ ଦଫା ସମ୍ବଳିତ ଦାବିପତ୍ର ମାନ୍ୟବର ମୁଖ୍ୟମନ୍ତ୍ରୀ,ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ , ମୁଖ୍ୟ ଶାସନ ସଚିବ , ୫ଟି ସଚିବ ଓଡିଶା, ପ୍ରିନସିପାଲ ସେକ୍ରେଟାରୀ, ବିଦ୍ୟାଳୟ ଗଣଶିକ୍ଷା ବିଭାଗ ଙ୍କ ଉଦେଶ୍ୟ ରେ ଧର୍ମଗଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଜରିଆରେ ପ୍ରଦାନ କରା ଯାଇଥିଲା l ଦାବୀ ଗୁଡିକ ମଧ୍ୟରେ କନିଷ୍ଠ ଶିକ୍ଷକ ମାନଙ୍କୁ ନିୟମିତ କରି ୬ ବର୍ଷ କାର୍ଯ୍ୟକାଳକୁ ମୂଳ ଚାକିରୀ ସହିତ ଯୋଡ଼ି ୬ ଟି ଇଂକ୍ରିମେଣ୍ଟ ପ୍ରଦାନ କରିବା, ସମ୍ପୂର୍ଣ ଭାବରେ ଚୁକ୍ତି ଭିତ୍ତିକ ପ୍ରଥା ଉଛେଦ କରିବା, କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ କରିବା, ପୁରୁଣା ପେନସନ ଲାଗୁ କରିବା ଆଦି ଦାବୀ ଅନ୍ତର୍ଭୁକ୍ତ l କାର୍ଯ୍ୟକ୍ରମ ରେ ରାଜ୍ୟ ମିଳିତ ପ୍ରାଥମିକ ଶିକ୍ଷକ ମହାସଙ୍ଘ ର ମୁଖ୍ୟ ସାଧାରଣ ସମ୍ପାଦକ ବଂକିମ ଚନ୍ଦ୍ର ସାଗର ଯୋଗଦେଇ ରାଜ୍ୟ ସରକାରଙ୍କ ଶିକ୍ଷକ ମାରଣ ନୀତି କୁ ତୀବ୍ର ସମାଲୋଚନା କରିଥିଲେ l ଉପରୋକ୍ତ ଦାବି ଗୁଡିକ ପୂରଣ ନ ହେଲେ ତେବେ ଆସନ୍ତା ୨୭ ନଭେମ୍ବରରେ ଭୁବନେଶ୍ୱର ରାଜରାସ୍ତାରେ ଆନ୍ଦୋଳନକୁ ତୀବ୍ରରୁ ତୀବ୍ରତର କରାଯିବ ବୋଲି ସରକାର ଙ୍କୁ ଚେତାବନୀ ଦେଇଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା କାର୍ଯ୍ୟକାରୀ ସଭାପତି ବିଶ୍ୱଜିତ ବେହେରା, କନିଷ୍ଠ ପ୍ରାଥମିକ ଶିକ୍ଷକ ସଂଘ ବ୍ଲକ ସଭାପତି ବିକ୍ରମ ପ୍ରଧାନ, ସମ୍ପାଦିକା ପାର୍ବତୀ କର, ନୟନ କୁମାର ସାହୁ ପ୍ରମୁଖ ଯୋଗଦେଇ ରାଜ୍ୟ ସରକାର ଙ୍କ ଉପରେ ବର୍ଷି ଥିଲେ l ପ୍ରତିବାଦ ସଭାକୁ ବ୍ଲକ କୋଷାଧ୍ୟକ୍ଷ୍ୟ ପ୍ରେମଲାଲ ଜଗତ ପରିଚାଳନା କରିଥିବା ବେଳେ ବରିଷ୍ଠ ଶିକ୍ଷକ ବଟକୃଷ୍ଣ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ l କାର୍ଯ୍ୟ କ୍ରମ ରେ ଧର୍ମଗଡ଼ ବ୍ଲକର ସମସ୍ତ ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀ ବହୁ ସଂଖ୍ୟା ରେ ଅଂଶ ଗ୍ରହଣ କରିଥିଲେ ।
ଧର୍ମଗଡ଼ ରୁ ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ୍