ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କଳାହାଣ୍ଡିରେ ଦୁର୍ବଳ ହେଉଛି ବିଜେପି ସଙ୍ଗଠନ

ସାଂସଦଙ୍କ କାର୍ଯ୍ୟକଳାପ ସମସ୍ତଙ୍କୁ ବ୍ୟଥିତ କରିଛି 

ଜୟପାଟଣା:୧୯/୧୧(ମ ନି ସ) ରାଜ୍ୟ ରାଜନୀତିରେ ଦୀର୍ଘ ଦୁଇ ଦଶନ୍ଧିରୁ ଉର୍ଦ୍ଧ୍ବ ସମୟରୁ ଅଦ୍ଵିତୀୟ ପ୍ରଥମ ଏକକ ଦଳଭାବେ ବିଜେଡିର ଶାସନ ଚାଲି ଆସିଛି । ଏହାକୁ ପ୍ରତିହତ କରିବା ପାଇଁ ବିକଳ୍ପ ଦଳର ଶକ୍ତି କାତ ପାଉନାହିଁ । ରାଜ୍ୟରେ କାଳାହାଣ୍ଡି ଜିଲ୍ଲାର ରାଜନୈତିକ ସମିକରଣ କିନ୍ତୁ ଅଲଗା ହୋଇଥାଏ । ଏହି ଜିଲ୍ଲାକୁ ସର୍ବଦା ବିଜେପିର ଗଡ଼ କୁହାଯାଏ ।ଜିଲ୍ଲାର ସଂଖ୍ୟାଧିକ ଜନସାଧାରଣ ଭୋଟ ରାଜନୀତିରେ ପ୍ରଲୋଭନର ଶିକାର ନହୋଇ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ସର୍ବଦା ସମ୍ମାନ ଦେଇ ଆସନ୍ତି । ଯାହାର ପ୍ରମାଣ ଲୋକସଭା ଏବଂ ବିଧାନସଭା ଆସନରେ ଦୁଇ ଭିନ୍ନ ଦଳ ଚୟନ କରିଛନ୍ତି । ୨୦୧୭ ଜିଲ୍ଲା ପରିଷଦ ନିର୍ବାଚନରେ ୩୬ ଆସନରୁ ବଜେପି ୩୩ ଆସନରେ ବିଜୟୀ ହୋଇ ଏକକ ସଂଖ୍ୟା ଗରିଷ୍ଠ ପାର୍ଟି ଭାବେ ଉଭା ହୋଇଥିଲା ।ପୂର୍ବରୁ ଗଟବନ୍ଧନରେ ଥାଇ ବିଜେପିରୁ ହିଁ ହିମାଂଶୁ ମେହେର ଏବଂ ପ୍ରଦୀପ୍ତ ନାଏକ ବିଜୟୀ ହୋଇ ରାଜ୍ୟ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିଲେ । ବିକ୍ରମ କେଶରୀ ସିଂଦେଓ ମଧ୍ୟ ସାଂସଦ ଥିଲେ । କିନ୍ତୁ ବିଜେପିର ନେତା ଏବଂ ଜିଲ୍ଲା ସଙ୍ଗଠନର ସମନ୍ୱୟର ଅଭାବ ଯୋଗୁଁ ତୃଣମୂଳ ସ୍ତରରେ କର୍ମୀଙ୍କୁ ହତାଦର କରାଯାଇଥିଲା ଯାହାର ଫଳ ସଦ୍ୟ ସମାପିତ ଜିଲ୍ଲା ପରିଷଦ ନିର୍ବାଚନରେ ତାହାର ପ୍ରଭାବ ପଡିଥିବା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି ।ତୃଣମୂଳ ସ୍ତରରେ ଦଳୀୟ କର୍ମକର୍ତ୍ତାଙ୍କ ଅଭିଯୋଗ ଅନୁଯାୟୀ ଜିଲ୍ଲା ସଙ୍ଗଠନର ନିଷ୍କ୍ରିୟତା ଏବଂ ବିଶେଷକରି ଲୋକସଭା ସାଂସଦଙ୍କର କାର୍ଯ୍ୟକଳାପ ସମସ୍ତଙ୍କୁ ବ୍ୟଥିତ କରିଛି । ସାଂସଦ ମହୋଦୟ ସାଙ୍ଗଠନିକ କାର୍ଯ୍ୟକ୍ରମରେ ଦେଶ ମାତୃକାର ସେବା ପାଇଁ ଦଳୀୟ କର୍ମୀଙ୍କୁ ଚିକିଣିଆ ଭାଷଣ ଦେଇ ନିଜର ପେଟପୋଷା ନୀତି କରି ବିଷୟରୁ ନିବୃତ ରହୁଥିବା କର୍ମକର୍ତ୍ତା ଅଭିଯୋଗ କରୁଛନ୍ତି । ତାଙ୍କ ବିରୁଦ୍ଧରେ କାଳାହାଣ୍ଡିରେ ଜିଲ୍ଲାବ୍ୟାପି କାର୍ଯ୍ୟକର୍ତ୍ତାମାନେ ଏକ ସଙ୍ଗୀନ ଅଭିଯୋଗ ଆଣୁଛନ୍ତି । ଯାହା ସତ୍ୟହେଲେ ସାଂଘାତିକ । ସେ କାଳେ, ତାଙ୍କର ଜାତିଭାଇ ମାନଙ୍କୁ ଧରି ଜିଲ୍ଲା ବ୍ୟାପି କାର୍ଯ୍ୟ ତୁଲାଉଛନ୍ତି । ଯେତେ ଉନ୍ନୟନ କାର୍ଯ୍ୟର ତଥା ସାଙ୍ଗଠନିକ ଉଭୟ କାମ ତଦାରଖ ନିଜ ଲୋକ ଅଧୀନରେ କରୁଛନ୍ତି । ଅନ୍ୟାନ୍ୟ ବର୍ଗର କର୍ମୀଙ୍କୁ ତହିଁରୁ ନିବୃତ୍ତ ରଖୁଛନ୍ତି । ଯାହା ଅନ୍ୟ ବର୍ଗର କାର୍ଯକର୍ତ୍ତା ମନରେ ଜାତିଆଣ ମନୋଭାବର ଆଭାସ ପରିଲକ୍ଷିତ ହେଉଛି । ବିଜେପି ପାର୍ଟିର ନୀତି ଆଦର୍ଶ ସର୍ବଧର୍ମ ନିରପେକ୍ଷତା ରଖି ଦେଶ ମାତୃକାର ସେବାରେ ନିଜକୁ ଉତ୍ସର୍ଗୀକୃତ କରିବା ପ୍ରଥମ ଲକ୍ଷ ହୋଇଥାଏ । କିନ୍ତୁ ପୃଥିବୀର ପ୍ରଭାବଶାଳୀ ନେତା ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଅତି ସନ୍ନିକଟରେ ରହି ତାଙ୍କର ଆଦର୍ଶରେ ସାଂସଦ ମହୋଦୟ କିପରି ଅନୁପ୍ରାଣିତ ହୋଇ ପାରୁନାହାନ୍ତି କାର୍ଯ୍ୟକର୍ତ୍ତା ମାନଙ୍କର ମନକୁ ଆନ୍ଦୋଳିତ କରୁଥିବା ଦେଖିବାକୁ ମିଳୁଛ । ଏପରି ସ୍ଥଳେ ନିଜ ଦଳର ସାଂସଦ ଯିଏକି ସଂଗଠନର ଅକ୍ଲାନ୍ତ ପରିଶ୍ରମ ଯୋଗୁଁ ବିଜୟୀ ହୋଇଛନ୍ତି କାହିଁକି ଜିଲ୍ଲା ଓ ରାଜ୍ୟ ନେତୃବୃନ୍ଦ ତାଙ୍କର ଏତାଦୃଶ ମନୋଭାବରେ ମୌନ ରହୁଛନ୍ତି କାର୍ଯ୍ୟକର୍ତ୍ତାଙ୍କର ମନରେ କଷ୍ଟ ପହଞ୍ଚିଥିବା ଝଲଝଲ ହୋଇ ଦେଖା ଯାଉଥିବା ନଜରକୁ ଆସିଛି । ଦଳୀୟ ନେତାଙ୍କୁ ଅନୁଶାସନର ଉର୍ଦ୍ଧ୍ବରେ ଖୋଲା ଛାଡିବା ଯାହାର ଫଳ ବିଗତ ଦିନରେ ମିଳିସାରିଛି । ଆଗାମୀ ଦିନରେ ଏହି ନୀରବତା ଦଳ ପାଇଁ ସଂକଟ ଶ୍ରୁଷ୍ଟି କରିପାରେ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଆଲୋଚନା ହେଉଛି ।

ଜଗମୋହନ ପଟ୍ଟନାୟକ(ବରିଷ୍ଠ ସାମ୍ବାଦିକ)

Related posts

ଚିଲିଗୁଡା ମଣ୍ଡି ଉଦଘାଟିତ

Sunil Chandra Nayak

କପଡା ଦୋକାନରୁ ଚୋରି 7ଅଭିଯୁକ୍ତ ଙ୍କୁ ଧରିଲା ପୋଲିସ 

Sunil Chandra Nayak

ଉମାକାନ୍ତ ଦାସ ଙ୍କ କବିତା ଆଶିଷ ଭିକ୍ଷା

Leave a Comment

error: Content is protected !!