ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଭିନ୍ନ ବ୍ଲକ ଗସ୍ତ କଲେ ନବନିର୍ବାଚିତ ଉତ୍କଳ ସାମ୍ବାଦିକ ସଙ୍ଘ ସମ୍ପାଦକ

ବାଲେଶ୍ଵର,୨୦/୧୧/୨୨- ଗଣତାନ୍ତ୍ରିକ ପ୍ରକ୍ରିୟାରେ ଉତ୍କଳ ସାମ୍ବାଦିକ ସଙ୍ଘ ବାଲେଶ୍ଵର ଶାଖାର ନିର୍ବାଚନ କିଛି ମାସ ତଳେ ଅନୁଷ୍ଠିତ ହୋଇଥିଲା । ସମସ୍ତ କଳ୍ପନା ଜଳ୍ପନାର ଅନ୍ତଘଟାଇ ସମ୍ପାଦକ ପଦ ମଣ୍ଡନ କରିଥିଲେ ପ୍ରତାପ ପାତ୍ର । ନିର୍ବାଚନରେ ଜିତିଲା ପରେ ଜିଲ୍ଲାର ସମସ୍ତ ବ୍ଲକକୁ ଯାଇ ସଙ୍ଘର ସଦସ୍ୟ ମାନଙ୍କୁ ଭେଟିବା ଥିଲା ସମ୍ପାଦକ ପ୍ରତାପ ପାତ୍ରଙ୍କର ଲକ୍ଷ୍ୟ । ହେଲେ କାର୍ଯ୍ୟ ବ୍ଯସ୍ତତା ଓ ସମୟ ଅଭାବରୁ ବ୍ଲକ ଗସ୍ତ କରିପାରୁ ନ ଥିଲେ । ଗତକାଲି ହଠାତ୍ ସମ୍ପାଦକଙ୍କ ସିମୁଳିଆ, ଖଇରା ଓ ଔପଦା ଗସ୍ତରେ ଆସି ପ୍ରଥମେ ସିମୁଳିଆ ବ୍ଲକରେ ପହଞ୍ଚି ସଦସ୍ୟ ମାନଙ୍କ ସହିତ ସାକ୍ଷାତ ଓ ଆଲୋଚନା କରିଥିଲେ ।   ପରେ ପରେ ଖଇରା ବ୍ଲକକୁ ଆସି ଉତ୍କଳ ସାମ୍ବାଦିକ ସଙ୍ଘର ସଦସ୍ୟ ନରେନ୍ଦ୍ର ପ୍ରସାଦ ବେହେରା, ଉମେଶ ଜେନା ଓ ଦୁର୍ଗା ମାଧବ ଓଝାଙ୍କୁ ଭେଟିଥିଲେ । ଏହି ଅବସରରେ ସମସ୍ତ ସଦସ୍ୟ ମାନଙ୍କ ସହିତ ସଙ୍ଘ ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ଆଳାପ ଆଲୋଚନାରେ କିଛି ସମୟ ଅତିବାହିତ କରିଥିଲେ ସମ୍ପାଦକ ଶ୍ରୀ ପାତ୍ର । ଏବଂ ଆଗାମୀ ଦିନରେ ଅନୁଷ୍ଠିତ ହେବାକୁ ଥିବା କାର୍ଯ୍ୟକ୍ରମ ବିଷୟରେ ସମ୍ଯକ ସୂଚନା ପ୍ରଦାନ କରିଥିଲେ । ପ୍ରୋଗ୍ରାମ ପାଇଁ ତାରିଖ ନିର୍ଦ୍ଧାରଣ ହେଲେ ମେସେଜ ମାଧ୍ୟମରେ ସୂଚନା ପଠାଇଦେବେ ବୋଲି ପ୍ରକାଶ କରିଥିଲେ । ସମ୍ପାଦକଙ୍କ ସହିତ ପୂର୍ବତନ ଉତ୍କଳ ସାମ୍ବାଦିକ ସଙ୍ଘର ସଭାପତି ବ୍ରହ୍ମାନନ୍ଦ ସ୍ବାଇଁ, ସୀତାରାମ ପାତ୍ର ଓ ମନୋଜ ପଣ୍ଡା ପ୍ରମୁଖ ଆସିଥିଲେ । ସମ୍ପାଦକଙ୍କ ଆଗମନରେ ଉପସ୍ଥିତ ଖଇରା ସଦସ୍ୟଙ୍କ ମନରେ ଆନନ୍ଦଉଲ୍ଲାସ ଖେଳିଯାଇଛି ।     ଶେଷରେ ଔପଦା ବ୍ଲକ ଗସ୍ତକରି ସଦସ୍ୟ ମାନଙ୍କୁ ଭେଟି ସଙ୍ଘୀୟ ଆଲୋଚନା କରି ବାଲେଶ୍ଵରକୁ ପ୍ରତ୍ଯାବର୍ତ୍ତନ କରିଥିଲେ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ବେକରେ ଓଢଣି ବାନ୍ଧି ଯୁବକ ଙ୍କ ଆତ୍ମହତ୍ୟା

Sunil Chandra Nayak

କର୍ଲାମୁଣ୍ଡା ବ୍ଲକ ଆଦିବାସୀ ସଂଘ ଗଠିତ

Sunil Chandra Nayak

ମୁଣ୍ଡରା ଗୁଡା ସ୍କୁଲରେ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!