ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆଦର୍ଶ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ନେଇ ଛାତ୍ର ଛାତ୍ରୀ ଙ୍କ ଧର୍ମଘଟ

ଜୁନାଗଡ଼୧୩/୭(ମ ନି ସ) ଜୁନାଗଡ଼ ସ୍ଥିତ ଆଦର୍ଶ ବିଦ୍ୟାଳୟ ଠାରେ ସ୍ଥାୟୀ ଅଧ୍ୟକ୍ଷ ଓ ଶିକ୍ଷକ ନିଯୁକ୍ତି ଦାବୀ ନେଇ ବିଦ୍ୟାଳୟ ସମ୍ମୁଖରେ ଶ୍ରେଣୀ ବର୍ଜନ କରି ଛାତ୍ରଛାତ୍ରୀ ମାନେ ଧର୍ମଘଟ କରିଥିଲେ l ଏହି ବିଦ୍ୟାଳୟ୨୦୧୬ ମସିହାରୁ ଆରମ୍ଭ ହୋଇ ବର୍ତ୍ତମାନ ଷଷ୍ଠ ରୁ ଦଶମ ଶ୍ରେଣୀ ଯାଏ ପାଠ ପଢା ହେଉଛି l ହେଲେ ଏଠାରେ ଆବଶ୍ୟକ ଶିକ୍ଷକ ପଦବୀ ପୂରଣ ହୋଇ ପାରିନି l ଏପରିକି ଏଠାରେ ସ୍ଥାୟୀ ଅଧ୍ୟକ୍ଷ ପଦ ମଧ୍ୟ ଖାଲି ଅଛି l ଏନେଇ ଅଭିଭାବକ ଓ ବିଦ୍ୟାଳୟ କର୍ତ୍ତୃପକ୍ଷ ବାରମ୍ବାର ଅଭିଯୋଗ କଲେ ମଧ୍ୟ ଏହା ପୂରଣ ହୋଇ ପାରୁ ନାହିଁ l ଏପରିକି ଏଠାରୁ ହିନ୍ଦୀ ଓ ସଂସ୍କୃତ ଶିକ୍ଷକ ଅନ୍ୟତ୍ର ବଦଳି ହୋଇ ଯାଇଥିଲେ ମଧ୍ୟ ଏଠାରେ ଏହି ଶିକ୍ଷକ ନିଯୁକ୍ତି କରାଯାଇ ନାହିଁ l ଯାହା ଫଳରେ ଛାତ୍ରଛାତ୍ରୀ ମାନଙ୍କୁ ପଢ଼ିବା ରେ ଅନେକ ସମସ୍ୟା ଦେଖା ଦେଇଛି l ଏଣୁ ସ୍ଥାୟୀ ଅଧ୍ୟକ୍ଷ, ପି ଜି ଟି, ଫିଜିକ୍ସ, ହିନ୍ଦୀ, ସଂସ୍କୃତ, ଆର୍ଟ, ମ୍ୟୁଜିକ ଶିକ୍ଷକ ଏବଂ କ୍ଲାର୍କ ନିଯୁକ୍ତି ଦାବୀ ନେଇ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ଶ୍ରେଣୀ ବର୍ଜନ କରି ସ୍କୁଲ ଗେଟ ସମ୍ମୁଖରେ ଧର୍ମଘଟ କରିଥିଲେ l ପ୍ରଶାସନ ତରଫରୁ ସ୍ଥାନୀୟ ବିଡ଼ିଓ ଦୁଲାରlମ ମାରାଣ୍ଡି ଘଟଣାସ୍ଥଳରେ ଉପସ୍ଥିତ ହୋଇ ଛାତ୍ରଛାତ୍ରୀ ଙ୍କ ସହ ଆଲୋଚନା କରିଥିଲେ l ଏଠାରେ ସ୍ଥାୟୀ ନିଯୁକ୍ତି ନ ହେବା ପର୍ଯ୍ୟନ୍ତ ଅସ୍ଥାୟୀ ଭାବେ ଶିକ୍ଷକ ବ୍ୟବସ୍ଥା କରାଯାଇ ପାଠ ପଢା ହେବ ବୋଲି ପ୍ରତିଶ୍ରୁତି ଦେବା ପରେ ଛାତ୍ରଛାତ୍ରୀ ଧର୍ମଘଟ ରୁ ଓହରି ଥିଲେ l

ଜୁନାଗଡ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ 

Related posts

କୋଶଳେଶ୍ୱର ମାଳୀ ସମାଜ ବିକାଶ ପରିଷଦ କଳାହାଣ୍ଡି ତରଫରୁ ପ୍ରଥମ ବାର୍ଷିକ ଉତ୍ସବ ପାଳନ

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

ସାହିତ୍ୟ ଅଗଣା

Sunil Chandra Nayak

Leave a Comment

error: Content is protected !!