ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଷ୍ଟ୍ରପତି ପ୍ରାର୍ଥୀନୀ ଦ୍ରୌପଦୀ ମୁର୍ମୁ ଙ୍କ ବିଜୟ ପାଇଁ ବଡପଳଶା ଜାହେରା ଗାଳରେ ପୂଜାର୍ଚ୍ଚନା

ମୟୂରଭଞ୍ଜ – ୧୩/୭/୨୨(ମସିହା) ଆସନ୍ତା ଜୁଲାଇ ୧୮ ତାରିଖ ଦିନ ରାଷ୍ଟ୍ରପତି ନିର୍ବାଚନ ହେଵ । ଆମ ଅଂଚଳର ବିଶିଷ୍ଟା ସଵୁରିପ୍ରିୟ ନାରୀନେତ୍ରୀ ଦ୍ରୌପଦୀ ମୁର୍ମୁ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥିନୀ ପାଇଁ ମନୋନୀତ ହୋଇ ନିର୍ବାଚନ ଲଢ଼ୁଛନ୍ତି । ତାଙ୍କରି ସୁନିଶ୍ଚିତ ବିଜୟ‌ ନେଇ ତାଙ୍କ ମୟୂରଭଞ୍ଜ ଜିଲ୍ଲାର ବହଳଦା ବ୍ଲକର ବଡପଳଶା ଗ୍ରାମର ଆଦିବାସୀ ସାନ୍ତାଳ ସମାଜ ପକ୍ଷରୁ ସ୍ଥାନୀୟ ପୂଜାସ୍ଥଳୀ ଜାହେରା ଗାଳଠାରେ ଆଦିବାସୀ ସାନ୍ତାଳ ସମାଜ ଲୋକ ପାରଂପାରିକ ବେଶଭୂଷା ନେଇ ସେଠାରେ ଜାହାରାୟେ,ମାରାଂବୁରୁ ଏବଂ ଲିଟେ ଗୋସାଇଁଙ୍କ ପୂଜାର୍ଚ୍ଚନା ରୀତିନୀତି ଅନୁସାରେ ନାଏକା ବାବାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଥିଲା । ସେମାନଙ୍କର ବିଶ୍ବାସ ଏହି ୩ ଠାକୁରଙ୍କୁ ପୂଜାର୍ଚ୍ଚନା କଲେ ନିଶ୍ଚିତ ଭାବେ ଶୁଭଫଳ ମିଳିଥାଏ ଓ ମାନସିକ ପୂରଣ ହୋଇଥାଏ।ଏହି କାର୍ଯ୍ୟକ୍ରମରେ ମୟୂରଭଞ୍ଜ ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁ, ବରିଷ୍ଠ ବିଜେପି ନେତା ଈଶାନ ମିଶ୍ର,ବହଳଦା ବ୍ଲକ ଉପାଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ବସା,ବଡପଳଶା ସରପଞ୍ଚ ଗୀତାରାଣୀ ହେମ୍ବ୍ରମ,ଓବିସି ମୋର୍ଚା ସଭାପତି ଘାସୀରାମ ସାହୁ,ମାଧବ ମହାପାତ୍ର,ସତ୍ୟବାନ ବସା, କୀର୍ତ୍ତି ମହାନ୍ତ, ମାଝୀବାବା ହାଦି ସୋରେନ, ନାଏକ ବାବା ହମରା ହାଁସଦା, ,ଭଦ୍ରା ସାହୁ,କୁଶାଲ ମୁର୍ମୁ,ରାମ ମୁର୍ମୁ,ଜଗନ ଟୁଡୁ,ହେମନ୍ତ ହାଁସଦା,ରାଜୁ ମାରାଣ୍ଡି, ମନୋରଞ୍ଜନ ବେହେରା,କୁନା ବାରିକ,ଦିବା ହାଁସଦା ,ମାନସିଂହ ହାଁସଦା ଏବଂ ବହୁ ଆଦିବାସୀ ,ଅଣଆଦିବାସୀ ସମେତ ବଡପଳଶା ଗ୍ରାମରେ ସାନ୍ତାଳ ସମାଜ ଲୋକେ ଏବଂ ଆଖପାଖ ଅଂଚଳର ସାନ୍ତାଳ ସଂପ୍ରଦାୟର ଲୋକେ ଉପସ୍ଥିତ ରହି ପୂଜାର୍ଚ୍ଚନା କରିଥିଲେ । ସମସ୍ତଙ୍କ ମୁହଁରେ ଗୋଟିଏ କଥା ଆମ ମାଟିର କନ୍ୟା ଦ୍ରୌପଦୀ ମୁର୍ମୁ ବିଜୟୀ ହୁଅନ୍ତୁ ଏବଂ ଆମ ଅଂଚଳର ବିକାଶ ହେଉ ।

ମୟୂରଭଞ୍ଜ ରୁ ଅକ୍ଷୟ କୁମାର ବିଶ୍ଵାଳଙ୍କ ରିପୋର୍ଟ ।

Related posts

ଜନଜାତି ଛାତ୍ରଛାତ୍ରୀଙ୍କ ସହ ଦୀପାବଳି ପାଳିଲେ ଜିଲ୍ଲା ପରିଷଦ ସଭ୍ୟ

Sunil Chandra Nayak

ଅପର୍ତ୍ତି ସେଠୀ ଙ୍କ କବିତା କାକ ସଭା

Sunil Chandra Nayak

ଜ୍ୟୋତ୍ସ୍ନା ରାଣୀ ଦେବୀ ଙ୍କ କବିତା ଲୁନା ଚାହିଁଥିଲା ବାଟକୁ

Leave a Comment

error: Content is protected !!