ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାହୁଲ ଗାନ୍ଧୀଙ୍କୁ ଇଡି ର ଜେରା ପ୍ରତିବାଦରେ କୋକସରା କଂଗ୍ରେସ କମିଟିର ବିକ୍ଷୋଭ

କୋକସରା,୨୦/୬- ( ମ ନି ସ  )  ନ୍ୟାସନାଲ ହେରାଲ୍ଡ ଘୋଟାଲା ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ପଚରାଉଚରା କରୁଛନ୍ତି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଯାହାକୁ ନେଇ ରାଜ୍ୟରେ ଚାରିଆଡେ ଗର୍ଜୁଛି କଂଗ୍ରେସ । ସୋମବାର କୋକସରା କଂଗ୍ରେସ କମିଟି ପକ୍ଷରୁ ମୁଖ୍ୟ ପୋଷ୍ଟ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ କଂଗ୍ରେସ କର୍ମି। ବ୍ଲକ କଂଗ୍ରେସ ସଭାପତି ଘନଶ୍ୟାମ ଜାଳ ଙ୍କ ନେତୃତ୍ୱରେ ଓବିସି ସେଲ ଜିଲ୍ଲା ସଭାପତି ଲିଙ୍ଗରାଜ ବେହେରା, ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ବେନୁପାଣି ଦୁର୍ଗା, ଛାତ୍ର କଂଗ୍ରେସ ବ୍ଲକ ସଭାପତି ସୁଜିତ ସରାଫ, ବରିଷ୍ଠ ନେତା ନିମାଇଁ ଧଙ୍ଗଡା ମାଝୀ, ମହେନ୍ଦ୍ର ଧରୁଆ, ଅଭିମନ୍ୟୁ ପଟ୍ଟନାୟକ, କୀର୍ତ୍ତନ ଶବର, ପ୍ରତାପ କୁମାର ନାଏକ, ମଣିଭଦ୍ର ପଣ୍ଡା, କମଳ ଲୋଚନ ନାଏକ, ସୁମେଶ୍ୱର ନାଏକ, ରବୀନ୍ଦ୍ର ବିହାରୀ, ପିତାମ୍ବର ନିଆଲ, ନାରିନେତ୍ରୀ ଫୁଲତୋଳା ଖମାରି ଏକ ଶୋଭାଯାତ୍ରାରେ ବାହାରି ଡାକଘର ସମ୍ମୁଖରେ ପ୍ରତିବାଦ ଜଣାଇଥିଲେ । ଏହା ବ୍ୟତୀତ ଅନେକ କଂଗ୍ରେସ କର୍ମୀ ସାମିଲ ହୋଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ରାଜନୀତି ଉଦେଶ୍ୟ ରେ କ୍ଷମତାର ଅପବ୍ୟବହାର କରି ବିଜେପି ସରକାର କଂଗ୍ରେସ ନେତାଙ୍କୁ ହଇରାଣ କରୁଥିବା ଅଭିଯୋଗ ଆଣିଛନ୍ତି କଂଗ୍ରେସ ନେତୃବୃନ୍ଦ।

Related posts

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ବିଷୁବ ସଂକ୍ରାନ୍ତି@ନବବର୍ଷ

Sunil Chandra Nayak

କେସିଙ୍ଗା ପୋଲିସ ର ବଡ ସଫଳତା, ଏକ ବଡ଼ ଧରଣ ର ବାଇକ ଚୋର ଗ୍ୟାଙ୍ଗ କୁ ଠାବ କଲା କେସିଙ୍ଗା ପୋଲିସ , ୧୯ଟି ବାଇକ ଜବତ ଓ ୫ ଜଣ ବାଇକ ଚୋର ଗିରଫ

Sunil Chandra Nayak

ବିଜେଡି ରେ ଯୋଗଦାନ

Sunil Chandra Nayak

Leave a Comment

error: Content is protected !!