ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାହୁଲ ଗାନ୍ଧୀଙ୍କୁ ଇଡି ର ଜେରା ପ୍ରତିବାଦରେ କୋକସରା କଂଗ୍ରେସ କମିଟିର ବିକ୍ଷୋଭ

କୋକସରା,୨୦/୬- ( ମ ନି ସ  )  ନ୍ୟାସନାଲ ହେରାଲ୍ଡ ଘୋଟାଲା ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ପଚରାଉଚରା କରୁଛନ୍ତି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଯାହାକୁ ନେଇ ରାଜ୍ୟରେ ଚାରିଆଡେ ଗର୍ଜୁଛି କଂଗ୍ରେସ । ସୋମବାର କୋକସରା କଂଗ୍ରେସ କମିଟି ପକ୍ଷରୁ ମୁଖ୍ୟ ପୋଷ୍ଟ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ କଂଗ୍ରେସ କର୍ମି। ବ୍ଲକ କଂଗ୍ରେସ ସଭାପତି ଘନଶ୍ୟାମ ଜାଳ ଙ୍କ ନେତୃତ୍ୱରେ ଓବିସି ସେଲ ଜିଲ୍ଲା ସଭାପତି ଲିଙ୍ଗରାଜ ବେହେରା, ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ବେନୁପାଣି ଦୁର୍ଗା, ଛାତ୍ର କଂଗ୍ରେସ ବ୍ଲକ ସଭାପତି ସୁଜିତ ସରାଫ, ବରିଷ୍ଠ ନେତା ନିମାଇଁ ଧଙ୍ଗଡା ମାଝୀ, ମହେନ୍ଦ୍ର ଧରୁଆ, ଅଭିମନ୍ୟୁ ପଟ୍ଟନାୟକ, କୀର୍ତ୍ତନ ଶବର, ପ୍ରତାପ କୁମାର ନାଏକ, ମଣିଭଦ୍ର ପଣ୍ଡା, କମଳ ଲୋଚନ ନାଏକ, ସୁମେଶ୍ୱର ନାଏକ, ରବୀନ୍ଦ୍ର ବିହାରୀ, ପିତାମ୍ବର ନିଆଲ, ନାରିନେତ୍ରୀ ଫୁଲତୋଳା ଖମାରି ଏକ ଶୋଭାଯାତ୍ରାରେ ବାହାରି ଡାକଘର ସମ୍ମୁଖରେ ପ୍ରତିବାଦ ଜଣାଇଥିଲେ । ଏହା ବ୍ୟତୀତ ଅନେକ କଂଗ୍ରେସ କର୍ମୀ ସାମିଲ ହୋଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ରାଜନୀତି ଉଦେଶ୍ୟ ରେ କ୍ଷମତାର ଅପବ୍ୟବହାର କରି ବିଜେପି ସରକାର କଂଗ୍ରେସ ନେତାଙ୍କୁ ହଇରାଣ କରୁଥିବା ଅଭିଯୋଗ ଆଣିଛନ୍ତି କଂଗ୍ରେସ ନେତୃବୃନ୍ଦ।

Related posts

କଳାହାଣ୍ଡିର ପୂର୍ବତନ ସାଂସଦ ସ୍ବର୍ଗତ ସୁବାସ ଚନ୍ଦ୍ର ନାୟକ ଙ୍କ ଦ୍ୱାଦଶାହ ଉପଲକ୍ଷେ ଶ୍ରଦ୍ଧାଞ୍ଜଳି ସଭା

Sunil Chandra Nayak

ସଂରକ୍ଷିତ ଜଙ୍ଗଲ ଘୋଷଣାକୁ ବିରୋଧ କରି ଏସୟୂସୀଆଇ ପକ୍ଷରୁ ବିଶୋଇ ତହସିଲ ସମ୍ମୁଖରେ ପ୍ରତିବାଦ ସଭା

Sunil Chandra Nayak

ବିଜୟ କୁମାର ଜେନା ଙ୍କ ସକାଳର ଜଣାଣ

Sunil Chandra Nayak

Leave a Comment

error: Content is protected !!