ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

ନୂଆପଡା: ସରକାର ଚିକିତ୍ସା ସହାୟତା ଯୋଗାଇ ଦେବା ପାଇଁ ଅନେକ ପ୍ରକାର ଯୋଜନା ପ୍ରସ୍ତୁତ କରିଛନ୍ତି । ହେଲେ ଏହାର ସୁଫଳ ପ୍ରକୃତ ହିତାଧିକାରୀ ମାନଙ୍କ ପାଖରେ ପହଞ୍ଚି ପାରୁନାହିଁ ଫଳରେ ସେମାନେ ସ୍ୱାସ୍ଥ୍ୟ ଗତ ସମସ୍ୟା ନେଇ ଚିନ୍ତାରେ । ଏହାର ଗୋଟିଏ ଉଦାହରଣ ଦେଖିବାକୁ ମିଳିଛି ଖଡ଼ିଆଳ ବ୍ଲକ ଅନ୍ତର୍ଗତ ଭୁଲିଆସିକୁଆ ଗ୍ରାମରେ ଏଠାରେ ଜଣେ ଦିନ ମଜୁରିଆ ବ୍ୟକ୍ତିଙ୍କ ଦୁଇ ନାବାଳକ ପୁଅ ଝିଅ ଜନ୍ମରୁ ବିକଳାଙ୍ଗ ହୋଇ ଶଯ୍ୟାସାୟୀ ଅଛନ୍ତି । ଭୁଲିଆସିକୁଆ ଗ୍ରାମର ଭାଗିରଥୀ ପଟେଲ ଓ ସ୍ତ୍ରୀ କିଆ ପଟେଲ ଜଣେ ଜମି ହୀନ ଦିନ ମଜୁରିଆ ଭାବରେ କାର୍ଯ୍ୟ କରି ପରିବାର ପ୍ରତି ପୋଷଣ କରୁଥିବା ବେଳେ ଦୁର୍ଭାଗ୍ୟ ବଶତଃ ସେମାନଙ୍କ ଦୁଇଟି ନାବାଳକ ପୁଅ ଝିଅ ଜନ୍ମରୁ ଶହେ ପ୍ରତିଶତ ବିକାଳଙ୍ଗ ପୁଅ ଲକ୍ଷ ପଟେଲ (୯) ବର୍ଷ ହୋଇ ଥିବାବେଳେ ଝିଅ ଥୟମଣି ପଟେଲଙ୍କୁ (୬) ବର୍ଷ ହୋଇଛି । ଏହି ଦୁଇ ନାବାଳକ ଜନ୍ମରୁ ଚିକିତ୍ସା ଅଭାବରୁ ଶଯ୍ୟାସାୟୀ ହୋଇ ଖଟରେ ପଡି ରହିଛନ୍ତି ଓ କେବଳ ସେମାନଙ୍କ ଗୋଡ ହାତ ଦୁଇଟି ହଲାଉଛନ୍ତି ତାଛଡା ଶରୀର ମଧ୍ୟ ସେମାନଙ୍କ ଚଳ ପ୍ରଚଳ ହେଉନାହିଁ । ଏହି ଦୁଇ ବିକାଳଙ୍ଗ ନାବାଳକ ଶିଶୁ ମାନଙ୍କୁ ଛାଡି ବାପା ମା କୌଣସି କାର୍ଯ୍ୟ କରିପାରୁ ନାହାଁନ୍ତି । ଫଳରେ ସେମାନଙ୍କ ପରିବାର ଚଲାଇବାକୁ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସାହା କେବଳ କୋଡିଏ କିଲୋଗ୍ରାମ ଚାଉଳ ଏହା ଛଡ଼ା ଅନ୍ୟ ବିକଳ୍ପ ବ୍ୟବସ୍ଥା ନାହିଁ । ସ୍ୱାମୀ ସ୍ତ୍ରୀ ଦୁଇ ବିକାଳଙ୍ଗ ପୁଅ, ଝିଅକୁ ଯତ୍ନ ନେବାରେ ଲାଗିଛନ୍ତି ଫଳରେ କୌଣସି କାର୍ଯ୍ୟ ମଧ୍ୟ କରିପାରୁ ନାହାନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସରକାରୀ ଚିକିତ୍ସା ସହାୟତା ପାଇନଥିବା ବେଳେ କିଛି ଧାର କରଜ କରି ବିଭିନ୍ନ ଚିକିତ୍ସାଲୟରେ ଚିକିତ୍ସା କରିଛନ୍ତି । ହେଲେ ସେମାନଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଠିକ ହେବା ବଦକରେ ଦିନକୁ ଦିନ ଖରାପ ହେବାରେ ଲାଗିଛି । ସେମାନେ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରିଛନ୍ତି ଯେ ପ୍ରଶାସନ ସହାୟତା କଲେ ଆଗାମୀ ଦିନରେ ଆମର ଦୁଇ ବିକାଳଙ୍ଗ ନାବାଳକ ମାନେ ଠିକ ହୋଇ ଭବିଷ୍ୟତରେ ସଂସାର ଦେଖି ଭଲ ନାଗରିକ ହୋଇ ପାରିବେ ବୋଲି ଗୁହାରି କରିଛନ୍ତି । ଏନେଇ ଖଡ଼ିଆଳ ଉପଖଣ୍ଡ ଚିକିତ୍ସାଧିକାରୀ ଦିନବନ୍ଧୁ ମହାନନ୍ଦଙ୍କୁ ଅବଗତ କରାଇବାରୁ ସେହି ଦୁଇ କୋମଳ ଶିଶୁଙ୍କ ଚିକିତ୍ସା ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରକାଶ କରିଛନ୍ତି ।ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଜନ୍ମଦିନକୁ ଓଲଟା ପାଳନ କଲେ ଯୁବ କଂଗ୍ରେସ କମିଟି  

Sunil Chandra Nayak

ସର୍ଗିଗୁଡା ଠାରେ ଷୋହଳ ପ୍ରହର ନାମଯଜ୍ଞ

ରାଜ୍ୟରେ ନିରବଚ୍ଛିନ୍ନ ଭାବେ ବିଦ୍ୟୁତ ଯୋଗାଣ ହେବ:ମୁଖ୍ୟ ଶାସନ ସଚିବ

Sunil Chandra Nayak

Leave a Comment

error: Content is protected !!