ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଵାତୋ ଶିଶୁ ମନ୍ଦିର ରେ ଜନ୍ମାଷ୍ଟମୀ ପାଳିତ

ଆନନ୍ଦପୁର -: ଘଷିପୁରା ବ୍ଲକ ଅନ୍ତର୍ଗତ ଵାତୋ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ରେ ଜନ୍ମାଷ୍ଟମୀ ପାଳିତ ହୋଇଯାଇଛି। ଅନୁଷ୍ଠାନ ର ପ୍ରଧାନ ଆଚାର୍ଯ୍ୟ ଅଲେଖ ଚନ୍ଦ୍ର ବେହେରା ଙ୍କ ସଂଯୋଜନା କ୍ରମେ ଅଭିଭାବକ କାଜଲ ସାହୁ ଓ ପାଞ୍ଚାଳି ସାହୁଙ୍କ ଆର୍ଥିକ ସହାୟତା ରେ ମଧୁକେଶରୀ ସ୍ଥିତ ଶୈବପୀଠ ରେ ପୁରୋହିତ ଗୋପାଳ ଚନ୍ଦ୍ର ମିଶ୍ରଙ୍କ ପୈରହିତ୍ୟରେ ପୂଜାର୍ଚ୍ଚନା କରାଯାଇଥିଲା। ଛାତ୍ରଛାତ୍ରୀ ନୈନା ଚକ୍ର,ସୈମ୍ୟା ଜେନା, ଚିନ୍ମୟୀ ସାହୁ, ଆଶୁତୋଷ ସାହୁ,ଭାଗ୍ୟଲକ୍ଷ୍ମୀ ସାହୁ,ସୈମ୍ୟଜିତ ମଲ୍ଲିକ, ସୁଧାଂଶୁ ଶେଖର ପାତ୍ର ପ୍ରମୁଖ ରାଧା, କୃଷ୍ଣ,ସୁଦାମା,ଦେଵକି, ନନ୍ଦ ଓ ବସୁଦେବ ଆଦି ଭୂମିକାରେ ଅଭିନୟ କରି ଏକ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରିଥିଲେ। ଏହାପରେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ମନ୍ଦିର ପ୍ରାଙ୍ଗଣରେ ଆୟୋଜିତ ‌ସଭା ରେ ପୁରସ୍କୃତ କରାଯାଇଥିଲା। ମୁଖ୍ୟ ବକ୍ତା ଭାବେ କନକ ମଞ୍ଜରୀ ମହିଳା ମହାବିଦ୍ୟାଳୟ ର ଇତିହାସ ଅଧ୍ୟାପକ ଜଳଧର ମିଶ୍ର ଯୋଗଦେଇ ଶ୍ରୀକୃଷ୍ଣ ଙ୍କ ଜୀଵନୀ ଉପରେ ଆଲୋକପାତ କରିଥିଲେ। ଗ୍ରାମ ର ସ୍ଵେଚ୍ଛାସେବୀ ଧନେଶ୍ଵର ସାହୁ, ବିଦ୍ୟାଭୂଷ ସାହୁ ଶିଵସୁନ୍ଦର ରାଉତ, ମାନସ ସାହୁ , ରଞ୍ଜନ ସାହୁ,ଅଭିନାଶ ନାୟକ ପ୍ରମୁଖ ଓ ଅନୁଷ୍ଠାନ ର ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟା ଓ ପରିଚାଳନା କମିଟର ସମସ୍ତ କର୍ମକର୍ତ୍ତା କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।

ଆନନ୍ଦପୁର ରୁ ମଦନ ପାଣି ଙ୍କ ରିପୋର୍ଟ 

Related posts

ଗଣେଶ ଚତୁର୍ଥୀ ଓ ନୁଆଁ ଖାଇରେ ଲୋକପ୍ରିୟ ବିଧାୟକ ଗାଁ ଗାଁ ବୁଲି ଭେଟିଲେ ଛାତ୍ର/ଛାତ୍ରୀ ଓ ଆଦିବାସୀ ପରିବାରକୁ , ସେମାନଙ୍କ ସାଙ୍ଗେ ସାମିଲ୍ ହୋଇ ଆନନ୍ଦ ବିଭୋର ହୋଇ ନାଚିଲେ

Sunil Chandra Nayak

ପୁର୍ତ୍ତ ବିଭାଗ ର ଅବହେଳା ଯୋଗୁଁ ରାସ୍ତା ପାଇଁ ଲୋକେ ହନ୍ତସନ୍ତ

Sunil Chandra Nayak

ଋଚିକା ମହାନ୍ତି ଙ୍କୁ ନ୍ୟାୟ ଓ କ୍ୟାମ୍ପସ କୁ ରେଗିଂ ମୁକ୍ତ କରିବା ପାଇଁ ଏଆଈଏସଏଫ ର ଦାବୀ

Sunil Chandra Nayak

Leave a Comment

error: Content is protected !!