ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ତେନ୍ତୁଳିଖୁଣ୍ଟି ତହସିଲ :ଅମୃତ ମହୋତ୍ସବ ଅବସରରେ ବିଭିନ୍ନ ପ୍ରତିଯୋଗିତା ର କୃତୀ ଛାତ୍ରୀ ଛାତ୍ର ଙ୍କୁ ପୁରସ୍କାର ବିତରଣ ଓ ବିଦ୍ୟାଳୟ ଗୁଡିକୁ ପଟ୍ଟା ବଣ୍ଟନ

 ତେନ୍ତୁଳିଖୁଣ୍ଟି -୧୮/୦୮/୨୨ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ତହସିଲ ତରଫରୁ ସ୍ୱାଧୀନତାର 75 ବର୍ଷ ପୂରଣ ଅବସରରେ ଦେଶ ଅମୃତ ମହୋତ୍ସବ ପାଳନ କରୁ ଥିବା ଅବସରରେ 12 କ୍ଲ ଷ୍ଟର ର ପ୍ରାୟ 180 ଛାତ୍ରଛାତ୍ରୀ ଙ୍କୁ ନେଇ ପ୍ରବନ୍ଧ ଲିଖନ, ବକ୍ତୃତା, ସଙ୍ଗୀତ ପ୍ରତିଯୋଗିତା,ଗ୍ରୁପ ଡ୍ୟାନ୍ସ,କୁଇଜ,ଚିତ୍ରାଙ୍କନ, ଆଦି ପ୍ରତିଯୋଗିତା କରା ଯାଇଥିଲା। ଆଜି ତହସିଲ କାର୍ଯ୍ୟାଳୟ ପରିସର ରେ ଏକ କାର୍ଯ୍ୟକ୍ରମ କରି ଉକ୍ତ ପ୍ରତିଯୋଗିତା ର 38 କୃତୀ ପ୍ରତିଯୋଗୀ ଙ୍କୁ ପୁରସ୍କୃତ କରାଯାଇଛି। ଏହି କାର୍ଯ୍ୟକ୍ରମ ରେ ତହସିଲଦାର ପ୍ରଦୀପ କର ଅଧ୍ୟକ୍ଷତା କରିଥିଲେ। ସମ୍ମାନୀତ ଅତିଥି ଭାବେ ଏ ବି ଇ ଓ ମୋହନ ମଧୁସୂଦନ ବାଘ ଯୋଗ ଦେଇଥିଲେ। ଏହି ଅବସର ରେ ତେନ୍ତୁଳିଖୁଣ୍ଟି ତହସିଲ ଅଧିନ ରେ ଥିବା 90 ଟି ବିଦ୍ୟାଳୟ ର ଜମି ପଟ୍ଟା ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଙ୍କୁ ପ୍ରଦାନ କରାଯାଇଥିଲା। ଯେଉଁ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଯୋଗ ଦେଇ ନଥିଲେ ଉକ୍ତ ବିଦ୍ୟାଳୟ ଯେଉଁ କ୍ଲଷ୍ଟର ଅଧିନ ରେ ରହିଛି ସେହି କ୍ଳଷ୍ଟ୍ରର ର ସି ଆର ସି ସି ଙ୍କୁ ପଟ୍ଟା ଦିଆ ଯାଇଛି। ବଳକା ବିଦ୍ୟାଳୟ ଯେଉଁ ବିଦ୍ୟାଳୟ ଘରୋଇ ଜମି ଅବା ତଫସିଲ ଭୁକ୍ତ ଜନ ଜାତି ଙ୍କ ନାମରେ ରହିଛି ସେହି ବିଦ୍ୟାଳୟ ଗୁଡିକ ପାଇଁ କଣ କରା ଯିବ ଉପରିସ୍ତ ଅଧିକାରୀ ଙ୍କୁ ଅବଗତ କରାଯାଇଥିବା ତହସିଲଦାର କର ପ୍ରକାଶ କରିଛନ୍ତି।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ବ୍ଲକ୍ ସ୍ତରୀୟ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଖେଳକୁଦ ପ୍ରତିଯୋଗିତା ଅନୁଷ୍ଠିତ 

Sunil Chandra Nayak

ମାନ ଗୋବିନ୍ଦ ସ୍ୱାଇଁ ଙ୍କ ଜଣାଣ

Sunil Chandra Nayak

ବୋଡେ଼ନ ବ୍ଲକରେ ଚିତା ବାଘର ଆତଙ୍କ , ବନ ବିଭାଗ ବାଘ ଧରିବାରେ ଅକ୍ଷମ

Leave a Comment

error: Content is protected !!