ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମସୀହା ପ୍ରଭାବ :ବୃନ୍ଦାବତୀ ପାଇଲେ ପାଞ୍ଚ ମାସର ଭତ୍ତା

 ତେନ୍ତୁଳିଖୁଣ୍ଟି ୧୯/୦୮/୨୨ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ପରଜା ବାରଙ୍ଗ ପଦର ଗ୍ରାମ ପଞ୍ଚାୟତ ଖାତିଗୁଡା ନିବାସୀ ବୃନ୍ଦାବତୀ ଭକ୍ତ ପାଞ୍ଚ ମାସ ହେବ ଇନ୍ଦିରା ଗାନ୍ଧୀ ଜାତୀୟ ବାର୍ଦ୍ଧକ୍ୟ ଭତ୍ତା ଯୋଜନରେ ଭତ୍ତା ପାଇ ନଥିବା ନେଇ ମ ସୀହା ରେ ଖବର ଗତକାଲି ପ୍ରକାଶ ପାଇଥିଲା। ଖବର ପ୍ରକାଶ ପରେ ବ୍ଲକ ର ସାମାଜିକ ମଙ୍ଗଳ ବିଭାଗ ସକ୍ରିୟ ହୋଇ ପଂଚାୟତ କୁ ହାତରେ କ୍ୟାସ ଆକାର ରେ ଅର୍ଥ ଦେବାକୁ ନିର୍ଦେଶ ଦେଇଥିଲେ। ଆଜି ସକାଳେ ପଂଚାୟତ କର୍ମଚାରୀ ବୃନ୍ଦାବତୀ ଭକ୍ତ ଙ୍କ ଘରକୁ ଯାଇ ପାଞ୍ଚ ମାସର ଭତ୍ତା ବାବଦ ଅର୍ଥ ପ୍ରଦାନ କରିଛନ୍ତି। ଆସନ୍ତା ମାସରେ ବୃନ୍ଦାବତୀ ଭକ୍ତ ଭତ୍ତା କ୍ୟାସ ଆକାର ରେ ପାଇବେ ନା ତାଙ୍କ ବ୍ୟାଙ୍କ ଖାତା ରେ ଡିପୋଜିଟ ହେବ ବର୍ତ୍ତମାନ ପ୍ରଶ୍ନବାଚୀ। ବୃନ୍ଦାବତୀ ଙ୍କ ବୋହୁ କୁନି ଭକ୍ତ ଙ୍କ ବ୍ୟାଙ୍କ ଖାତା ଅପଟୁଡେଟ କରି ଆଣିଲେ ତାଙ୍କ ଭତ୍ତା ବାବଦ ଅର୍ଥ ଡିପୋଜିଟ କରି ଦିଆ ଯିବ ବୋଲି ବି ଏସ ଏସ ଓ ରବିନ୍ଦ୍ର ସାହୁ କହିଛନ୍ତି।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ଶିଉନି ଓ ହଂସପଡ଼ା ରେ ଦୀପାବଳି ଉପଲକ୍ଷେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

ବିଦ୍ୟୁତ୍‌ ପ୍ରଭା ନାୟକ ଙ୍କ କବିତା ଶ୍ରୀ ଚକାନୟନ 

Sunil Chandra Nayak

ଚକ୍ରାନ୍ତକାରୀଙ୍କ ବଲୟରେ ପ୍ରସିଦ୍ଧ ହାବସପୁରୀ ଶାଢୀର ଏନ୍ତୁଡିଶାଳ ଆଜି ବିପର୍ଯ୍ୟସ୍ତ

Sunil Chandra Nayak

Leave a Comment

error: Content is protected !!