ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜୟ କୁମାର ମିଶ୍ର ଙ୍କ କବିତା ମୁଁ କଳିଯୁଗ ଭେଣ୍ଡା

ମୁଁ କଳିଯୁଗ ଭେଣ୍ଡା

(ବ୍ୟଙ୍ଗ )

ଜୟ କୁମାର ମିଶ୍ର, ବୁଦୁରା, ଗଜପତି 

ମୁଁ କଳିଯୁଗ ଭେଣ୍ଡା, ମାଇପର ମେଣ୍ଢା 
ମାଆକୁ ମାରଇ ଲାତ, 
ନିତି ସୁରା ପିଏ, ଆମିଷକୁ ଖାଏ 
ହେଉଥାଏ ମଦମତ୍ତ ll
ଋଣକରି ଘିଅ, ଖାଇବାରେ ଲୟ 
ସଉକଟି, ଜୁଆ ଖେଳ, 
ପିଲା ମାଇପଙ୍କୁ, ଦାନା ଓ କନାକୁ 
ନାହିଁଟି ପାଶେ ସମ୍ବଳ ll
ମନ ହମହମ, କରିବାକୁ ପ୍ରେମ 
ପରକୁ ଦେଖିଲେ ଲାଗେ, 
ଗାଡିରେ ବୁଲାଏ, ଜଳଖିଆ ଦିଏ 
ଲୁଗା, ଜାମା କିଣେ ବେଗେ ll
କାହାଠୁ ଜଟଇ, ମିଛ ମୁଁ କୁହଇ 
ଦେଇ ରାଣ,ଛୁଇଁ ମଥା, 
ପାଇପ ଅର୍ଜନ, ଖାଇ ମୁଁ ଗର୍ଜନ 
କରି କହେ ବହୁକଥା ll
ଠାକୁରଙ୍କ ରାଣ, କରି ପୁଣ ପୁଣ
ସଭିଙ୍କୁ ମନାଉ ଥାଇ, 
ଋଣକୁ ନସୁଝି, କଳିରେ ମୁଁ ଯୁଝି
ଲୁଚି ଛପି ଯାଏ ମୁହିଁ ll
ଗୁରୁ, ଗୁରୁଜନ, କରଇ ଅମାନ୍ୟ 
ଦେବ, ଦେବୀ ହେୟ ଜ୍ଞାନ, 
ଭୋଗ ଖାଉଅଛି, ଦିଅଙ୍କୁ ଖାଉଛି 
ଖଟୁଳି କରୁଇ ଜୀର୍ଣ୍ଣ ll
ଦେବତା, ବ୍ରାହ୍ମଣ,ବିଧବାଙ୍କ ଧନ 
ଜଟି, ଭଣ୍ଡି, ତଣ୍ଡି ଖାଏ, 
ଗାଳି, ଅଭିଶାପ, ପୂଣ୍ୟ ଆଉ ପାପ 
ପ୍ରଭାବ ଶୂନ୍ୟଟି ସିଏ ll
ଯିଏ ଯାହା କହୁ, ଯେତେ ଗାଳି ଦେଉ 
କାନରେ ପକାଏ ତାଲା, 
କିଏ ମାଡ ଦେଲେ, କଲର ଝିକିଲେ 
ଦେହ ସୁହା ମୋର ହେଲା ll
ଘରୁ ମୁଁ, ତଡଇ,ମାଆ, ବାପା ଭାଇ 
ଭଉଣୀଙ୍କୁ ସାଥି କରି, 
ଶାଳୀ, ଶଳା, ଶାଶୁ, ଶ୍ୱଶୁର ଚାକର 
ହେଉଛି ମୁଁ ଡରି ମରି ll
ଅଜାର ଗୋତ୍ରରେ, ସଭିଙ୍କୁ ମୁଁ ବରେ 
ନରଖି ବାଛ ବିଚାର, 
ହେଉ କେ କନିଷ୍ଠ,ହେଉ ଅବା ଜ୍ୟେଷ୍ଠ 
ଲଲୁପ ଦୃଷ୍ଟିଟି ମୋର ll
ହେଉ ଝିଅ ସରି, ହେଉ ମାଆ ପରି 
ମଉକା ମିଳିଲେ ହେଲା,
ଯାଏ ସବୁ ଭୁଲି, ପାଶ ଯାଏ ଚାଲି 
କରୁଥାଏ ଲୀଳା ଖେଳା ll
ଅତି ପରିଚିତ, ଆପଣାର ମିତ୍ର
ଥାନା, ଚିକିତ୍ସକ ବାବୁ, 
ଯାଇ ଆସି ମୁହିଁ, ତାଙ୍କ ସେବା ପାଇ
 ନାହିଁ ପରିବର୍ତନ କାବୁ ll
ଭୁଲି ଜାତିନୀତି, କୁଳମାନ ପ୍ରୀତି 
କାଣ୍ଡ କାରଖାନା କରେ, 
ଉଦଣ୍ଡ, ବେକାର, ସାଥି, ସାଙ୍ଗ ମୋର 
ଅଯ୍ୟଥାରେ ଦାଣ୍ଡେ ଘୁରେ ll
ମୁଁ କଳିଯୁଗ ଭେଣ୍ଡା,ଦୂରୁ ଡରେ, ଦିଣ୍ଡା 
ମୁହିଁ ମୋଡି ଛେପ ଫିଙ୍ଗି, 
ବାଗ ବର୍ଗ ନାହିଁ, କଥା ମୁଁ କହଇ 
ହାସ୍ୟ, ତାଛଲ୍ୟକୁ, ଫିଙ୍ଗି ll
ଶାଳୀନ କୁଳିନ, ଶିଷ୍ଟାଚାର, ମାନ 
ପାଶ ଛାଡି ଯାଏ ଚାଲି, 
ଓଠରୁ ଭାରଇ, କୁବାକ୍ୟ ଝରଇ 
ସ୍ଥାନ, କାଳ, ପାତ୍ର ଭୁଲି, ll
ବେଶ, ବାସ ମୋର, ନିଆରା ପ୍ରକାର 
ସାଥେ ଅଙ୍ଗଭଙ୍ଗି, ଚାଲି 
ମୁଖେ କଳା ଦାଢ଼ି, ନାଲି ଆଖି କାଢ଼ି
ହସୁଥାଏ ଖିଲି ଖିଲି ll
ପାଟିର ପୁଡିଆ, ସୁରାଗନ୍ଧ ବାଆ 
ନିତି ମହମହ ବାସେ, 
ମାନ ଚିତ୍ର ହୁଏ, କାନ୍ଥ, ବାଡ଼ ଛୁଏଁ 
ଯେଉଁଠାରେ ମୁହିଁ ବସେ ll
ଜୟ କୁମାର ମିଶ୍ର, ଗ୍ରାମ-ବୁଦୁରା 
ଡାକ,-ଗୋରିବନ୍ଧା, ମାଧ୍ଯମ-କାଶୀନଗର,
ଜିଲ୍ଲା -ଗଜପତି, ଓଡିଶା, 761206, 

Related posts

କଳାହାଣ୍ଡି ଜିଲ୍ଲାର ୧୩ ଜିଲ୍ଲା ପରିଷଦ ଆସନ ଫଳାଫଳ ଘୋଷଣା,ବିଜେଡି କୁ ୧୧ ବିଜେପି କୁ ୨ଆସନ କଂଗ୍ରେସ ସୁନ

Sunil Chandra Nayak

କବିତା – ଉତ୍କଳେ ନାହିଁ ନେତା ଙ୍କ ପ୍ରୟୋଜନ

Sunil Chandra Nayak

ବିଷ ପାନ କରି ଜୀବନ ହାରିଲେ ଯୁବକ, କାରଣ ଅସ୍ପଷ୍ଟ, ପୋଲିସର ତଦନ୍ତ ଜାରି

Sunil Chandra Nayak

Leave a Comment

error: Content is protected !!