ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶିକ୍ଷକ ଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା

କୋକସରା,୩୦/୭- ( ମ ନି ସ ) କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ମୋଟେର କ୍ଲଷ୍ଟର ଅନ୍ତର୍ଗତ ଜଳତାମୁଣ୍ଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଜୟ ନାରାୟଣ ଭୋଇ ଙ୍କୁ ପ୍ରାଥମିକ ଶିକ୍ଷକ ସଂଘ ଓ ଶିକ୍ଷା ବିଭାଗ ଅଧିକାରୀ ଙ୍କ ଉପସ୍ଥିତରେ ଶୁକ୍ରବାର ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି। ଏହି ଅବସରରେ ଜଳତାମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ମୋଟେର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଯୁଗେଶ୍ୱର ସାଗରଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଭାବେ କୋକସରା ବିଇଓ ନେପାଲ ଚନ୍ଦ୍ର ବାଗ, ମୁଖ୍ୟବକ୍ତା ବିଆରସିସି ତୋଫାନ ମାଝୀ, ସମ୍ମାନିତ ଅତିଥି ଭାବେ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ର ସଭାପତି ଭୁରିଶ୍ରବା ଜାଳ, ସମ୍ପାଦକ ସୁଭାଷ ଚନ୍ଦ୍ର ବାଗ, ଉପ ସଭାପତି ବିର କିଶୋର ନାଗ, ଉପ ସଭାନେତ୍ରୀ କୌଶଲ୍ୟା ନାଏକ, ସହ ସମ୍ପାଦକ ଦୁର୍ଲ୍ଲଭ ଚନ୍ଦ୍ର ପୁଝାରି, ଅଜିତ କୁମାର ସାହୁ, କୋଷାଧ୍ୟକ୍ଷ ଦିଲିପ ସାହୁ, ମୋଟେର ଆଞ୍ଚଳିକ ସ୍ତରୀୟ ପ୍ରଧାନ ଶିକ୍ଷକ ରୁଦ୍ର ପ୍ରସାଦ ନିଆଲ, ଲୋକନାଥ ଶବର, ଗଣେଶ୍ୱର ବାଗ, ଦୁର୍ଗା ପ୍ରସାଦ ନାଏକ, ଦୈତାରି ନାଏକ, ଶିକ୍ଷୟିତ୍ରୀ କସ୍ତୁରୀ ଛତ୍ରୀଆ ଉପସ୍ଥିତ ରହି ବିଦାୟି ଶିକ୍ଷକଙ୍କୁ ମାନପତ୍ର ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧନା କରି ଦୀର୍ଘ ଓ ନିରାମୟ ଜୀବନ ର କାମନା କରିଛନ୍ତି। ଶିକ୍ଷକ ମନମୋହନ ଦାସ ମଞ୍ଚ ପରିଚାଳନା କରିଥିବା ବେଳେ ବ୍ଲକ ଶିକ୍ଷକ ସଙ୍ଘର ସଂଯୋଜକ ବୈକୁଣ୍ଠ ଜାଳ ଧନ୍ୟବାଦ ଅର୍ପଣ କରିଥିଲେ।

Related posts

ଉଦଯାପିତ ହେଲା ଖଣ୍ଡୁଆଳ ମାଳି ପର୍ବ ୨୦୨୨

Sunil Chandra Nayak

ପରୋପକାରୀ ମହିଳାଙ୍କ ପରଲୋକ

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଶ୍ରମିକ ଦିବସ

Leave a Comment

error: Content is protected !!