ବାଲେଶ୍ଵର,୦୨/୧୧/୨୨- ଦୀର୍ଘ ଦିନ ଧରି ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ବର୍ତ୍ତନା-ଓସ୍ତପାଳ ରାସ୍ତାର ପ୍ରଶସ୍ତିକରଣ ଓ ଉନ୍ନତିକରଣର ଆବଶ୍ୟକତା ଦେଖାଦେଇଥିଲା । ଏଥିପାଇଁ ବିଭିନ୍ନ ସମୟରେ ବିଧାୟକ ଜ୍ଯୋତିପ୍ରକାଶ ପାଣିଗ୍ରାହୀଙ୍କ ନିକଟରେ ଜନସାଧାରଣ ଦାବି କରିଆସୁଥିଲେ । ଜନସାଧାରଣଙ୍କ ଦାବିକୁ ଯଥାର୍ଥ ମନେକରି ସରକାରୀ ସ୍ତରରେ ପ୍ରସ୍ତୁତି ଆରମ୍ଭ କରିଥିଲେ ବିଧାୟକ । ଫଳସ୍ୱରୂପ ଆଜି ତା ୦୨/୧୧/୨୨ ରିଖରେ ରାସ୍ତାର ପ୍ରଶସ୍ତି ଓ ଉନ୍ନତି କରଣ ନିମନ୍ତେ ନଡିଆ ବାଡେଇ ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ବିଧାୟକ । ଏହି ଉପଲକ୍ଷେ ଆୟୋଜିତ ସଭାରେ ମାନ୍ଯବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗୁଣଗାନ କରିଥିଲେ ବିଧାୟକ ଶ୍ରୀଯୁକ୍ତ ପାଣିଗ୍ରାହୀ । ଉକ୍ତ ସଭାରେ ଶତାଧିକ ଲୋକଙ୍କ ସମାଗମ ହୋଇଥିଲା । ଏଥିସହିତ ଉକ୍ତ ବ୍ଲକର ସରକୋଣା ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରି ୫ଟି କାର୍ଯ୍ୟ କିପରି ଶୀଘ୍ର ସମାପ୍ତ ହେବ ପରାମର୍ଶ ଦେଇଥିଲେ ।।
ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ