ରାଇଘର ୨୬/୦୮/୨୨ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ହଳଦୀ ପଞ୍ଚାୟତର ବିଭିନ୍ନ ସ୍ଥାନରେ କମ୍ବିଂ ଅପରେସନ ଚାଲୁ ଥିବାବେଳେ ଦୁର୍ଗମ ଭାଟିପଖନା ଗ୍ରାମରେ ଚାରି ଗୋଟି ଦେଶୀ ବନ୍ଧୁକ ପୋଲିସ ହାତରେ ମିଳିଛି l ଉକ୍ତ ବନ୍ଧୁକ ଗୁଡିକ ଗ୍ରାମର ରତି ରାମ ଗଣ୍ଡ (୨୫),ରାମ ଗଣ୍ଡ( ୩୫),ରଘୁ ଗଣ୍ଡ (୩୦),ଓ ବାସୁ ଦେବ୍ ଗଣ୍ଡ (୨୨) ମୋଟ ଚାରି ଜଣ ରଖି ବ୍ୟବହାର କରୁଥିବା ପ୍ରମାଣ ପାଇ ପୋଲିସ ଚାରି ଜଣଙ୍କୁ ଗିରଫ କରିଛି l ତେବେ ଦୁର୍ଗମ ଅଞ୍ଚଳର ଏହି ଚାରି ଯୁବକ କେଉଁ ଉଦେଶ୍ୟରେ ବନ୍ଧୁକ ବ୍ୟବହାର କରୁଥିଲେ ପୋଲିସ ତଦନ୍ତ କରୁଛି l ଅନ୍ୟପଟେ ମାଓ ସଂଗଠନ ସହ ଜଡିତ ନୁହେଁ ବରଂ ଦୁର୍ଗମ ଅଞ୍ଚଳରେ ଦେଶୀ ବନ୍ଧୁକ ରଖି ଶିକାର କରିବା ଉଦେଶ୍ୟରେ ବନ୍ଧୁକ ବ୍ୟବହାର କରୁଥିବା ପୋଲିସ ଅନୁମାନ କରୁଛି l ଏ ନେଇ ଥାନାରେ କେଶ୍ ନମ୍ବର ୧୭୧/୨୨ ରେ ମାମଲା ରୁଜୁ କରି ତଦନ୍ତ ଜାରୀ ରଖିଛି l ଆସନ୍ତା କାଲି କୋର୍ଟ ଚାଲାଣ କରାଯିବ ବୋଲି ଥାନା ଅଧିକାରୀ ଶ୍ରୀ ଭୋଇ ପ୍ରକାଶ କରିଛନ୍ତି l
ରାଇଘର ରୁ କିରଣ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ