ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ମହାସଭା ପକ୍ଷରୁ ସମ୍ବର୍ଦ୍ଧନା ସମାରୋହ

ଉତ୍କେଲା,୦୮/୦୫, (ମ ନି ସ )କେସିଙ୍ଗା ଅଗ୍ରସେନ ଭବନଠାରେ ଆଜି କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ମହାସଭା ତରଫରୁ ଏକ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗତ ପଞ୍ଚାୟତ ଓ ପୌର ନିର୍ବାଚନରେ ବିଜୟୀ ଯାଦବ ଲୋକପ୍ରତିଧିମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ମହାସଭା ସଭାପତି ଗୋବିନ୍ଦ ବନଛୋରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ସମାରୋହରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ ବିଧାୟକ ମୌଷଧି ବାଗ, ମୁଖ୍ୟ ବକ୍ତା ଭାବେ କଳାହାଣ୍ଡି ଜିଲ୍ଲା ଯାଦବ ମହାସଭାର ସାଧାରଣ ସମ୍ପାଦକ ସଞ୍ଜୟ ଧଙ୍ଗଡ଼ାମାଝୀ, ସମ୍ମାନିତ ଅତିଥି ଭାବେ ଭବାନୀପାଟଣା ପୈ।ରାପାଳିକା ଅଧ୍ୟକ୍ଷା ସଞ୍ଜୁକ୍ତା ନାଗ, ଉତ୍କଳ ଯାଦବ ମହାସଭାର ଉପସଭାପତି ସକିତ ରତେ, ସାଧାରଣ ସମ୍ପାଦକ କୀର୍ତ୍ତନ ନାୟକ, ସମ୍ପାଦକ ଧନେଶ୍ଵର ଭାଟି, କଳାହାଣ୍ଡି ଜିଲ୍ଲା ଯାଦବ ମହାସଭା ଉପସଭାପତି ଦୁଲ୍ଲଭ ମାହାର, ଜିଲ୍ଲା ଯାଦବ ମହାସଭା ଉପସଭାପତି ତଥା କେସିଙ୍ଗା ଏନ୍ଏସି ଅଧ୍ୟକ୍ଷ ନୃପରାଜ ଯାଦବ, କଳାହାଣ୍ଡି ଜିଲ୍ଲା ଯାଦବ ମହାସଭା ଉପସଭାପତି ଅରୁପାନନ୍ଦ ନାଗ ଓ ନରେନ୍ଦ୍ର ବାଗ, କଳାହାଣ୍ଡି ଜିଲ୍ଲା ଯାଦବ ମହାସଭା ମହିଳା ଶାଖା ସଭାନେତ୍ରୀ ଇଲା ସେଲମା, ପୂର୍ବତନ ଜିଲ୍ଲା ସଭାପତି ଟିକଚନ ନାଗ ଓ ଡମ୍ବରୁଧର ଲହଜଲ, ବରିଷ୍ଠ ଯାଦବ ନେତୃତ୍ୱ ମହେନ୍ଦ୍ର ନାଏକ, ଜହରଲାଲ ବାଗ, ଟଙ୍କଧର ଭୋଇ ଏବଂ ମୀନକେତନ ବାଗ ଯୋଗଦେଇ ଯାଦବ ଲୋକପ୍ରତିନିଧିମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଏହି ଅବସରରେ ସମେତ ବ୍ଲକ ସଭାପତି, ଜିଲ୍ଲା ଯାଦବ ମହାସଭା ଓ ଉତ୍କଳ ଯାଦବ ମହାସଭା କାର୍ଯ୍ୟକର୍ତ୍ତାଙ୍କୁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ମାନିତ କରାଯାଇଥିଲା। ଯୁବ ସାହିତ୍ୟିକ ସୁଧୀର କୁମାର ଧଙ୍ଗଡ଼ାମାଝୀ ଓ କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ମହାସଭା ସାଧାରଣ ସଂପାଦକ ଲିଙ୍ଗରାଜ ବେହେରା ମଞ୍ଚ ପରିଚାଳନା କରିଥିଲେ। ଶେଷରେ କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ମହାସଭା ଉପସଭାପତି ଡାକେଶ୍ବର ଲହଜଲ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ୨୫୦ରୁ ଉର୍ଦ୍ଧ୍ବ ଯାଦବ ଲୋକପ୍ରତିନିଧି ସମ୍ବର୍ଦ୍ଧିତ ହୋଇଥିଲେ।

ଉତ୍କେଲା ରୁ ଅର୍ଜୁନ ପୋଡ଼ ଙ୍କ ରିପୋର୍ଟ ।

Related posts

ପ୍ରତାପ କିଶୋର ରାଉତ ଙ୍କ କବିତା ସହର ର ବତୀ ଲିଭି ଗଲା ପରେ

ମଦ ଦୋକାନ ବନ୍ଦ ପାଇଁ ଧାରଣାରେ ବସିଲେ ନାରୀ ମହାସଙ୍ଘ

Sunil Chandra Nayak

ଚାରି ବନ୍ଧୁକ ସହ ଚାରି ଜଣଙ୍କୁ କୋର୍ଟ ଚାଲାଣ କଲା ପୋଲିସ 

Sunil Chandra Nayak

Leave a Comment

error: Content is protected !!