ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଜୀଉଙ୍କ କପିଳାସ ପୀଠରେ ବୃକ୍ଷରୋପଣ

କାମାକ୍ଷାନଗର -: ଶ୍ରୀ ଶ୍ରୀ ଚନ୍ଦ୍ର ଶେଖର ଜୀଉଙ୍କ କପିଳାସ ପୀଠରେ ଦେବୋତ୍ତର ବିଭାଗ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମାନ୍ୟବର ଖଣି ଓ ଇସ୍ପାତ ମନ୍ତ୍ରୀ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ମଲ୍ଲିକ ପୀଠ ଠାରେ ବୃକ୍ଷରୋପଣ କରିଛନ୍ତି । ପୀଠରେ ଅଧିକ ଓଉ, କରମଙ୍ଗା, ଲେମ୍ବୁ ଆଦି ଫଳ ବୃକ୍ଷ ଲଗାଯିବ,ପୀଠର ସୋନ୍ଦର୍ଯ୍ୟ ବୃଦ୍ଧି କରାଯାଇ ଅଧିକ ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରାଯିବ ବୋଲି ସେପ୍ରକାଶ କରିଛନ୍ତି । ଚନ୍ଦ୍ରଶେଖର ଜୀଉଙ୍କ କପିଳାସ ପୀଠର ପରିଷ୍କାର ପରିଛନ୍ମତା ପ୍ରତି ଧ୍ୟାନ ଦିଆଯିବା ସହିତ ସୁସ୍ଥ ଓ ସୌନ୍ଦରଜ୍ୟମୟ ପରିବେଶ ପ୍ରତି ଅଧିକ ଧ୍ୟାନ ଦିଆଯାଉଛି ବୋଲି ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀ ପ୍ରକାଶ କରିଛନ୍ତି । ଜନସାଧାରଣ ନିଜ ନିଜ ବାଡି ବଗିଚାରେ ଫଳ ଓ ପନିପରିବା ଆଦି ଗଛ ଲଗାଇବାକୁ ସେ ପରାମର୍ଶ ଦେଇଛନ୍ତି ।ଏହି ଅବସରରେ ପୀଠ ଠାରେ ଜିଲ୍ଲାପାଳ, ବନଖଣ୍ଡ ଅଧିକାରୀ ଶ୍ରୀ ପ୍ରକାଶ ଚାନ୍ଦ ଗୋଗିନେନୀ ସଦର ଉପଜିଲ୍ଲାପାଳ ସୁଶ୍ରୀ ସ୍ନିଗ୍ଧା ରାଣୀ ଧଳ, ଉପନିର୍ଦ୍ଦେଶକ ଶ୍ରୀମତୀ ଗୀତାଶ୍ରୀ ପାଢୀ, ଜିଲ୍ଲା ମୁଖ୍ୟ କୃଷି ଅଧୀକାରୀ ଶ୍ରୀ ଅଂଶୁମାନ ପଟ୍ଟନାୟକ, ଦେଓଗାଁ ସରପଞ୍ଚ ଶ୍ରୀ ବିଜୟ କୁମାର ଦେହୁରୀ, ବନ ବିଭାଗର କର୍ମଚାରୀ, ଦେବୋତ୍ତର ବିଭାଗର କର୍ମଚାରୀ ମାନେ ବୃକ୍ଷ ରୋପଣ କରିଥିଲେ ।

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍

Related posts

କନକ ପ୍ରେସ ନାମରେ ସରପଞ୍ଚ ଙ୍କୁ କୋଡ଼ିଏ ହଜାର ଟଙ୍କା ଚାନ୍ଦା ମାଗିବା ଅଭିଯୋଗ

Sunil Chandra Nayak

ବିଜୁ ଯୁବ ଜନତା ଦଳ ପକ୍ଷରୁ ଜନସମ୍ପର୍କ ପଦଯାତ୍ରା ଏଵଂ ରକ୍ତଦାନ ଶିବିର ପାଇଁ ପ୍ରସ୍ତୁତି ବୈଠକ

Sunil Chandra Nayak

ତମାଖୁ ବିକ୍ରି କରୁଥିବା ୭ ଦୋକାନୀ ଙ୍କୁ ଜୋରିମାନା

Sunil Chandra Nayak

Leave a Comment

error: Content is protected !!