ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଇରଙ୍ଗପୁର ବନାଞ୍ଚଳ କାର୍ଯ୍ୟାଳୟ ପରିସରରେ ୬୮ ତମ ବନ୍ୟପ୍ରାଣୀ ସପ୍ତାହ

ମୟୂରଭଞ୍ଜ -୦୭/୧୦/୨୨(ମସିହା)  ଭଗବାନଙ୍କର ସୃଷ୍ଟିରେ ମଣିଷ ସମାଜ,ଜଙ୍ଗଲ, ଜୀବଜନ୍ତୁ,ନଦୀ,ନାଳ,ପାହାଡ, ପର୍ବତ, ସମୁଦ୍ର ଏକ ସନ୍ତୁଳିତ ଜୀବଜଗତର ଏକ ବିଶାଳ ସମ୍ଭାର। ସମସ୍ତେ ସମସ୍ତଙ୍କ ପାଇଁ ।ପ୍ରକୃତି ଓ ପରିବେଶ ଉପରେ ଜୀବଜଗତ ନିର୍ଭରଶୀଳ ।ଜଙ୍ଗଲ କ୍ଷୟ ହେଲେ ସମସ୍ତ ଜୀବଜଗତର ଉପରେ ପ୍ରଭାବ ପଡ଼ିବ । ଜଳବାୟୁ ପରିବର୍ତ୍ତନ ହେଉଛି ଏହାର ସଦ୍ୟତମ ଉଦାହରଣ ଯାହାକୁ ନେଇ ସମଗ୍ର ବିଶ୍ବ ସମାଜ ଚିନ୍ତିତ । ତେଣୁ ଜଙ୍ଗଲ ସୁରକ୍ଷା , ବନ୍ୟଜନ୍ତୁ ସୁରକ୍ଷା,କୁତ୍ରିମ ଜଙ୍ଗଲ ସୃଷ୍ଟି,ଜଙ୍ଗଲ ସନ୍ନିକଟ ଅଂଚଳବାସୀଙ୍କୁ ଅଧିକରୁ ଅଧିକ ସରକାରୀ, ବେସରକାରୀ ସଚେତନତା,ସହଯୋଗ, ଜଙ୍ଗଲ ବଂଚିବା ସହ ଜୀବଜନ୍ତୁ ବଂଚିବେ । ମଣିଷ ସମାଜ ମଧ୍ୟ ପ୍ରକୃତିରୁ ଜୀବନ ଜୀବିକା ପାଇଁ ଆତ୍ମନିର୍ଭରଶୀଳ ହୋଇପାରିବ । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ସହକାରୀ ଵନ ସଂରକ୍ଷକ ଶ୍ରୀ ବୈଦ୍ୟନାଥ ମାଝୀ,ବନାଞ୍ଚଳ ଅଧିକାରୀ ସତ୍ୟବ୍ରତ ପଟନାୟକ, ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ପ୍ରଦୀପ୍ତ କବି, ୨୦୨୨ ର ଜଙ୍ଗଲ ବନ୍ୟପ୍ରାଣୀ ଓ ପରିବେଶ ସୁରକ୍ଷାପାଇଁ ବିଜୁପଟ୍ଟନାୟକ ନାମରେ ସମ୍ମାନିତ ନିମାଇଁ ଚରଣ ମାଝି,୨୦୦୨୦ ର ବନ୍ୟପ୍ରାଣୀ ସଚେତନତା ପାଇଁ ପୁରସ୍କୃତ ପ୍ରାପ୍ତ ଅଶୋକ ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ ଅତିଥିଗଣ ଚଳିତ ବର୍ଷର ମୟୂରଭଞ୍ଜ ଜିଲ୍ଲାର ବାମନଘାଟି ଉପଖଣ୍ଡର ଵନ ସୁରକ୍ଷା ପାଇଁ ବିଶେଷ ଅବଦାନ ଯୋଗୁଁ ବିଜୁପଟ୍ଟନାୟକ ସମ୍ମାନରେ ସମ୍ମାନିତ ଵିଜାତଳା ବ୍ଳକର ପୂର୍ବତନ ଅଧ୍ୟକ୍ଷ ନିମାଇଁ ଚରଣ ମାଝୀ ଏବଂ ୨୦୨୦ ର ବିଜୁପଟ୍ଟନାୟକ ସମ୍ମାନ ରେ ସମ୍ମାନିତ ଗୋରୁମହିଷାଣୀ ଅଂଚଳର ଯୁବ ପରିବେଶବିତ୍ ଅଶୋକ ମହାନ୍ତିଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ମାନିତ କରିଥିଲେ । ଅତିଥିଗଣ ଵନ ସୃଷ୍ଟି ସୁରକ୍ଷା, ବନ୍ୟଜନ୍ତୁ ସୁରକ୍ଷା,ନୂତନ ଜଙ୍ଗଲ ସୃଷ୍ଟି , ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଉପରେ ଗୁରୁତ୍ୱ ଦେଇଥିଲେ ।କାର୍ଯ୍ଯକ୍ରମରେ ଲିଟିଲ୍ ଫ୍ଳାଓ୍ବାର ଇଂରାଜୀ ମିଡିୟମ ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ ଛାତ୍ରଛାତ୍ରୀ,ବନପାଳ ବିପିନ ଚନ୍ଦ୍ର ବେହେରା,ସଂଜୟ ପ୍ରସାଦ ବେହେରା,,କାଶୀନାଥ ହାଁସଦା ଙ୍କ ସମେତ ଵନରଖୀମାନେ ଉପସ୍ଥିତ ଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ଆସନ୍ତୁ ଜାଣିବା କୁବେରଙ୍କ ପୂର୍ବଜନ୍ମ କଥା ବିଷୟରେ

Sunil Chandra Nayak

ଥୁଆମୂଳ ରାମପୁର ବ୍ଳକର ସମିତି ବୈଠକ ଅନୁଷ୍ଠିତ

Sunil Chandra Nayak

ମନରେଗା କାଯ୍ୟ ରେ ମହା ଦୃନୀତି ଅଭିଯୋଗ , ଚାଷୀ କୁଳ ହତାଶ

Sunil Chandra Nayak

Leave a Comment

error: Content is protected !!