ମୟୂରଭଞ୍ଜ -୦୭/୧୦/୨୨(ମସିହା) ଭଗବାନଙ୍କର ସୃଷ୍ଟିରେ ମଣିଷ ସମାଜ,ଜଙ୍ଗଲ, ଜୀବଜନ୍ତୁ,ନଦୀ,ନାଳ,ପାହାଡ, ପର୍ବତ, ସମୁଦ୍ର ଏକ ସନ୍ତୁଳିତ ଜୀବଜଗତର ଏକ ବିଶାଳ ସମ୍ଭାର। ସମସ୍ତେ ସମସ୍ତଙ୍କ ପାଇଁ ।ପ୍ରକୃତି ଓ ପରିବେଶ ଉପରେ ଜୀବଜଗତ ନିର୍ଭରଶୀଳ ।ଜଙ୍ଗଲ କ୍ଷୟ ହେଲେ ସମସ୍ତ ଜୀବଜଗତର ଉପରେ ପ୍ରଭାବ ପଡ଼ିବ । ଜଳବାୟୁ ପରିବର୍ତ୍ତନ ହେଉଛି ଏହାର ସଦ୍ୟତମ ଉଦାହରଣ ଯାହାକୁ ନେଇ ସମଗ୍ର ବିଶ୍ବ ସମାଜ ଚିନ୍ତିତ । ତେଣୁ ଜଙ୍ଗଲ ସୁରକ୍ଷା , ବନ୍ୟଜନ୍ତୁ ସୁରକ୍ଷା,କୁତ୍ରିମ ଜଙ୍ଗଲ ସୃଷ୍ଟି,ଜଙ୍ଗଲ ସନ୍ନିକଟ ଅଂଚଳବାସୀଙ୍କୁ ଅଧିକରୁ ଅଧିକ ସରକାରୀ, ବେସରକାରୀ ସଚେତନତା,ସହଯୋଗ, ଜଙ୍ଗଲ ବଂଚିବା ସହ ଜୀବଜନ୍ତୁ ବଂଚିବେ । ମଣିଷ ସମାଜ ମଧ୍ୟ ପ୍ରକୃତିରୁ ଜୀବନ ଜୀବିକା ପାଇଁ ଆତ୍ମନିର୍ଭରଶୀଳ ହୋଇପାରିବ । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ସହକାରୀ ଵନ ସଂରକ୍ଷକ ଶ୍ରୀ ବୈଦ୍ୟନାଥ ମାଝୀ,ବନାଞ୍ଚଳ ଅଧିକାରୀ ସତ୍ୟବ୍ରତ ପଟନାୟକ, ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ପ୍ରଦୀପ୍ତ କବି, ୨୦୨୨ ର ଜଙ୍ଗଲ ବନ୍ୟପ୍ରାଣୀ ଓ ପରିବେଶ ସୁରକ୍ଷାପାଇଁ ବିଜୁପଟ୍ଟନାୟକ ନାମରେ ସମ୍ମାନିତ ନିମାଇଁ ଚରଣ ମାଝି,୨୦୦୨୦ ର ବନ୍ୟପ୍ରାଣୀ ସଚେତନତା ପାଇଁ ପୁରସ୍କୃତ ପ୍ରାପ୍ତ ଅଶୋକ ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ ଅତିଥିଗଣ ଚଳିତ ବର୍ଷର ମୟୂରଭଞ୍ଜ ଜିଲ୍ଲାର ବାମନଘାଟି ଉପଖଣ୍ଡର ଵନ ସୁରକ୍ଷା ପାଇଁ ବିଶେଷ ଅବଦାନ ଯୋଗୁଁ ବିଜୁପଟ୍ଟନାୟକ ସମ୍ମାନରେ ସମ୍ମାନିତ ଵିଜାତଳା ବ୍ଳକର ପୂର୍ବତନ ଅଧ୍ୟକ୍ଷ ନିମାଇଁ ଚରଣ ମାଝୀ ଏବଂ ୨୦୨୦ ର ବିଜୁପଟ୍ଟନାୟକ ସମ୍ମାନ ରେ ସମ୍ମାନିତ ଗୋରୁମହିଷାଣୀ ଅଂଚଳର ଯୁବ ପରିବେଶବିତ୍ ଅଶୋକ ମହାନ୍ତିଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ମାନିତ କରିଥିଲେ । ଅତିଥିଗଣ ଵନ ସୃଷ୍ଟି ସୁରକ୍ଷା, ବନ୍ୟଜନ୍ତୁ ସୁରକ୍ଷା,ନୂତନ ଜଙ୍ଗଲ ସୃଷ୍ଟି , ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଉପରେ ଗୁରୁତ୍ୱ ଦେଇଥିଲେ ।କାର୍ଯ୍ଯକ୍ରମରେ ଲିଟିଲ୍ ଫ୍ଳାଓ୍ବାର ଇଂରାଜୀ ମିଡିୟମ ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ ଛାତ୍ରଛାତ୍ରୀ,ବନପାଳ ବିପିନ ଚନ୍ଦ୍ର ବେହେରା,ସଂଜୟ ପ୍ରସାଦ ବେହେରା,,କାଶୀନାଥ ହାଁସଦା ଙ୍କ ସମେତ ଵନରଖୀମାନେ ଉପସ୍ଥିତ ଥିଲେ ।
ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ