ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଟେମରି ଗ୍ରାମ ପଞ୍ଚାୟତର ଭାଇ ଜିଉଁନ୍ତିଆ ଉପଲକ୍ଷେ ନାଟକ ପ୍ରଦର୍ଶନ

ଟେମରି (ମନିସ)(୬/୦୯):- ପଶ୍ଚିମ ଓଡ଼ିଶାର ପର୍ବ ପର୍ବାଣୀ ମାନଙ୍କ ମଧ୍ୟରୁ ଭାଇ ଜିଉଁ ନ୍ତିଆ ହେଉଛି ଅନ୍ୟତମ। ଏହା ଭାଇ ଭାଉଣୀ ମଧ୍ୟରେ ଥିବା ସ୍ନେହ, ସମ୍ପର୍କର ପର୍ବ। ଏଥିରେ ଭଉଣୀମାନେ ଆଶ୍ୱିନ ଶୁକ୍ଳପକ୍ଷ ଅଷ୍ଟମୀ ତିଥିରେ ନିର୍ଜଳ ଉପବାସ ରହି ଭାଇ ଜିଉନ୍ତିଆ ପାଳନ କରିଥାନ୍ତି । ଜିଉନ୍ତୀଆ ର ଅର୍ଥ ହେଲା ବ୍ରତ। ଅର୍ଥାତ ନିଜ ଭାଇ ଦୀର୍ଘାୟୁ କାମନା କରି ଓ ଭାଇମାନଙ୍କ ମଙ୍ଗଳ କାମନା ସକାଶେ ଜଗତ ଜନନୀ ମାଁ ଦୁର୍ଗାଙ୍କ ଠାରେ ଏକ ବ୍ରତ କରିଥାନ୍ତି । ଏଥିରେ ୨୧ ଟି ଧୂବଝାର ,୨୧ ପ୍ରକାର ଫଳ, ବିଭିନ୍ନ ପ୍ରକାର ଫୁଲ ଓ ପୂଜା ବିଧି ଅନୁଯାୟୀ ପୂଜା ସାମଗ୍ରୀ ନେଇ ଅଷ୍ଟମୀ ତିଥିରେ ନିଜଲ ଉପବାସ ରହି ନଦୀ କିମ୍ବା ପୋଖରୀ କୁ ଯାଇ ବାଲିରେ ମାଁ ଦୁର୍ଗାଙ୍କୁ ପୂଜାକରି ଗାଧୋଇ ଫେରି ଥାନ୍ତି। ସନ୍ଧ୍ୟା ସମୟରେ ଭାଇ ଜୀଉ ନ୍ତୀଆ ପୁରାଣ ବ୍ରତ କଥା ଶ୍ରବଣ କରି ଶୟନ କରିଥାନ୍ତି ,ତା ପରଦିନ ଭୋର ସକାଳ ପାହାନ୍ତିଆରୁ ଗାଁଯାକ ଝିଅମାନେ ଏକାଠି ହୋଇ ନଦୀ କିମ୍ବା ପୋଖରୀ ଗାଧୋଇବାକୁ ଯାଇ ପୁଣି ପୂଜା କରି ଫେରି ନିଜ ନିଜ ଭାଇମାନଙ୍କୁ ଦୀପ ଜାଳି ମୁଣ୍ଡରୁ ଗୋଡ଼ ଯାଏଁ ଧୂବଝାରରେ ୭ ଥର ଉତୁରାଇ ଜିଇଁତାକୁ ଭାଇ ହାତରେ ପିନ୍ଧାଇ ଉପାସ ଭାଂଗିଥାନ୍ତି। ଗୋଲାମୁଣ୍ଡା ବ୍ଲକର ବିଭିନ୍ନ ଅଞ୍ଚଳରେ ଭାଇ ଜିଉତିଁଆ ପାଳନ କରାଯାଇ ଥିବାବେଳେ ଟେମରି ଗ୍ରାମରେ ଭାଇ ଜିଉତିଁଆ ଉପଲକ୍ଷେ ଲଛିପୁର ଗ୍ରାମର ମାଁ ଠାକୁରାଣୀ ନାଟ୍ୟ କଳା ପରିଷଦ ର ନାଟକ “ଲୁହରେ ଲେଖୁଛି ଗପ, ସାବତ ବାପ ଅସତ ଗପ ” ପ୍ରଦର୍ଶନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବ୍ଲକ ଉପ- ଚେୟରମ୍ୟାନ ପଞ୍ଚମୀ ଦୀପ, ସମିତି ସଭ୍ୟ ଅଞ୍ଜଳି ନାଏକ , ରବୀନ୍ଦ୍ର କୁମାର ସାହୁ ଦଶପୁ୍ର ଗୋଲା ସଭାପତି, ସମାଜ ସେବୀ ଗୌତମ ସୁନାନି, ସୁଧୀର ଭୋଇ, ଟିକଚନ୍ଦ୍ର ସା, ବିରୁପକ୍ଷ ସା, ପୂଜା କମିଟି ଗୌରାଙ୍ଗ ବାଗ, ସନାତନ ବାଗ, ଆନନ୍ଦ ସୁନାନୀ, ନେପାଳ ବାଗ, ଭବାନୀ ଶଙ୍କର ବାଗ, ଗଜାନନ ନାଏକ, ଟୁନା ଯୁଏଡ, ଡାକେଶ୍ୱର ପଟେଲ, ଜିତେନ୍ଦ୍ର ବାଗ, ଧନୀରାମ ପଟେଲ, ପିତବାସ ଚଲାନ ପ୍ରମୁଖ ଯୋଗ ଦେଇଥିଲେ।

ଜଗଜ୍ଜୀବନ ସା ଙ୍କ ରିପୋର୍ଟ

Related posts

ବିଳାସିନୀ ପୃଷ୍ଟି ଙ୍କ କବିତା ନୂଆଖାଇ ପର୍ବ

Sunil Chandra Nayak

ସାପ କାମୁଡାରେ ବୃଦ୍ଧା ଙ୍କ ମୃତ୍ୟୁ

Sunil Chandra Nayak

କୈଳାସ ଚ଼ନ୍ଦ୍ର ପାଢ଼ୀ ଙ୍କ କବିତା ବିସ୍ମୟ ଜାଗେ ମନେ 

Leave a Comment

error: Content is protected !!